ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ

ପୁରୀ,୦୩/୦୬: ରଥତ୍ରୟର ଚକ, ଅଖ, ଗୁଜ ତିଆରିରେ ବ୍ୟସ୍ତ ନିର୍ମାଣକାରୀ । ବିଶ୍ୱକର୍ମାମାନେ ଚକ ତିଆରିରେ ନିମଗ୍ନ । ଭୋଇସେବକମାନେ ସିଙ୍ଗଡ଼ା ବାଡ଼େଇ ଚକ ତିଆରିରେ ବିଶ୍ୱକର୍ମାଙ୍କୁ ସାଥ୍‌ ଦେଉଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ୩ ରଥର ପ୍ରାୟ ୩୨ ଚକ ଶେଷ ହୋଇଛି । ରଥ ଖଳାରେ ସାନ ଉଛୁଳା ବ୍ରେକ ଅଖ ତିଆରି ଶେଷ ହେବା ଉପରେ। ରଥର ମୁହାଁଟ କାମ ସରିଛି । ଏବେ ମୁହାଁଟରେ ସୂତା ବାଡ଼ିଆ ଯାଇଛି । ସୋମବାର ମୁହାଁଟରେ ବିନ୍ଧ ଅନୁକୂଳ ପାଇଁ ପ୍ରସ୍ତୁତି ଚାଲିଥିବା କୁହାଯାଉଛି । 

ରବିବାର ରଥର ଯୋକା କାମ ଆରମ୍ଭ ହୋଇଛି । ତାଳଧ୍ୱଜର ୫ଟି ଯୋକା ନିର୍ମାଣ ହୋଇଥିବା କୁହନ୍ତି ବାଳକୃଷ୍ଣ ମହାରଣା । ତିନି ରଥରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି । ନନ୍ଦିଘୋଷ ଓ ତାଳଧ୍ୱଜର ୧୬  ଲେଖା ଯୋକା ସଂଖ୍ୟା । ଦେବଦଳନ ରଥରେ ୧୨ଟି  ଯୋକା ଲାଗିଥାଏ । ରଥର କୋଣମାନଙ୍କରେ ଯୋକା  ସ୍ଥାପନ କରାଯାଏ। ତାଳଧ୍ୱଜ ରଥର ୪ କୋଣରେ ୪ଟି  କରି ୧୬ଟି ଗୁଜ ଓ ସେହି ଅନୁସାରେ ଯୋକା ଲାଗିବ ।  ନନ୍ଦିଘୋଷ ରଥରେ ସେହି ଅନୁସାରେ ଯୋକା ଲାଗେ । ଦେବଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି  ଯୋକା ଲଗାଯିବ ।  

ଚକ ଶେଷ ହେବାକୁ ପହିକୁ ଅପେକ୍ଷା । କିଛି ପହି କାଠ ଉପୋଯୋଗୀ ନହେବାରେ କରତକଳରୁ ପୁଣି  ପହି ଆସିବାକୁ ପ୍ରତୀକ୍ଷା ରହିଛି । ତେବେ ସବୁ ଚକ  କାମ ସରିଲେ ଖଳାରୁ ବାହାରିବ । କେହି ଆଗୁଆ କି  ପଛୁଆ ହେବେ ନାହିଁ । ଶୀତଳଷଷ୍ଠୀ ସୁଦ୍ଧା ସବୁ ଚକ  ଓ ଅଖ ତିଆରି ସରିଯିବ ବୋଲି ନିର୍ମାଣକାରୀ କୁହନ୍ତି ।  ରୂପକାରମାନେ ଗୁଜ ନିର୍ମାଣରେ ନିମଗ୍ନ । ମୁଗୁର ଓ  ନିହଣ ମୁନରେ ଚାଲିଛି ସିଂହବିରାଳ ମୂର୍ତ୍ତି ଖୋଦେଇ ।  ନୃସିଂହ ଜନ୍ମ ଅବସରରେ ଶ୍ରୀନୃସିଂହଙ୍କ ଆବାହନ କରି  କାର୍ଯ୍ୟ ଆରମ୍ଭ କରିଥିଲେ ରୂପକାର । ସେବେଠାରୁ ତିନି  ରଥର ରୂପକାରମାନେ ଗୁଜରେ ଖୋଦେଇ କରୁଛନ୍ତି । ଓଝା  ସେବକମାନେ ଦଣ୍ଡା କଣ୍ଟା ପ୍ରସ୍ତୁତ କରୁଛନ୍ତି । ଅଗପାତଳି  ଓ ଚଉରସ କଣ୍ଟା ତିଆରି ହେଉଛି । ତିନି ରଥ ପାଇଁ  ସ୍ୱତନ୍ତ୍ର ୩ଟି ଶାଳରେ ପ୍ରସ୍ତୁତ ହେଉଛି ଲୌହ ସାମଗ୍ରୀ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.