ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରସାମ୍ୟ ହରାଇ ନୟନ ଯୋଡିକୁ ଖସିଲା ପିକ୍ଅପ୍ ଭ୍ୟାନ୍, ଜଣେ ମୃତ

ଜଳେଶ୍ବର, ୨୪/୫ :   ଭାରସାମ୍ୟ ହରାଇ ନୟନ ଯୋଡିକୁ ଖସିଲା ମାର୍ବଲ ବୋଝେଇ ପିକଅପ ଭ୍ୟାନ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ହୋଇପଡ଼ିଛନ୍ତି । ମୃତକ ହେଲେ ଲୁହାପଡା ଅଂଚଳର ସୋନା ସୋରେନ । ଗୁରୁତରମାନେ ଜଳେଶ୍ବର ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । 

ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଂଚଳରେ । ଜଳେଶ୍ୱର ଅଂଚଳର ଏକ ପିକଅପ ଭ୍ୟାନ ଜଳେଶ୍ୱର ଆଡୁ ମାର୍ବଲ ବୋଝେଇ କରି  କମର୍ଦା ଆଡକୁ ଯାଉଥିଲା । ଏହି ସମୟରେ ୫୭ନଂ ରାଜ୍ୟ ରାଜପଥ ତାଳବଣିଆଠାରେ ଆଗରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ହଠାତ ବ୍ରେକ ମାରିବାରୁ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନ ଯୋଡିକୁ ଓଲଟି ପଡିଥିଲା । ପିକଅପ ଭ୍ୟାନରେ ଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । 

ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲାବେଳେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲାବେଳେ ୭ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.