ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିରୋଧି ରହିବେ ନା ସରକାର ଗଠନ କରିବେ ? ଜାଣନ୍ତୁ ଫଳାଫଳ ଆସିବା ପରେ କ’ଣ ଥିଲା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୬: ଲୋକସଭା ନିର୍ବାଚନ ରେଜଲ୍ଟରେ ଇଣ୍ଡିଆ ମେଣ୍ଟ ୨୩୧ ଓ ଏନ୍‌ଡିଏ ମେଣ୍ଟକୁ ୨୯୪ ଆସନ ଏପର୍ଯ୍ୟନ୍ତ ମିଳିଛି। ଇଣ୍ଡିଆ ମେଣ୍ଟରେ ସାମିଲ କଂଗ୍ରେସ ୯୮ ଆସନରେ ଆଗୁଆ ଚାଲିଛି। ସେଭଳି କଂଗ୍ରେସ ପକ୍ଷରୁ ଏକ ପ୍ରେସ କନଫ୍ରେନ୍ସ କରାଯାଇଛି। ଏଥିରେ ଦଳ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କହିଛନ୍ତି, ଏହି ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧିରେ ରହିଛି। ତେବେ ରାହୁଲ ଗାନ୍ଧୀ କହିଛନ୍ତି, ଏହି ଲଢେଇ ସମ୍ବିଧାନକୁ ବଞ୍ଚାଇବା ପାଇଁ କରାଯାଇଛି। ଏହି ନିର୍ବାଚନ କେବଳ ଏକ ରାଜନୈତିକ ଦଳ ବିରୋଧରେ ଲଢିବା ପାଇଁ ନଥିଲା। ମୋଦି ସରକାର ପୁରା ଏଜେନ୍ସି, ଲୋକତାନ୍ତ୍ରିକ ସଂସ୍ଥାକୁ କବଜା କରିନେଇଥିଲେ, ଏହି ନିର୍ବାଚନ ତା ବିରୋଧରେ ଲଢାଯାଇଛି।

ରାହୁଲ କହିଛନ୍ତି, ଏହି ସଂଗ୍ରାମ ହେଉଛି ସମ୍ବିଧାନକୁ ବଞ୍ଚାଇବା। ଏହି ଲୋକମାନେ ଆମର ବ୍ୟାଙ୍କ ଆକାଉଣ୍ଟକୁ କ୍ୟାନସେଲ, ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖିଲେ, ମୁଁ ନିଶ୍ଚିତ ହେଲି ଯେ ଭାରତର ଲୋକମାନେ ସେମାନଙ୍କ ପଦକ୍ଷେପକୁ ସଫଳ ହେବାକୁ ଦେବେ ନାହିଁ। ଜନସାଧାରଣଙ୍କୁ ହୃଦୟରୁ ଧନ୍ୟବାଦ । ସମ୍ବିଧାନକୁ ବଞ୍ଚାଇବା ପାଇଁ ଆପଣ ପ୍ରଥମ ଏବଂ ସବୁଠାରୁ ବଡ ପଦକ୍ଷେପ ନେଇଛନ୍ତି। ଆମେ ସରକାରୀ ଏଜେନ୍ସି ବିରୁଦ୍ଧରେ ଲଢିଥିଲୁ। ଯେଉଁଠାରେ ମେଣ୍ଟ ଗଠନ ହେଲା, ଆମେ ଗୋଟିଏ ଭାବରେ ଯୁଦ୍ଧ କରିଥିଲୁ। କଂଗ୍ରେସ ଦେଶକୁ ଏକ ନୂଆ ଭିଜନ୍ ଦେଇଛି। ଆମେ ସେମାନଙ୍କ ଉଦ୍ୟମକୁ ସଫଳ ହେବାକୁ ଦେବୁ ନାହିଁ । ଆମେ ଦେଇଥିବା ପ୍ରତିଜ୍ଞା ପୂରଣ କରିବୁ।   

ଆସନ୍ତାକାଲି ଇଣ୍ଡିଆ ଆଲାଇନ୍ସର ନେତାମାନଙ୍କର ଏକ ବୈଠକ ହେବ। ମେଣ୍ଟ ନେତାମାନେ ଯାହା ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ ନିଷ୍ପତ୍ତି ହେବ। କେବଳ ଆମର ସହକର୍ମୀ ଏବଂ ସହଯୋଗୀମାନଙ୍କ ସହ କଥାବାର୍ତ୍ତା ହେବା ପରେ ଆମେ ସ୍ଥିର କରିବୁ ସରକାର ଗଠନ ବିଷୟରେ କଣ କରିବା। କଂଗ୍ରେସ ଏକୁଟିଆ ନୁହେଁ। ଆମ ସହିତ ଅନ୍ୟ  ପାର୍ଟୀ ଅଛନ୍ତି। ତାଙ୍କ ସହ ଏକ ବୈଠକ କରିବୁ, କାରଣ ଆଜି ଆମ ପାଖରେ ଏହାର ଉତ୍ତର ନାହିଁ, ରାଏବରେଲି କିମ୍ବା ୱାୟନାଡ କେଉଁଠୁ ରହିବେ ବୋଲି ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଭାବିବା ପରେ  ନିଷ୍ପତ୍ତି ନେବି। ଉଭୟ ସ୍ଥାନର ଲୋକମାନେ ବହୁତ ଭଲ ପାଇବା ଦେଖାଇଛନ୍ତି।

  • prameyanews
  • PrameyaOdia
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.