ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲଙ୍କା ଜେଲ୍ରୁ ମୁକ୍ତ ହେବେ ୪୩ ପାକିସ୍ତାନୀ କଏଦୀ, ଦୁଇ ଦେଶ ମଧ୍ୟରେ ହୋଇଛି ଚୁକ୍ତି

ନୂଆଦିଲ୍ଲୀ,୨୫।୫: ଜେଲରେ ଥିବା ୪୩ ପାକିସ୍ତାନୀ କଏଦୀଙ୍କୁ ମୁକ୍ତ କରିବେ ଶ୍ରୀଲଙ୍କା ସରକାର । ଯାହାଫଳରେ ସେମାନେ ଘରକୁ ଫେରିପାରିବେ। ପରସ୍ପରର ଦେଶର ଜେଲରେ ଥିବା କଏଦୀମାନଙ୍କୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏହା ହେଉଛି ଫଳାଫଳ। ଶନିବାର ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। 'ଡନ୍' ଖବରକାଗଜର ଖବର ଅନୁଯାୟୀ ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନାକଭି ଶୁକ୍ରବାର  ଶ୍ରୀଲଙ୍କା ହାଇ କମିଶନର୍ ଆଡମିରାଲ୍(ଅବସରପ୍ରାପ୍ତ) ରବିନ୍ଦ୍ର ଚନ୍ଦ୍ର ଶ୍ରୀ ବିଜୟନଙ୍କ ସହିତ ଏକ ବୈଠକରେ ଦୁଇ ଦେଶର କଏଦୀଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଉପରେ ସହମତି ପ୍ରକାଶ କରିଛନ୍ତି।

ବୈଠକରେ ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଉପରେ ଆଲୋଚନା କରିଥିଲେ। ସୁରକ୍ଷା ଏବଂ ନିଶା କାରବାର ବନ୍ଦ କରିବା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସେମାନେ ସହମତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୪୩ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ଫେରାଇ ଆଣିବା ପାଇଁ ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଗତ ମାସରୁ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରିଆସୁଥିଲା। ଏହା ପରେ ନାକଭି ଘୋଷଣା କରିଥିଲେ ଯେ କିଛି ଦିନ ମଧ୍ୟରେ ପାକିସ୍ତାନୀ ବନ୍ଦୀମାନଙ୍କୁ ଫେରିବା ପାଇଁ ବ୍ୟବସ୍ଥା ଶେଷ ହେବ। ବନ୍ଦୀମାନଙ୍କୁ ଫେରାଇ ଆଣିବାରେ ସହାୟତା କରିଥିବାରୁ ଶ୍ରୀଲଙ୍କା ହାଇକମିଶନରଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ  ଯେ, ନିକଟରେ ଶ୍ରୀଲଙ୍କା କୋର୍ଟ ବହୁ ପରିମାଣରେ ଡ୍ରଗ୍ କାରବାର ଅଭିଯୋଗରେ ଗିରଫ କରିଥିବା ୧୦ ଜଣ ପାକିସ୍ତାନୀ ନାଗରିକଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋଲିସ କହିଛି ,ଅଭିଯୁକ୍ତମାନେ ନିଜ ଅପରାଧ ସ୍ୱୀକାର କରିଛନ୍ତି ଏବଂ ପରେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.