ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲ ସଂସଦରେ ଆସିଲା ନୂଆ ଆଇନ୍‌, ଅଲ-ଜଜୀରା ପ୍ରସାରଣ ଉପରେ ରୋକ୍‌ ଲଗାଇଲେ ନେତାନ୍ୟାହୁ ସରକାର

ଜେରୁସାଲେମ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶରେ ନ୍ୟୁଜ ଚ୍ୟାନେଲ ‘ଅଲ ଜଜୀରା’ର ପ୍ରସାରଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ନେତାନ୍ୟାହୁ ‘ଅଲ ଜଜୀରା’କୁ ଆତଙ୍କବାଦୀ ଚ୍ୟାନେଲ ବୋଲି କହିଥିବା ନେଇ ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ସୋମାବର ଇସ୍ରାଏଲ ସଂସଦରେ ଅଲ ଜଜୀରାର ପ୍ରସାରଣ ବନ୍ଦ କରିବାକୁ ନେଇ ଏକ ଆଇନ୍‌ ଆସିଛି । ଏହା ପରେ ଚ୍ୟାନେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଇସ୍ରାଏଲ ସରକାର । 

 ଇସ୍ରାଏଲ ସୁରକ୍ଷାକୁ ପ୍ରଭାବିତ କରିବା, ୭ ଅକ୍ଟୋବରରେ ହମାସ ଆକ୍ରମଣରେ ଅଂଶଗ୍ରହଣ କରିବା ଏବଂ ଇସ୍ରାଏଲ ବିରୋଧରେ ହିଂସା ସୃଷ୍ଟି କରିବା ନେଇ ଅଲ ଜଜୀରା ଉପରେ ଅଭିଯୋଗ କରିଛନ୍ତି ନେତାନ୍ୟାହୁ ସରକାର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ୍ସରେ ଲେଖିଛନ୍ତି ଯେ, ଆତଙ୍କବାଦୀ ଚ୍ୟାନେଲ ଅଲ ଜଜୀରା ଏବେ ଇସ୍ରାଏଲରେ ବନ୍ଦ ହେବ ।

 ସୋମବାର ସଂସଦରେ ଏକ ଆଇନ୍‌ ଆସିବା ପରେ ନେତାନ୍ୟାହୁ ଅଲ ଜଜୀରାର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି । ଏବେ ଇସ୍ରାଏଲରେ ଅଲ ଜଜୀରା ନିଜର ପ୍ରସାରଣ ବନ୍ଦ କରିବାକୁ ବାଧ୍ୟ ହେବ । ସେପଟେ ହମାସ ସହ ଲଢ଼େଇରେ ଇସ୍ରାଏଲକୁ କମଜୋର କରିବାକୁ ଅଲ ଜଜୀରାର ସାମ୍ବାଦିକଙ୍କ ଭୂମିକା ଉପରେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ ନେତାନ୍ୟାହୁ ସରକାର । ଆଉ ଏବେ ନୂଆ ଆଇନ୍‌ ଆସିବା ପରେ ଆତଙ୍କବାଦୀ ଚ୍ୟାନେଲ ବୋଲି ଅଲ-ଜଜୀରାକୁ ଅଭିଯୋଗ କରିଆସିଥିବା ଇସ୍ରାଏଲ ଏହାର ପ୍ରସାରଣ ଉପରେ ରୋକ ଲଗାଇଛି । 

  • Israel Hamas war
  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.