ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ‘ଗୋଲ୍ଡେନ ବୟ’ ନୀରଜଙ୍କ ଉପରେ ଭାରତୀୟଙ୍କ ନଜର, ୬ଟି ପଦକ ଇଭେଣ୍ଟରେ ଭାଗ୍ୟ ପରୀକ୍ଷା

ପ୍ୟାରିସ,୦୮/୦୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ୧୩ତମ ଦିବସ । ଆଥଲେଟିକ୍ସରେ ରହିଛି ମୋଟ୍‌ ୬ଟି ପଦକ ଇଭେଣ୍ଟ । ଅଧିକାଂଶ ଇଭେଣ୍ଟରେ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନମାନେ ଗ୍ରାଉଣ୍ଡକୁ ଓହ୍ଲାଇବେ । ଭାରତୀୟଙ୍କ ନଜର ଜାଭେଲିନ ଷ୍ଟାର୍‌ ନୀରଜ ଚୋପ୍ରାଙ୍କ ଉପରେ ରହିବ ।  ଏହା ବ୍ୟତୀତ ମହିଳା ଲଙ୍ଗ ଜମ୍ପରେ ଜର୍ମାନୀର ମାଲାଇକା ମିହାମ୍ବୋ, ପୁରୁଷ ବର୍ଗ ୨୦୦ମିଟର  ଦୌଡ଼ ଫାଇନାଲ୍‌ରେ ଆନ୍ଦ୍ରେ ଡି ଗ୍ରାସେ, ମହିଳା ବର୍ଗ  ୪୦୦ମିଟର ହର୍ଡଲ୍ସରେ ସିଡନୀ ମ୍ୟାକଲଫଲିନ୍‌ ଓ  ୧୧୦ମିଟର ହର୍ଡଲ୍ସରେ ହାଁସଲେ ପର୍ଚମେଣ୍ଟଙ୍କ ଭଳି  ଡିଫେଣ୍ଡିଂ ଚାମ୍ପିଅନମାନେ ଟାଇଟଲ ବଜାୟ ରଖିବାକୁ  ପ୍ରୟାସ କରିବେ । 

ଜାଭେଲିନ୍‌ ଥ୍ରୋ(ପୁରୁଷ) 

ଯୋଗ୍ୟତା ରାଉଣ୍ଡର ପ୍ରଦର୍ଶନକୁ ଦେଖିଲେ ନୀରଜ ହିଁ ସ୍ୱର୍ଣ୍ଣ ଦାବିଦାର ରହିବେ ବୋଲି  ଆଶା କରାଯାଇପାରେ । ସେ ପ୍ରଥମ ପ୍ରୟାସରେ ୮୯.୩୪ମିଟର ଥ୍ରୋ କରି  ପ୍ରଥମ ସ୍ଥାନ ଅଧିକାର  କରିବା ସହ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ । ଏହି ଥ୍ରୋ’ ନିଜ କ୍ୟାରିୟର୍‌ ଶ୍ରେଷ୍ଠ ପ୍ରଦର୍ଶନ ଠାରୁ ମାତ୍ର ୬୦ସେଣ୍ଟି ମିଟର କମ୍‌  ରହିଥିଲା । ତଥାପି ସେ ୩୨ଜଣ ପ୍ରତିଯୋଗୀଙ୍କ  ମଧ୍ୟରେ ସବୁଠୁ ଆଗରେ ରହିଥିଲେ । ବର୍ତ୍ତମାନ  ୧୪୦କୋଟି ଭାରତୀୟ ତାଙ୍କ ପାଇଁ ଇଶ୍ୱରଙ୍କ  ନିକଟରେ ପ୍ରାର୍ଥନା କରୁଛନ୍ତି ।

ନୀରଜଙ୍କ ଗ୍ରୁପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା  ପାକିସ୍ତାନର ଅର୍ସଦ ନଦୀମ ଓ ଗ୍ରେନାଡ଼ାର  ଆଣ୍ଡରସନ ପିଟର୍ସ ଗୋଟିଏ ଲେଖାଏଁ ଥ୍ରୋ’ରେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ ।  ଆଣ୍ଡରସନ୍‌ ୮୮.୬୩ମିଟର ଓ ଅର୍ସଦ ୮୬.୫୯  ମିଟର ଥ୍ରୋ କରିଥିଲେ । ସେହିପରି ଗ୍ରୁପ୍‌ ଏ’ରେ ଜର୍ମାନୀର ଜୁଲିଆନ୍‌ ୱେବରଙ୍କ ପ୍ରଥମ ଥ୍ରୋ  ୮୭.୭୬ ମିଟର ରହିଥିଲା । 

ପୁରୁଷ ୧୧୦ମି. ହର୍ଡଲ୍ସ 

୩ଥର ବିଶ୍ୱ ଚାମ୍ପିଅନ୍‌ ୟୁଏସ୍‌ଏର ଗ୍ରାଣ୍ଟ ହୋଲୋୱେ  ଆସନ୍ତାକାଲି ସ୍ୱର୍ଣ୍ଣ ପଦକର ପ୍ରବଳ ଦାବିଦାର  ରହିବେ । ସେ ପ୍ରଥମ ରାଉଣ୍ଡ୍‌ରେ ୧୩.୦୧ ସେକେଣ୍ଡ  ଓ ସେମି ଫାଇନାଲ୍‌ରେ ୧୨.୯୮ସେକେଣ୍ଡ ଟାଇମିଂ  ସହ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ଟୋକିଓ  ଚାମ୍ପିଅନ୍‌ ଜାମାଇକାର ହାନ୍ସଲେ ପର୍ଚମେଣ୍ଟ୍‌  ୧୩.୪୩ସେକେଣ୍ଡ ଓ ସେମିରେ ୧୩.୧୯ସେକେଣ୍ଡ  ଟାଇମିଂ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ  ଜାମାଇକାର ଓର୍ଲାଣ୍ଡୋ ବେନେଟ, ୟୁଏସଏର  ଡାନିଏଲ ରୋବୋର୍ଟ ଓ ସ୍ପେନ୍‌ର ଏନରିକ ଲୋପିସ୍‌  ମଧ୍ୟ ପଦକ ଦାବିଦାର ରହିଛନ୍ତି । 

୪୦୦ମି. ହର୍ଡଲ୍ସ(ମହିଳା)

ମହିଳା ବର୍ଗ ୪୦୦ମିଟର ହର୍ଡଲ୍ସ ଇଭେଣ୍ଟରେ  ସମସ୍ତଙ୍କ ନଜର ଅଲିମ୍ପିକ୍ସ ଚାମ୍ପିଅନ୍‌ ତଥା ବିଶ୍ୱ  ରେକର୍ଡ ସ୍ଥାପନ କରିଥିବା ୟୁଏସଏର ସିଡନୀ  ମ୍ୟାକଲଫଲିନ ଓ ବିଶ୍ୱ ଚାମ୍ପିଅନ୍‌ ଫେମକେ ବୋଲଙ୍କ  ଉପରେ ରହିବ । ବୋଲ୍‌ ସେମି ଫାଇନାଲ୍‌ରେ  ୫୨.୫୭ସେକେଣ୍ଡ ଟାଇମିଂ ରଖିଛନ୍ତି । ସେହିପରି ମ୍ୟାକଲଫଲିନ୍‌ ୫୨.୧୩ସେକେଣ୍ଡ ସହ ଶୀର୍ଷରେ  ରହିଛନ୍ତି । ଉଭୟଙ୍କ ବ୍ୟତୀତ ୟୁଏସ୍‌ଏର ଆନ୍ନା କକରେଲ୍‌ (୫୨.୯୦ସେକେଣ୍ଡ) ଓ ଜାମାଇକା  ରସେଲ କ୍ଲାଇଟନ (୫୩.୦୦ସେକେଣ୍ଡ)  ପ୍ରମୁଖ ଅନ୍ୟ ପଦକ ଦାବିଦାର ରହିବେ । 

୨୦୦ମିଟର ଫାଇନାଲ(ପୁରୁଷ) 

୧୩ତମ ଦିବସର ମୁଖ୍ୟ ଆକର୍ଷଣ ରହିବ  ପୁରୁଷ ବର୍ଗ ୨୦୦ମିଟର ଦୌଡ଼ । ୧୦୦ମିଟର  ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିସାରିଥିବା ୟୁଏସଏର  ନୋଆ ଲାଇଲ୍ସଙ୍କୁ ଭାଗ୍ୟ ସାଥ୍‌ ଦେଇଥିଲା । ସେ  ଗୋଲଡେନ୍‌ ଡବଲ୍‌ ପାଇଁ ପ୍ରୟାସ କରିବେ ।  ଡିଫେଣ୍ଡି ଚାମ୍ପିଅନ୍‌ ଆନ୍ଦ୍ରେ ଡି ଗ୍ରାସେ ଫାଇନାଲ୍‌କୁ  ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ।  ତେଣୁ ଲାଇଲ୍ସଙ୍କୁ ଅନ୍ୟ ଆମେରିକୀୟ କେନି  ବେଡନାରେକ୍‌ ଓ ବୋଟ୍ସୱାନାର ଲେସଲି  ତେବୋଗୋ ସ୍ୱର୍ଣ୍ଣ ପଦକ ପାଇଁ ଟକ୍କର ଦେବା ଆଶା କରାଯାଉଛି । ସେମି ଫାଇନାଲ୍‌ରେ ତେବୋଗୋ  ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । 

ଲଙ୍ଗ ଜମ୍ପ(ମହିଳା) 

ମହିଳା ବର୍ଗ ଲଙ୍ଗଜମ୍ପ ଇଭେଣ୍ଟରେ ମଧ୍ୟ ମିହାମ୍ବୋଙ୍କ ଆଧିପତ୍ୟ ଶେଷ ହେବା ଆଶଙ୍କା କରାଯାଉଛି ।  ଯୋଗ୍ୟତା ରାଉଣ୍ଡ୍‌ରେ ୟୁଏସ୍‌ଏର ତାରା ଡେଭିସ-ଉଡ୍‌ହଲ୍‌ ୬.୯୦ ମିଟର ଜମ୍ପ ସହ ଶୀର୍ଷରେ ରହିଥିଲେ । ମିହାମ୍ବୋ ୬.୮୬ମିଟର ଜମ୍ପ କରିଥିଲେ ।  ଇଟାଲୀର ଲରିସା ଇପିଚିନୋ ୬.୮୭ମିଟର ଦୂର  ଜମ୍ପ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚଳିତ ବର୍ଷ  ମିହାମ୍ବୋ ୭.୨୨ ମିଟର ଜମ୍ପ କରିଛନ୍ତି । ଉଡହଲ୍‌ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ୭.୧୮ମିଟର ରହିଛି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.