ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବିବାହର ୩୨ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ରେମଣ୍ଡ ମାଲିକ ଗୌତମ ସିଙ୍ଘାନିଆ, ସୋସିଆଲ ମିଡିଆରେ ଲେଖିଲେ- ଏଥର ଦୀପାବଳି...

ନୂଆଦିଲ୍ଲୀ,୧୩।୧୧: ରେମଣ୍ଡ ଲିମିଟେଡ୍‌ର ଚେୟାରମ୍ୟାନ୍ ଓ ଏମ୍‌ଡି ଗୌତମ ସିଙ୍ଘାନିଆ ନିଜ ପତ୍ନୀଙ୍କଠାରୁ ଅଲଗା ହୋଇଥିବାର ଘୋଷଣା କରିଛନ୍ତି।  ବିଶିଷ୍ଟ ଉଦ୍ୟୋଗପତି ଗୌତମ ସିଙ୍ଘାନିଆ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି, ବିବାହର ୩୨ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେଉଛୁ। ଉଲ୍ଲେଖନୀୟ ଯେ, ଗୌତମଙ୍କ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆ ଏକ ପାର୍ସି ପରିବାରରୁ ଆସିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସିଙ୍ଘାନିଆ ଲେଖିଛନ୍ତି, ଆମ ପାଇଁ ଚଳିତ ବର୍ଷର ଦୀପାବଳି ପୂର୍ବ ଭଳି ନାହିଁ। ଆମେ ବାପା-ମା’ ଭାବରେ ଏକାଠି ଆଗାକୁ ବଢୁଛୁ ଓ ଆଗାକୁ ମଧ୍ୟ ଆମେ ପରସ୍ପରର ଶକ୍ତି ହୋଇ ରହିବୁ। ଆମେ ନିଜର ପ୍ରତିଶ୍ରୁତି, ସଂକଳ୍ପ, ବିଶ୍ବାସ ସହିତ ନିଜ ଜୀବନର ଯାତ୍ରା ସ୍ଥିର କରିଛୁ। ଗୌତମ ସିଙ୍ଘାନିଆ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଦୁଇ ଝିଅଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଆମେ ଦୁହେଁ ନିଜର ଝିଅ ନିହାରିକା ଓ ନିସାଙ୍କ ଦେଖାଶୁଣା କରିବୁ। ଆମେ ଯଦିଓ ଅଲଗା ହେଉଛୁ କିନ୍ତୁ ସେ ସବୁକିଛି କରିବେ, ଯାହା ଆମ ଦୁଇ ଝିଅଙ୍କ ପାଇଁ ଭଲ ହେବ।

ସିଙ୍ଘାନିଆ କହିଛନ୍ତି, ତାଙ୍କ ପରିବାକୁ ନେଇ ବହୁ ଗୁଜବ ଏବଂ ଗସିପ୍ ଚାଲିଛି। ଏହା ସହିତ ସେ ଇଣ୍ଟରନେଟ୍‌ ୟୁଜର୍ସଙ୍କୁ ଅଲଗା ହେବାର ଏହି ନିଷ୍ପତ୍ତିକୁ ସମ୍ମାନ କରିବାର ଅପିଲ୍ କରିଛନ୍ତି। ଗୌତମ ସିଙ୍ଘାନିଆ କହିଛନ୍ତି, ତାଙ୍କୁ ନିଜର ସମ୍ପର୍କର ସବୁ ଦିଗକୁ ସମାଧାନ କରିବା ପାଇଁ ସ୍ପେସ୍‌ ଦରକାର, ଏଭଳି ସ୍ଥିତିରେ ଆପଣ ସମସ୍ତେ ସହଯୋଗ କରନ୍ତୁ। ଉଲ୍ଲେଖନୀୟ ଯେ, ଗୌତମ ସିଙ୍ଘାନିଆ ଗତ କିଛି ବର୍ଷ ପୂର୍ବେ ନିଜ ବାପା ବିଜୟପତଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ଏହି ବିବାଦ ଏକ ଫ୍ଲାଟକୁ ନେଇ ଆରମ୍ଭ ହୋଇଥିଲା। ବିଜୟପତ ଏହି ଫ୍ଲାଟକୁ ବିକ୍ରି କରିବାକୁ ଚାହୁଁଥିଲେ, କିନ୍ତୁ ଗୌତମ ଏଭଳି ଚାହୁଁନଥିଲେ। ବିବାଦ ବଢିବା କାରଣରୁ ଦୁହିଁଙ୍କ ସମ୍ପର୍କ ଖରାପ ହୋଇଥିଲା।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.