ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଶାର୍ଦ୍ଦୁଳ ଠାକୁରଙ୍କ ନିଆରା ଅନ୍ଦାଜ୍, ମୁମ୍ବାଇ ଲାଗି ଯୋଡ଼ିଲେ ସୁନ୍ଦର ଶତକ

ନୂଆଦିଲ୍ଲୀ,୩/୩ : ଶାର୍ଦୁଳ ଠାକୁର ବହୁ ସମୟରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି । କିନ୍ତୁ ସେ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛନ୍ତି । ଶାର୍ଦୁଳ ରଣଜୀ ଟ୍ରଫି ୨୦୨୩-୨୪ର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଶତକ ଯୋଡ଼ିଛନ୍ତି । ସେ ୧୩ଚୌକା ଏବଂ ୪ଛକା ସାହାଯ୍ୟରେ ୧୦୯ରନ କରିଛନ୍ତି । ଶାର୍ଦୁଳଙ୍କ ଏହି ପାଳି ସାହାଯ୍ୟରେ ମୁମ୍ବାଇ ପ୍ରଥମ ପାଳିରେ ୩୦୦ରନର ସଂଖ୍ୟା ପାର୍ କରି ନେଇଛି । ଶାର୍ଦୁଳ ଭଲ ବ୍ୟାଟିଂ ପୂର୍ବରୁ ବୋଲିଂରେ ବି କମାଲ ଦେଖାଇଥିଲେ । ସେ ୧୪ଓଭରରେ ୨ଓ୍ବିକେଟ ନେଇଥିଲେ । 

ପ୍ରକାଶ ଯେ, ରଣଜୀ ଟ୍ରଫିର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ମୁମ୍ବାଇ ଏବଂ ତାମିଲନାଡ଼ୁ ମଧ୍ୟରେ ଖେଳାଯାଉଛି । ଏହି ମୁକାବିଲାରେ ମୁମ୍ବାଇର ଆରମ୍ଭ ଖରାପ ରହିଥିଲା । ଓପନର ପୃଥ୍ବୀ ଶ ପ୍ରାୟ ୫ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଭୂପେନ ଲାଲବାନୀ ବି ଆଉଟ ହୋଇ ଚାଲିଯାଇଥିଲେ । ମୁମ୍ବାଇର ପୂରା ଟିମ୍ ଏହି ଭଳି ଭାବେ ସମସ୍ତେ ଆଉଟ ହୋଇଯାଇଥିଲେ । କିନ୍ତୁ ଶାର୍ଦୁଳ ପାଳି ସାମ୍ଭାଳି ନେଇଥିଲେ । ସେ ୯ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟ୍ରରେ ୧୦୫ବଲର ସାମ୍ନା କରି ୧୦୯ରନ୍ କରିଛନ୍ତି । ସେ ୧୩ଚୌକା ଏବଂ ୪ଛକା ମାରିଛନ୍ତି । ଶାର୍ଦୁଳ ଏହି ଭଲ ପ୍ରଦର୍ଶନ ପରେ ଆଉଟ ହୋଇଯାଇଛନ୍ତି । ତାଙ୍କୁ କୂଲଦୀପ ସେନ ପାଭିଲିୟନର ରାସ୍ତା ଦେଖାଇଥିଲେ ।

ମୁମ୍ବାଇ ଲାଗି ଅଧିନାୟକ ଅଜିଙ୍କ୍ୟା ରହାଣେ ବି କିଛି ଖାସ୍ କରି ପାରିନଥିଲେ । ସେ ୬୭ବଲରେ ୧୯ରନ୍ କରି ଆଉଟ ହୋଇଯାଇଥିଲେ । ରହାଣେ ୨ଚୌକା ଲଗାଇଥିଲେ । ମୁଶୀର ଖାନ ଅର୍ଦ୍ଧଶତକ ଯୋଡ଼ିଥିଲେ । ସେ ୧୩୧ବଲର ସାମ୍ନା କରି ୫୫ରନ କରିଥିଲେ । ମୁଶୀରଙ୍କ ଏହି ପାଳିରେ ୬ଚୌକା ସାମିଲ ରହିଛି । ଓ୍ବିକେଟକିପର ବ୍ୟାଟର ହାର୍ଦ୍ଦିକ ତମାରୋ ୯୨ବଲରେ ୩୫ରନ କରିଛନ୍ତି । ସେ ୩ଚୌକା ଲଗାଇଛନ୍ତି । 

ପ୍ରକାଶ ଯେ, ଏହି ମୁକାବିଲାରେ ତାମିଲନାଡ଼ୁ ଟିମ୍ ୧୪୬ରନ୍ କରି ଅଲଆଉଟ ହୋଇଯାଇଛନ୍ତି । ଏଥିଲାଗି ଓ୍ବାଶିଂଟନ ସୁନ୍ଦର ୪୩ରନ୍ କରିଥିଲେ । ସୁନ୍ଦରଙ୍କ ଏହି ପାଳିରେ ୫ଚୌକା ସାମିଲ ରହିଛି । ଏହି ସମୟରେ ମୁମ୍ବାଇ ଲାଗି ଶାର୍ଦୁଳ ଭଲ ବୋଲିଂ କରିଥିଲେ । ସେ ୧୪ଓଭରରେ ୪୮ରନ୍ ଦେଇଛନ୍ତି ଏବଂ ୨ଓ୍ବିକେଟ ନେଇଛନ୍ତି । ଶାର୍ଦୁଳ ୪ମେଡେନ ଓଭର ବାହାର କରିଥିଲେ । ତୁଷାର ଦେଶପାଣ୍ଡେ ୩ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.