ମାଲକାନଗିରି, ୧୧/୮ : ମାଲକାନଗିରି ଜିଲ୍ଲାର ସୁ-ସାହିତ୍ୟିକ ତଥା କବି ବଳରାମ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶନିବାର ରାତିରେ ଦେହାନ୍ତ ହୋଇଛି। ବିଗତ କିଛି ବର୍ଷ ହେବ ସେ ମୁଖ କର୍କଟରେ ପୀଡିତ ଥିଲେ। ଭୁବନେଶ୍ବରଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ସେ ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲାରେ ଶିକ୍ଷକତା କରି ଆସୁଥିଲେ। ତାଙ୍କର ଶିକ୍ଷକତା ପେସା ଥିବା ବେଳେ ସାହିତ୍ୟ ସେବା ଓ କବିତା ଲେଖିବା ନିଶା ଥିଲା । କବି ବଳରାମ ପୂଜାରି ଜଣେ ସୁଲେଖକ ତଥା କବି ଭାବେ ଜିଲ୍ଲା ତଥା ରାଜ୍ୟରେ ଖ୍ୟାତି ରହିଥ୍ଲା। ତାଙ୍କର ବଳିଷ୍ଠ ଲେଖା ପାଇଁ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଲେଖନୀ ମୁନରୁ ଅନେକ କବିତା ସଂକଳନ ଲେଖିଛନ୍ତି। ଶବ୍ଦବ୍ରହ୍ମ, ମାଟିଲଗ୍ନା, ଇଶ୍ବରଙ୍କ ଭାଡି ଏବଂ ଶ୍ବେତପଦ୍ମା ଭଳି ବଳିଷ୍ଠ କବିତା ସଂକଳନ ଲେଖିଛନ୍ତି।
ତାଙ୍କର ଦେହାନ୍ତରେ ଜିଲ୍ଲାର ବୁଦ୍ଧିଜୀବୀ ଏବଂ ସାହିତ୍ୟିକ ମହଲରେ ଶୋକରେ ଛାୟା ଖେଳିଯାଇଛି। ତାଙ୍କର ମର ଶରୀର ଭୁବନେଶ୍ୱରରୁ ମାଲକାନଗିରି କୁଡୁମୁଳୁଗୁମା ବାସଭଵନକୁ ଅଣାଯାଇ କୁଡୁମୁଳୁଗୁମାରେ ପହଁଚିବା ପରେ ଶବ ସଂସ୍କାର କରାଯାଇଛି। ଏହି ଅବସରରେ ତାଙ୍କର ବୃଦ୍ଧ ପିତା ଇନ୍ଦ୍ରମଣୀ ପୂଜାରୀ, ପତ୍ନୀ ମଧୁସ୍ମିତା ଓ ଏକ ମାତ୍ର ପୁତ୍ର ରୁଦ୍ରଭିଷେକ ପୂଜାରୀ ଉପସ୍ଥିତ ଥିଲେ । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ବ୍ଲକ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ, ସରପଞ୍ଚ ମଙ୍ଗଳା ମାଢି, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି, ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ, ଶିକ୍ଷକ,ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ, ସାହିତ୍ୟିକ, କବି ତାଙ୍କର ଶେଷ ଦର୍ଶନ କରିଥିଲେ।