ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଟରେ ଗଜ କପଡ଼ା ଗୁଡ଼ାଇ ଗଞ୍ଜେଇ ଚାଲାଣ, ୪ଗିରଫ

ମାଲକାନଗିରି,୮/୪ :  ପେଟରେ ଗଜ କପଡା ଗୁଡ଼ାଇ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ଗଞ୍ଜେଇ ସହିତ ୪ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାଲକାନଗିରି ଏସପି ନିତେଶ ୱାଧ୍ବନୀ ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ପୁଲିସ ସୂଚନା ଅନୁଯାୟୀ ଆଜି ସକାଳେ ଓର୍କେଲ ଥାନା ସବଇନ୍ସପେକ୍ଟର  ଅଜିତ ସିଂ ବରିହା ଓ ମନୋହର ସାହୁ ଅନ୍ୟ ପୁଲିସ କର୍ମଚାରୀମାନେ ବାଲିମେଳା ଚିତ୍ରକୋଣ୍ଡା ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ସେହି ରାସ୍ତାରେ ୪ଜଣ ଅଚିହ୍ନା ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖି ସେମାନଙ୍କ ନିକଟକୁ ଯିବାରୁ ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ପୁଲିସ ଗୋଡ଼ାଇ ସେମାନଙ୍କୁ କାବୁ କରି ନେଇ ଥିଲେ । ଜଣଙ୍କ ପେଟ ଉଚ୍ଚା ଦେଖାଯିବାରୁ ସାର୍ଟ ଖୋଲି ଯାଞ୍ଚ କରିବାରୁ ପେଟରେ ଗଞ୍ଜେଇ ରଖି ଗଜ କପଡ଼ା ଗୁଡ଼ାଇ ରଖାଯାଇଥିବା ଦେଖିଥିଲେ । ବ୍ୟାଗ ମଧ୍ୟରୁ ମଧ୍ୟ କିଛି ଗଞ୍ଜେଇ ମିଳିଥିଲା। ସେମାନଙ୍କ ନିକଟରୁ ୩୮କେଜି୨୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । 

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମହାରାଷ୍ଟ୍ର ରାଜ୍ୟ  ଅମରାବତୀ ଜିଲ୍ଲାର ମହମ୍ମଦ ଫାଇଜନ(୨୫), ସେକ ସାରିକ(୪୫), ବଜରଙ୍ଗ ଅଶୋକ ପଟେଲ(୨୯) ଓ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳର ସୁନାଧର ଖିଲଙ୍କୁ ପୁଲିସ ଗିରଫ କରି ସେମାନଙ୍କ ନିକଟରୁ ଗଞ୍ଜେଇ, ଦୁଇଟି ମୋବାଇଲ ଫୋନ, ୨ ହଜାର ୧୦୦ଟଙ୍କା ଜବତ କରିଛନ୍ତି। ଗିରଫ ବ୍ୟକ୍ତିମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.