ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ,୦୩/୦୫: ଉତ୍ତରପ୍ରଦେଶର ସବୁଠାରୁ ଚର୍ଚ୍ଚିତ ଆସନ ଆମେଥି, ରାଏବରେଲିକୁ ନେଇ ହଟିଲା ସସ୍‌‌ପେନ୍ସ। ନାମାଙ୍କନରେ ଶେଷ ଦିନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏଥିର ଆମେଥି ନୁହେଁ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି। ସେହିପରି ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ଆସନ୍ତା ମେ ୨୦ରେ  ଭୋଟ ଗ୍ରହଣ କରାଯିବ।


ଆମେଥି କଂଗ୍ରେସର ଗଡ ଥିଲା ବେଳେ  ୨୦୧୯ ଲୋକସଭା ନିର୍ବାଚନରେ ଏଠାରୁ  ରାହୁଲଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ  ସ୍ମୃତି ଇରାନୀ ବିଜୟୀ ହୋଇଥିଲେ ।  ରାହୁଳ କେରଳର ୱାୟନାଡ ଆସନରୁ  ଜିତିବାରେ ସକ୍ଷମ ହୋଇଥିଲେ । ତେବେ  ୨୦୧୯ରେ କଂଗ୍ରେସ ଉତ୍ତରପ୍ରଦେଶରୁ  ଯେଉଁ ଗୋଟିଏ ଆସନରେ ବିଜୟୀ  ହୋଇଥିଲା ତାହା ଥିଲା ରାୟବରେଲି ।  ଏଠାରୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜୟୀ ହୋଇଥିଲେ ।  ହେଲେ ଚଳିତଥର ସେ ଲୋକସଭା  ନିର୍ବାଚନ ଲଢ଼ୁନାହାନ୍ତି । ବରଂ ସେ  ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ  ହୋଇସାରିଛନ୍ତି ।

ବିଜେପି ପୂର୍ବରୁ ଆମେଥି ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିଲା ବେଳେ ରାଏବରେଲି ପାଇଁ  ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି । ଦୀନେଶ ବର୍ତ୍ତମାନ ଯୋଗୀ ସରକାରରେ ମନ୍ତ୍ରୀ ଅଛନ୍ତି । 



  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.