ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଏମିତି କାମ ଯୋଗୁଁ ଛାଡ଼ି ଥିଲି ଟ୍ୱିଟର : ଅଯୋଧ୍ୟାକୁ ନେଇ ଭାଇରାଲ ଫେକ୍ ପୋଷ୍ଟରେ କହିଲେ ସୋନୁ ନିଗମ

ନୂଆଦିଲ୍ଲୀ : ଦେଶର ସବୁଠୁ ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ଜଣେ ସୋନୁ ନିଗମଙ୍କ ନାଁ ବିବାଦ ଘେରରେ ଥିବା ନଜର ଆସିଛି। ମଙ୍ଗଳବାର ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳା ସାମନାକୁ ଆସିଲା ପରେ , ଅଯୋଧ୍ୟାରେ ବିଜେପି ପ୍ରାର୍ଥୀ ହାରି ଯିବା ଖୁବ୍‌ ଚର୍ଚ୍ଚାରେ ରହିଛି। ଏହି ଆଶ୍ଚର୍ଯ୍ୟକର ଫଳାଫଳକୁ ନେଇ ସୋସିଆଲ ମିଡ଼ିଆରେ ଜନତା ଯୁକ୍ତିତର୍କ କରିବା ନଜର ଆସିଛି ଏବଂ ଏହି ତର୍କରେ ହଠାତ୍‌ ସୋନୁ ନିଗମଙ୍କ ନାଁ ବି ଯୋଡ଼ି ହୋଇ ଯାଇଛି।

ତାଙ୍କର ହିଁ ନାଁ ଥିବା ଏକ ଆକାଉଣ୍ଟରେ ଅଯୋଧ୍ୟାର ନିର୍ବାଚନୀ ଫଳାଫଳକୁ ନେଇ, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ହୋଇଛି। ଏହି ପୋଷ୍ଟକୁ ନେଇ ଲୋକେ ସୋନୁ ନିଗମଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସେ ବାସ୍ତବରେ ସୋନୁ ନିଗମ ନଥିଲେ ! ଏବେ ସୋନୁ ନିଗମ ଏହି ପୂରା ମାମଲାରେ ସଫେଇ ଦେଇଛନ୍ତି।

ସୋନୁ ନିଗମ ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି କେମିତି ନ୍ୟୁଜ୍‌ ଚ୍ୟାନେଲ ଗୁଡ଼ିକ ସହ ଲୋକେ ତାଙ୍କ ନାଁରେ କହୁଛନ୍ତି, ଏହା ମୋତେ କନଫ୍ୟୁଜ୍‌ କରିଛି ଏବଂ ଏହି ଆକାଉଣ୍ଟକୁ ନେଇ ଏକ ବେସିକ୍‌ ଚେକ୍‌ ମଧ୍ୟ କଲେ ନାହିଁ। ତାଙ୍କର ପୋଷ୍ଟରେ ଅଛି, ସୋନୁ ନିଗମ ସିଂହ ଓ ଡିସ୍କ୍ରିପସନ କହୁଛି ସେ ବିହାରର ଜଣେ କ୍ରିମିନାଲ ଲାୟର। 

ସୋନୁ ଆହୁରି କହିଛନ୍ତି , ଏହି ନକରାତ୍ମକ ମୋତେ ୭ ବର୍ଷ ପୂର୍ବେ ଟ୍ୱିଟର ଛାଡ଼ିବାକୁ ବାଧ୍ୟ କରି ଥିଲା। ମୁଁ ସେନ୍ସସନାଲ ପଲିଟିକାଲ କମେଣ୍ଟସ କରିବାରେ ବିଶ୍ୱାସ କରେ ନାହିଁ ଏବଂ ମୁଁ କେବଳ ନିଜ କାମରେ ଫୋକସ କରିଥାଏ। କିନ୍ତୁ ଏହି ଘଟଣା ଚିନ୍ତାଜନକ , କେବଳ ମୋ ପାଇଁ ନୁହେଁ, ମୋ ପରିବାର ପାଇଁ ମଧ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.