ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ମୋଦିଙ୍କ ସ୍ବତନ୍ତ୍ର ଉପହାର: ବାଇଡେନ୍‌ଙ୍କୁ ରୂପାର ଟ୍ରେନ୍‌ ଇଞ୍ଜିନ ମଡେଲ ଓ ଫାଷ୍ଟ ଲେଡିଙ୍କୁ ଦେଲେ ପାଶମିନା ସାଲ୍

ନୂଆଦିଲ୍ଲୀ,୨୨।୯: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ  ସେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଦେଇଛନ୍ତି  ଖାସ୍ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ମଡେଲ୍ ଦେଇଛନ୍ତି। ଏହି ଟ୍ରେନ୍ ମଡେଲ ପୂର୍ବ ସମୟରେ ପ୍ରଚଳିତ ଥିବା ଟ୍ରେନ୍ ମଡେଲ ପରି, ଯାହା ୯୨.୫% ରୁପାରେ ତିଆରି। ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକାର ପ୍ରଥମ ମହିଳା ତଥା ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ପାଶମିନା ସାଲ୍ ଉପହାର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ବ୍ୟକ୍ତିଗତ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସମୟରେ ତାଙ୍କୁ ଉପହାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କ୍ବାଡ ନେତାଙ୍କ ଷଷ୍ଠ ଶିଖର ବୈଠକରେ ଭାଗ ନେବା ପାଇଁ ଶୁକ୍ରବାର ଯେତେବେଳେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଗୃହନଗର ଓ୍ବିଲାମିଙ୍ଗଟନ୍ ପହଁଞ୍ଚିଥିଲେ। ବାଇଡେନ୍‌ ମଧ୍ୟ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ।ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ହାତରେ ରୂପାରେ ପୁରୁଣା ବାସ୍ପଚାଳିତ ଏକ ଟ୍ରେନ୍‌ର ଇଞ୍ଜିନ ମଡେଲକୁ ଉପହାରରେ ଦେଇଥିଲେ। ଏହି ପୁରୁଣା ରୂପାର ଟ୍ରେନ୍ ମଡେଲ ଏକ ଦୁର୍ଲଭ ଓ ଅସାଧାରଣ କଳାକୃତ୍ତି, ଯାହାକୁ ରୂପାର ସମୃଦ୍ଧ ଶିଳ୍ପ କୌଶଳ ପାଇଁ ପ୍ରସିଦ୍ଧ ମହାରାଷ୍ଟ୍ରର କାରିଗରଙ୍କ ଦ୍ବାରା ବିଶେଷ ଭାବରେ ତିଆରି କରାଯାଇଛି। ୯୨.୫% ରୂପାରେ ତିଆରି ଏହି ମଡେଲ ଭାରତୀୟ ଧାତୁ କଳାତ୍ମକର ଭବ୍ୟତାକୁ ପ୍ରଦର୍ଶିତ କରିଥାଏ।  

କେବଳ ସେତିକି ନୁହେଁ ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କୁ ମୋଦି ମାଶମିନା ସାଲ୍ ଉପହାର ଦେଇଥିଲେ। ଅସାଧାରଣ ଗୁଣବତ୍ତା ଓ ଅଦ୍ବିତୀୟ ସୁନ୍ଦରାର ପ୍ରତୀକ ହେଉଛି ଜମମୁ-କଶ୍ମୀରର ଏହି ଶଲ୍। ଏହା ଲଦାଖଣ ଉଚ୍ଚ ଅଞ୍ଚଳରେ ମିଳୁଥିବା ଚାଙ୍ଗଥାଙ୍ଗି ଛେଳିର  ଲୋମରୁ ତିଆରି କରାଯାଇଥାଏ। ଏହି ଲୋମ ଖୁବ ମୁଲାୟମ, ଯାହାକୁ ପଶମ ନାଁରେ ମଧ୍ୟ ଜଣାଯାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.