ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜନପଥ​‌ରେ ହେବ ମୋଦିଙ୍କ ରୋଡ୍‌ ସୋ', ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାରେ ମୁତୟନ ହେବେ ୫୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର ୧୦/୦୫: ରାଜଧାନୀବାସୀ ଦେଖିବେ ମୋଦିଙ୍କ ରୋଡ୍‌ ସୋ'। ଏଥିପାଇଁ  ଜନପଥରେ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା। ଜନପଥ ହେଲା ସିଲ୍। ଅପରାହ୍ଣ ୨ଟାରୁ ରୋଡ୍‌ ସୋ ସରିବା  ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ  ୪ଟାରୁ ରୋଡ୍‌ ସୋ' ଶେଷ ହେବା  ଯାଏଁ ଜନପଥର ଆରପାର୍ଶ୍ୱରେ  ଅର୍ଥାତ୍‌  ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାକୁ  ବନ୍ଦ କରାଯିବ । ଏହା ସହ ଜନପଥକୁ  ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା  ସିଲ୍‌ କରାଯିବ।

ମୋଦିଙ୍କ ରୋଡ୍‌ ସୋ’ ପାଇଁ ମୋଟ  ୫୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ  କରାଯିବ । ୫ ଡିସିପି, ୧୦ ଅତିରିକ୍ତ  ଡିସିପି, ୨୭ ଏସିପି ଓ ୪୧ଜଣ  ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ  ରହିବେ । ଏହାସହ ୩ଟି ଆଣ୍ଟି ଟେରର୍‌  ଗ୍ରୁପ୍‌ ମଧ୍ୟ ରୋଡ୍‌ ସୋ’କୁ ଜଗିବ ।  

୧୨ ମଣ୍ଡପରେ କଳା, ସଂସ୍କୃତିର ଝଲକ 

ରୋଡ୍‌ ସୋ'ରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକର ଦେଖିବାକୁ  ମିଳିବ । ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ । ବିଜେପି କାର୍ଯ୍ୟାଳୟରୁ  ବାଣୀବିହାର ଭିତରେ ରାସ୍ତାକଡ଼ରେ ୧୨ଟି ଆଇକନିକ ମଣ୍ଡପ  ନିର୍ମାଣ ସରିଛି । ସେଥିରେ ସମ୍ବଲପୁରୀ, ସାନ୍ତାଳି ଭଳି ଏକାଧିକ  ଲୋକନୃତ୍ୟ ପ୍ରଦର୍ଶନ କରାଯିବ । ଝାଞ୍ଜ ମୃଦଙ୍ଗରେ ମୋଦିଙ୍କୁ  ସ୍ୱାଗତ କରାଯିବ । 

୧୧୭ ଗଳି ରାସ୍ତାରେ ଜଗିବେ ପୁଲିସ 

ବିମାନବନ୍ଦରଠାରୁ ବିଜେପି ଦଳୀୟ ଦପ୍ତର, ଜନପଥରେ  ବାଣୀବିହାର ଯାଏଁ ରୋଡ୍‌ ସୋ’, ଜୟଦେବବିହାର, ରାଜଭବନ  ଯାଏଁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଯିବ । ଏହି ରୁଟ୍‌ରେ ମୋଟ  ୧୧୭ଟି ଗଳି ରାସ୍ତା ଚିହ୍ନଟ କରିଛି କମିଶନରେଟ୍‌ ପୁଲିସ । ପ୍ରତି  ଗଳିକୁ ପୁଲିସ ଜଗିବେ । ଟ୍ରାଫିକ୍‌ ପୋଷ୍ଟ ଓ କିଛି ବଡ଼ ଗଳିଠାରେ  ଗୋଟିଏ ଲେଖାଏଁ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ ।  କାରକେଡ୍‌ ଯିବା ବେଳେ ଗଳି ରାସ୍ତାରୁ ମୁଖ୍ୟ ରାସ୍ତା ଉପରକୁ  କାହାରିକୁ ଛଡ଼ାଯିବନି । ରୋଡ୍‌ ସୋ’ ବେଳେ ରାମମନ୍ଦିରଠୁ  ବାଣୀବିହାର ଭିତରେ ୧୫ଟି ଗଳି ଚିହ୍ନଟ କରାଯାଇଛି ।  ସେଠାରେ ବ୍ୟାପକ ମାତ୍ରାରେ ପୁଲିସ ଜଗିବେ । 

ପୁଷ୍ପ ବର୍ଷାରେ କଟକଣା 

ମୋଦିଙ୍କ କାର୍‌କେଡ୍‌ ଉପରକୁ ସାଧାରଣ ଜନତା ପୁଷ୍ପ ବର୍ଷା  କରିପାରିବେନି । ରସାୟନଯୁକ୍ତ ଫୁଲରେ ବିପଦ ଆଶଙ୍କା  ଥିବାରୁ ଏସପିଜି ବରିଷ୍ଠ ଅଧିକାରୀ ଏଭଳି କଟକଣା  କଷିଛନ୍ତି । ରୋଡ ସୋ’ ପୂର୍ବରୁ ଏନେଇ ଯାଞ୍ଚ କରିବାକୁ  କମିଶନରେଟ୍‌ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ବିଜେପିର ଦଳୀୟ ନେତାମାନେ ଫୁଲ  ବର୍ଷା କରିବାକୁ ଅନୁମତି ମିଳିଛି । 

ଶନିବାର ମୋଦିଙ୍କ ପ୍ରଚାର  ରହିଛି ରାଜ୍ୟର ୩ଟି ସ୍ଥାନରେ । ୧୧  ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ  ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ  ମୋଦି ପ୍ରଚାର ସଭା କରିବେ । ଦିନ  ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ  ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ  ବିଜୟ ସଂକଳ୍ପ ସମାବେଶରେ ମୋଦି  ଯୋଗ ଦେବେ । ମୋଦିଙ୍କ ଗସ୍ତ  କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ  ଉପସଭାପତି ଗୋଲକ ମହାପାତ୍ର  ସୂଚନା ଦେଇଛନ୍ତି । 

  • PrameyaOdia
  • prameya
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.