ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚଳନ୍ତା ବସରେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ, ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲା ୪୦ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧/୨ : ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଛାତି ଥରେଇଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରାଜ୍ୟ ପରିବହନ ନିଗମ କନ୍ନୋଜ ଡିପୋର ଏକ ବସ୍ ଡ୍ରାଇଭରକୁ ବସ୍ ଚଳାଇବା ସମୟରେ ହୃଦଘାତ ହୋଇଥିଲା । ମାତ୍ର ତା’ର ଉପସ୍ଥିତ ବୁଦ୍ଧି ଯୋଗୁଁ ବସରେ ଥିବା ୪୦ଯାତ୍ରୀଙ୍କ ଜୀବନ ବର୍ତ୍ତି ଯାଇଛି ।

ପ୍ରକାଶ ଯେ,ଗୁରୁବାର ଅପରାହ୍ନରେ ବସ୍ ଡ୍ରାଇଭର  ମାନସିଂହ(୪୫) ଏବଂ କଣ୍ଡକ୍ଟର ସୁରେନ୍ଦ୍ର ୪୦ଯାତ୍ରୀଙ୍କୁ  କନ୍ନୋଜରୁ ନେଇ ହରଦୋଇ ଲାଗି ବାହାରିଥିଲେ । ହରଦୋଇ ସହରର ୧୭କିଲୋମିଟର ପୂର୍ବରୁ ସୋମରାଠାରେ ବସ୍ ଚଳାଇବା ସମୟରେ ମାନସିଂହଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ମୁଣ୍ଡ ବ୍ୟଥା ଏବଂ ନିଶ୍ବାସ ନେବାରେ ଅସୁବିଧା କାରଣରୁ ମଝି ରାସ୍ତାରେ ବସ୍ ଛିଡ଼ା କରିଦେଇଥିଲେ ।

ଏହାପରେ ଝରକା ଖୋଲି ତଳକୁ ଓହ୍ଲାଇପଡ଼ିଥିଲେ ଏବଂ ରାସ୍ତାରେ ବସିପଡ଼ିଥିଲେ । ଲୋକେ କିଛି ବୁଝିବା ପୂର୍ବରୁ ସେ ବେହୋସ ହୋଇଗଲେ । ତାଙ୍କୁ ରାସ୍ତା ଉପରେ ବେହୋସ ଦେଖି ବସରେ ଥିବା ଯାତ୍ରୀ ଏବଂ କଣ୍ଡକ୍ଟର ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କୁ ବସରେ ପକାଇ ଦେଇଥିଲେ । ଏହାପରେ ଯାତ୍ରୀଙ୍କ ଦ୍ବାରା ବସ୍ ଚଳାଇ କଣ୍ଡକ୍ଟର ସିଧା ଯାଇ ମେଡ଼ିକାଲ କଲେଜରେ ପହଞ୍ଚିଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡ଼ିକାଲ କଲେଜର ଡକ୍ଟରଙ୍କ ପକ୍ଷରୁ ଡ୍ରାଇଭରର ହୃଦଘାତରେ ମୃତ ହୋଇଥିବା ଆଶଙ୍କା କରାଯାଉଛି । ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି । ମାନସିଂହ କନ୍ନୋଜ ଜିଲ୍ଲାର ସିକନ୍ଦରପୁର କରନ ଗାଁର ବାସିନ୍ଦା। 

ଏହି ଘଟଣାକୁ ନେଇ ମେଡ଼ିକାଲ କଲେଜ ହରଦୋଇର ଡିଏମଓ ୟଶ ଅଗ୍ନିହୋତ୍ରୀ କହିଛନ୍ତି କି, ଡ୍ରାଇଭର ମାନସିଂହକୁ ଆମ ପାଖକୁ ନିଆଯାଇଥିଲା । ଜରୁରୀକାଳୀନ ଭିତ୍ତିରେ ତାଙ୍କୁ ପରୀକ୍ଷା କରାଗଲା ତ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁର କାରଣ କାର୍ଡ଼ିୟକ ଅରେଷ୍ଟ ବୋଲି ଆଶଙ୍କା କରାଯାଉଛି । ଏଆରଏମ୍ ରୋଡ଼ଓ୍ବେଜ ହରଦୋଇ ପଙ୍କଜ ତିଓ୍ବାରୀ କହିଛନ୍ତି କି କନ୍ନୋଜ ଡିପୋର ବସ୍ ହରଦୋଇ ଲାଗି ଆସୁଥିଲା । ସେଥିରେ ପ୍ରାୟ ୪୦ଜଣ ଯାତ୍ରୀ ଥିଲେ । ଅଚାନକ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଡ୍ରାଇଭର ବ୍ରେକ୍ ଲଗାଇ ସେଠାରେ ବସକୁ ଅଟକାଇ ଦେଇଥିଲେ । ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ୪୦ଜଣ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.