ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ସାପ କାମୁଡ଼ାରେ ମୃତ ମହିଳାଙ୍କୁ ବଞ୍ଚାଇକୁ ଅଜବ ଉଦ୍ୟମ, ବିଷ ଶୋଷି ମହିଳା ଗୁରୁତର

ହାଟଡିହି, ୦୬/୧୧: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ ଝଣଝଣା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାପ କାମୁଡ଼ିଥିବା ଜଣେ ମହିଳାଙ୍କ ଦେହରୁ ବିଷ ଶୋଷି ତାଙ୍କୁ ଆରୋଗ୍ୟ କରିବାକୁ ଯାଇ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଏପରି ଦୁଃସାହସ କରିଥିବା ମହିଳା ଜଣକ ହେଲେ ସେହି ଝଣଝଣା ଗ୍ରାମର ମିନତି ଦେହୁରୀ । ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।  ଅବସ୍ଥା ସଙ୍କଟାପନ୍ନ ରହିଛି ।

ତେବେ ଘଟଣାଟି ଏହିପରି: ଝଣଝଣା ଗ୍ରାମର ଗ୍ରାମର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀ ବେହେରା(୪୦) ରବିବାର ମଧ୍ୟାହ୍ନରେ ବିଲକୁ ଯାଇଥିଲେ । ଧାନ କିଆରିରେ କତିକାଟିବା ଓ ଘାସ ବାଛୁଥିବା ବେଳେ ତାଙ୍କୁ କୌଣସି ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଏକଥା ଜାଣିପାରି ସେ ତୁରନ୍ତ ଘରକୁ ଫେରି ପରିବାରକୁ ଜଣାଇଥିଲେ । ତେବେ ତାଙ୍କୁ ପରିବାର ଲୋକେ ଝୁନୁଙ୍କୁ ମେଡିକାଲ ନେବାକୁ ଯୋଜନା କରୁଥିବା ବେଳେ ସେହି ଗ୍ରାମର ମିନତି ସେଠାରେ ପହଞ୍ଚି ଝୁନୁଙ୍କୁ ସାପ କାମୁଡ଼ିଥିବା ସ୍ଥାନରୁ ମୁହଁ ଲଗାଇ ବିଷ ଶୋଷିବା ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ବିଷଜ୍ୱାଳା ବଢ଼ିବାରୁ ଝୁନୁଙ୍କ ଅବସ୍ଥା ମଧ୍ୟ ସଙ୍ଗୀନ ହେବାରେ ଲାଗିଲା । ତେଣୁ ପରିବାର ଲୋକେ ଆଉ କାଳ ବିଳମ୍ବ ନକରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । 

ଅନ୍ୟପକ୍ଷରେ ଝୁନୁଙ୍କ ଗୋଡରୁ ସାପ ବିଷ ଶୋଷିଥିବା ମିନତିଙ୍କ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଲା । ସେ ମୁଣ୍ଡ ବୁଲାଇ ତଳେ କଚାଡ଼ି ହୋଇ ପଡ଼ିଥିଲେ । ଏକଥା ସ୍ଥାନୀୟ ପଡ଼ୋଶୀ ଜାଣିବା ପରେ ତାଙ୍କୁ ମଧ୍ୟ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା । ଝୁନୁଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ମିନତିଙ୍କ ଏପରି ଅଜବ କାରନାମା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି ।

Copyright © 2022 - Summa Real Media Private Limited. All Rights Reserved.