ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନିଜ ଦେଶକୁ ଝୁରୁଛନ୍ତି ପ୍ରିନ୍ସ ହ୍ୟାରି, ସାଙ୍ଗଙ୍କଠୁ ଦୂରେଇ ରହି ବିତାଉଛନ୍ତି ନିଃସଙ୍ଗ ଜୀବନ

ନୂଆଦିଲ୍ଲୀ ୧୦/୦୭: ବ୍ରିଟିଶ ରାଜପରିବାର ସଦସ୍ୟ ତଥା କିଙ୍ଗ୍‌ ଚାର୍ଲସ ୩ୟଙ୍କ ପୁଅ ପ୍ରିନ୍ସ ହ୍ୟାରି ନିଜ ଦେଶକୁ ଝୁରୁଛନ୍ତି । ସାଙ୍ଗଙ୍କଠୁ ମଧ୍ୟ ସେ ଦୂରେଇ ରହି ଖୁବ୍‌ ଏକୁଟିଆ ଅନୁଭବ କରୁଛନ୍ତି । ସାଙ୍ଗମାନେ ତାଙ୍କ ପତ୍ନୀ ମେଘନ ମାର୍କଲଙ୍କୁ ପସନ୍ଦ କରୁନଥିବାରୁ ତାଙ୍କ ପାଖକୁ ଆସୁନାହାନ୍ତି ବୋଲି ରୟାଲ ଏକ୍ସପର୍ଟ ଟମ୍‌ କ୍ୱିନ୍‌ ଗଣମାଧ୍ୟମକୁ କହିଛନ୍ତି । ହ୍ୟାରି କାଲିଫର୍ଣ୍ଣିଆର ମୋଣ୍ଟେସିଟୋଠାରେ ୪୨ ବର୍ଷୀୟା ପତ୍ନୀ ମେଘନ ଏବଂ ଦୁଇ ସନ୍ତାନ ରାଜକୁମାର ଆର୍ଚି ଓ ରାଜକୁମାରୀ ଲିଲିବେଟ୍‌ଙ୍କ ସହ ରହୁଛନ୍ତି । ହ୍ୟାରିଙ୍କର ଦୀର୍ଘ ଦିନର ବନ୍ଧୁ ହ୍ୟୁଜ୍‌ ଗ୍ରସ୍‌ଭେନର ଗତ ମାସ ଇଂଲଣ୍ଡରେ ବିବାହ କରିଥିଲେ । କିନ୍ତୁ ହ୍ୟାରି ଓ ମେଘନ ତାଙ୍କ ବିବାହରେ ଯୋଗ ଦେଇନଥିଲେ । କ୍ୱିନ୍‌ ଦାବି କରିଛନ୍ତି, କାହାକୁ ସମସ୍ୟା ନ ହେବା ପାଇଁ ଉଭୟ ଉତ୍ସବକୁ ଆସିନଥିଲେ । 

ଅନ୍ୟପକ୍ଷେ, ହ୍ୟାରିଙ୍କଠୁ ଅଲଗା ହୋଇଥିବା ଭାଇ ପ୍ରିନ୍ସ ୱିଲିୟମ୍‌ ବିବାହରେ ଜଣେ ସହାୟକ ଭାବେ କାମ କରିଥିଲେ । କ୍ୱିନ୍‌ କହିଛନ୍ତି, ଗତ ମେ ମାସରେ ଇନ୍‌ଭିକ୍ଟସ୍‌ ଗେମ୍‌ର ୧୦ମ ବାର୍ଷିକୀ ନିମନ୍ତେ ହ୍ୟାରି ଇଂଲଣ୍ଡ ଯାତ୍ରା କରିଥିଲେ । କିନ୍ତୁ ସେ ନିଜ ବନ୍ଧୁଙ୍କୁ ଦେଖା କରିନଥିଲେ । କାରଣ ସାଙ୍ଗମାନେ ତାଙ୍କ ଜୀବନରେ ମେଘନ ଆସିବା ପୂର୍ବର ଜୀବନ କଥା ତାଙ୍କୁ ମନେ ପକାଇଥାନ୍ତି । ତେଣୁ ହ୍ୟାରି ସେମାନଙ୍କଠୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ସାଙ୍ଗମାନେ ମେଘନଙ୍କୁ ହ୍ୟାରିଙ୍କ ପରିବର୍ତ୍ତନ ପାଇଁ ଦାୟୀ କରୁଛନ୍ତି । ୨୦୨୩, ଜୁନ୍‌ ୨୯ ତାରିଖରେ ହ୍ୟାରି ନିଜର ବ୍ରିଟିଶ ବାସଭବନ ଛାଡ଼ିଥିଲେ ଏବଂ ଆମେରିକାକୁ ନିଜର ୨ୟ ଘର ଘୋଷଣା କରିଥିଲେ । ଏହି ଦିନ ସେ ଓ ମେଘନ ଔପଚାରିକ ରୂପେ ଫ୍ରଗ୍‌ମୋର କଟେଜ୍‌ ଖାଲି କରିଥିଲେ । 

ଏହା ପରେ ବ୍ରିଟେନରେ ସେମାନଙ୍କର କୌଣସି ବାସଭବନ ରହିଲା ନାହିଁ । ତେବେ ସଦ୍ୟ ରିପୋର୍ଟ ଅନୁସାରେ, ହ୍ୟାରି ଏବେ ବ୍ରିଟେନରେ ରହିବାକୁ ଏକ ନୂଆ ସ୍ଥାନ ଖୋଜୁଛନ୍ତି । ସେ ନିଜ ଦେଶରେ ଜାଗା କିଣିବା ପାଇଁ ବିଚାର କରୁଥିବା କଥା କିଙ୍ଗ୍‌ ଚାର୍ଲସଙ୍କ ପୂର୍ବତନ ମୁଖ୍ୟ ସେବକ ଗ୍ରାଣ୍ଟ ହାରୋଲ୍ଡ କହିଛନ୍ତି । ସେପଟେ, ମେଘନ ବ୍ରିଟେନରେ ନିଜକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଅନୁଭବ କରିବା ସହିତ ହଲିଉଡ୍‌ କ୍ୟାରିଅର ଉପରେ ଫୋକସ୍‌ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.