ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଜାପାନରେ ବଢ଼ୁଛି ‘ରୋମାନ୍ସ ସ୍କାମ୍‌’, ପୀଡ଼ିତାଙ୍କ ପାଇଁ ହେଲ୍ପଲାଇନ୍‌ ଆରମ୍ଭ

ନୂଆଦିଲ୍ଲୀ ୦୯/୦୬: ଜାପାନରେ ‘ରୋମାନ୍ସ ସ୍କାମ୍‌’ରେ ଫସି ହଜାର ହଜାର ମହିଳା ବେଶ୍ୟାବୃତ୍ତିକୁ ଆପଣାଉଛନ୍ତି । ପ୍ରତିବର୍ଷ ଏହି ଘଟଣା ବଢ଼ିବାରେ ଲାଗିଛି । ଗତବର୍ଷ ଟୋକିଓ ପୁଲିସ ବେଶ୍ୟାବୃତ୍ତି ମାମଲାରେ ୧୪୦ ମହିଳାଙ୍କୁ ଗିରଫ କରିଥିଲା, ଯାହା କି ୨୦୨୩ ତୁଳନାରେ ୩ ଗୁଣା ବୃଦ୍ଧି । ଗିରଫ ହୋଇଥିବା ମହିଳାଙ୍କ ମଧ୍ୟରୁ ୪୦% ଅଭିଯୋଗ କରିଛନ୍ତି ଯେ ହଷ୍ଟ କ୍ଲବ୍‌ର ବକେୟା ପାଉଣା ପରିଶୋଧ ଲାଗି ସେମାନେ ଶେଷରେ ଦେହ ବ୍ୟବସାୟରେ ଲିପ୍ତ ହେଉଛନ୍ତି । ହଷ୍ଟ କ୍ଲବ୍‌ ସେମାନଙ୍କ ଜୀବନକୁ ନର୍କତୁଲ୍ୟ କରିଦେଇଛି ।

ଜାପାନର ବିଭିନ୍ନ ପ୍ରମୁଖ ସହରରେ ଏଭଳି ଘଟଣା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ପୀଡ଼ିତାଙ୍କ ନିମନ୍ତେ ହେଲ୍ପଲାଇନ ଆରମ୍ଭ କରାଯାଇଛି । ଏଥିରେ ପୀଡ଼ିତାମାନେ ଯୋଗାଯୋଗ କରି ବେଶ୍ୟାବୃତ୍ତିରୁ ବର୍ତ୍ତିବା ସହ ଅଭିଯୁକ୍ତ ଧୋକାବାଜ ପ୍ରେମିକଙ୍କୁ ପୁଲିସ ଦ୍ୱାରା ଗିରଫ କରାଉଛନ୍ତି । ଜାପାନର କାବୁକିଚୋ ଜିଲ୍ଲାରେ ଏଭଳି ମାଳ ମାଳ ଘଟଣା ସାମ୍ନାକୁ ଆସିଛି । ଏଠାରେ ଅନେକ ଛୋଟ କ୍ଲବ, ପବ୍‌ ଏବଂ ରାତ୍ରିକାଳୀନ ସ୍ନାକ୍‌ ବାର୍‌ ଆଦି ରହିଛି । ଏହି କ୍ଲବ୍‌ ଓ ପବ୍‌ଗୁଡ଼ିକ ଯୁବ ବୟସର ଲୋକଙ୍କୁ ନିଯୁକ୍ତି ଦେଇ ମହିଳାଙ୍କୁ ଠକୁଛନ୍ତି । ଏହାକୁ ସେମାନେ ମୁଖ୍ୟ ପେସା ବନାଇଛନ୍ତି । ପୀଡ଼ିତା ମହିଳା ସର୍ବସ୍ୱାନ୍ତ ହୋଇଯିବା ପରେ ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଛି । ଲୋକଲଜ୍ଜା ଏଡ଼ାଇବା ପାଇଁ ସମ୍ପୃକ୍ତ ମହିଳା ଶେଷରେ ଲୁଚାଛପାରେ କ୍ଲବ୍‌କୁ ଯାଇ ଏକାଧିକ ଗ୍ରାହକଙ୍କ ଶଯ୍ୟାସଙ୍ଗିନୀ ସାଜୁଛନ୍ତି ।

ହଷ୍ଟ କ୍ଲବ୍‌ଗୁଡ଼ିକ ନିଃସଙ୍ଗ ଜୀବନ ବଞ୍ଚୁଥିବା ମହିଳା ଓ ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ପ୍ରଥମେ ସେମାନଙ୍କୁ ଅନ୍‌ଲାଇନ୍‌ରେ ପ୍ରେମଜାଲରେ ଫସାଯାଉଛି । ଏହାପରେ କ୍ଲବ୍‌କୁ ଆଣି ସେବା ଦିଆଯାଉଛି । ସେମାନେ ଅଜାଣତରେ ଫସି କ୍ଲବ୍‌କୁ ଅହରହ ଆସୁଛନ୍ତି । ଯୁବ ବୟସର ପ୍ରେମିକ ପାଇ ସେମାନେ କ୍ଲବ୍‌ରେ ମୋଟା ଅଙ୍କର ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି । ଏହା ନିୟନ୍ତ୍ରଣକୁ ବାହାରକୁ ଚାଲିଯିବା ପରେ ସେମାନେ ସର୍ବସ୍ୱ ହରାଇ ବସୁଛନ୍ତି । ଶେଷରେ ସେମାନେ ପ୍ରେମରେ ଧୋକା ଖାଇଥିବା ଜାଣି ହତାଶ ହୋଇପଡ଼ୁଛନ୍ତି । ଏତିକିରେ ସେମାନଙ୍କ ଦୁଃଖ ସରୁନାହିଁ । ସେମାନେ କ୍ଲବ୍‌ର ବକେୟା ପରିଶୋଧ ପାଇଁ ଦେହ ବ୍ୟବସାୟରେ ସାମିଲ ହୋଇଯାଉଛନ୍ତି ।

ୟୁ ନାମ୍ନୀ ଜଣେ ୪୧ ବର୍ଷୀୟା ମହିଳା ଦୁଇ ସନ୍ତାନର ଜନନୀ । ସେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇ ଏକାକୀ ରହୁଥିଲେ । ଏହାପରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି କ୍ଲବ୍‌ ଆସିଥିଲେ । ପ୍ରଥମେ ତାଙ୍କୁ କମ୍‌ ଦାମରେ ସୁସ୍ୱାଦୁ ଖାଦ୍ୟ ଏବଂ ମଦ ଅଫର କରାଯାଇଥିଲା । ବଦଳରେ ପ୍ରେମିକ ତାଙ୍କୁ ଶସ୍ତା ଉପହାର ଦେଉଥିଲା । ଖୁବଶୀଘ୍ର ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା । ୟୁ ତାକୁ ସହଜରେ ବିଶ୍ୱାସ କରିଥିଲେ ଏବଂ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଦେଇଥିଲେ । ତାଙ୍କ ପ୍ରେମିକର ବୟସ ପ୍ରାୟ ୨୦ରୁ ୨୨ ବର୍ଷ ହେବ । ଶେଷରେ ୟୁଙ୍କ ସଞ୍ଚିତ ଅର୍ଥ ଶେଷ ହୋଇଯିବା ପରେ ପ୍ରେମିକ ତାଙ୍କୁ ଛାଡ଼ିଦେଇଥିଲା । 

ୟୁଙ୍କ ଉପରେ କ୍ଲବ୍‌ର ବକେୟା ରାଶି ୨୫ ନିୟୁତ ୟେନ୍‌ ବା ୧.୬୫ ଲକ୍ଷ ଡଲାର ହୋଇଯାଇଥିଲା । ଏହାକୁ ପରିଶୋଧ କରିବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରାଯାଇଥିଲା । ୟୁ କିଛି ଚାରା ନ ପାଇ ଏହାକୁ ଆପଣାଇଥିଲେ । ତାଙ୍କ ଭଳି ହଜାର ହଜାର ମହିଳା ଏହିଭଳି ‘ରୋମାନ୍ସ ସ୍କାମ୍‌’ର ଶିକାର ହୋଇ ବେଶ୍ୟାବୃତ୍ତି କରୁଛନ୍ତି । ଟୋକିଓର କାବୁକିଚୋ ସହରରେ ଏଭଳି ୩୦୦ରୁ ଅଧିକ କ୍ଲବ୍‌, ପବ୍‌, ସ୍ନାକ୍‌ ବାର୍‌ ରହିଛି, ଯେଉଁଠାରେ ନିଃସଙ୍ଗ ମହିଳାଙ୍କୁ ପୁରୁଷ ସାଥୀ ଭେଟିଦେଇ ସର୍ବସ୍ୱ ଲୁଟି ନିଆଯାଉଛି । ସମସ୍ତ ହଷ୍ଟ କ୍ଲବ୍‌ ସେମାନଙ୍କ ମହିଳା ଗ୍ରାହକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । 

ଜାପାନରେ ପ୍ରଚଳିତ ନିୟମ ଅନୁସାରେ ୧୮ ବର୍ଷର ଯେ କୌଣସି ବ୍ୟକ୍ତି କ୍ଲବ୍‌ରେ ପ୍ରବେଶ କରିପାରିବେ । ଏହି ନିୟମ ବଦଳାଇବା ପାଇଁ ଚେଷ୍ଟା ହେଉଛି ସତ । କିନ୍ତୁ ଏହା ବଦଳି ପାରୁନାହିଁ । କୋଭିଡ ବେଳେ ଏହା କମିଯାଇଥିଲା । କିନ୍ତୁ ୨୦୨୩ରେ ସମସ୍ତ କଟକଣା ହଟିଯିବା ପରେ ମାମଲା ସଂଖ୍ୟା ବଢ଼ିଚାଲିଛି । ଗତବର୍ଷ ଡିସେମ୍ବରରେ ଟୋକିଓ ପୁଲିସ ୧୭୬ ହଷ୍ଟ କ୍ଲବ୍‌ ଉପରେ ଚଢ଼ଉ କରିଥିଲା । ତନ୍ମଧ୍ୟରୁ ୭୫% କ୍ଲବ୍‌ ଆଇନ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା । ନିଃସଙ୍ଗ ମହିଳାଙ୍କୁ ଖୁସି କରୁଥିବା ୨୮ ବର୍ଷୀୟ ମିକାମି ରୁଇ କହିଛନ୍ତି, ମୁଁ ୧୦ ବର୍ଷ ହେଲା ହଷ୍ଟ ଭାବେ କାମ କରୁଛି । କିନ୍ତୁ ବେଶ୍ୟାବୃତ୍ତି ପାଇଁ କୌଣସି ମହିଳାଙ୍କୁ ବାଧ୍ୟ କରିନାହିଁ । ମହିଳାଙ୍କୁ ଫସାଇ ସେ ସେମାନଙ୍କୁ ଖର୍ଚ୍ଚାନ୍ତ କରାଇଥିବା ସ୍ୱୀକାର କରିଛନ୍ତି । 

ଅନ୍‌ଲାଇନ୍‌ରେ ଏଥିପାଇଁ ଅନେକ ଆପ୍‌ ରହିଛି । ଏହା ଜରିଆରେ ମହିଳାଙ୍କୁ ଫସାଯାଉଛି । କିଛି ହଷ୍ଟ କ୍ଲବ୍‌ ଧନୀ ଶ୍ରେଣୀର ଯୁବତୀଙ୍କୁ ଫସାଇବାରେ ସମର୍ଥ ହେଉଛନ୍ତି । ଯୁବତୀମାନେ ଅଜାଣତରେ ଋଣ ଜାଲରେ ଫସିଯାଉଛନ୍ତି । ଋଣ ପରିଶୋଧ ଲାଗି ସେମାନଙ୍କୁ ବେଶ୍ୟାବୃତ୍ତିରେ ସାମିଲ କରାଯାଉଛି । ପୀଡ଼ିତା ୟୁ ପ୍ରେମିକ ସହ କ୍ଲବ୍‌ ଯିବା ପୂର୍ବରୁ ୨ ବର୍ଷ ଧରି ପ୍ରେମିକର ୟୁଟ୍ୟୁବ୍‌ ଭିଡିଓ ଦେଖିଥିଲେ । ସେଥିରେ ସେ ଆକର୍ଷିତ ହୋଇଥିଲେ । ପ୍ରଥମେ କ୍ଲବ୍‌ରେ ତାଙ୍କୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଜାପାନର ଲୋକପ୍ରିୟ ଦ୍ୱୀପକୁ ବୁଲାଇବାକୁ ନିଆଯାଇଥିଲା । ସେ କିଛି ବୁଝିବା ପୂର୍ବରୁ ପ୍ରେମଜାଲରେ ସମ୍ପୂର୍ଣ୍ଣ ଫସିସାରିଥିଲେ । ଧୀରେ ଧୀରେ ତାଙ୍କ ଉପରେ କ୍ଲବ୍‌ର ବକେୟା ଦେୟ ବଢ଼ିବାକୁ ଲାଗିଥିଲା । ସେ ପରିଶୋଧ କରିବାକୁ ବିଫଳ ହେବାରୁ ତାଙ୍କୁ ବେଶ୍ୟାବୃତ୍ତି ପାଇଁ ବିଦେଶ ଯିବାକୁ କୁହାଯାଇଥିଲା । ୟୁ ମନା କରିବାରୁ ମାସକ ଭିତରେ ୫୩ ହଜାର ଡଲାର ଶୁଝିବା ଲାଗି ଏହା ହିଁ ଶେଷ ଉପାୟ ବୋଲି କୁହାଯାଇଥିଲା । ୟୁ ଶେଷରେ ରାଜି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.