ଭୁବନେଶ୍ୱର ୦୩/୦୯: ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ପ୍ରଥମ ଥର ବିଧାୟକ ଓ ମନ୍ତ୍ରିମଣ୍ଡଳରେ ମିଳିଥିଲା ଏକ ଚାଲେଜିଂ ବିଭାଗ । ରାଜନୈତିକ ପାରଦର୍ଶିତା ଓ ଦୂରଦୃଷ୍ଟି ଯୋଗୁଁ ସେ ଓମ୍ଫେଡ୍କୁ ରାଜ୍ୟରେ ବହୁଳ ପ୍ରସାର କରିଥିଲେ। ପରେ ଅପୋଲେଫେଡ୍ ମଧ୍ୟ ଗଠନ ହୋଇଥିଲା । ଓମ୍ଫେଡ୍ ଗଠନ କରିବା ପରେ ରାଜ୍ୟର ବହୁ ସହରାଞ୍ଚଳରେ ପ୍ରତିଷ୍ଠା ହୋଇଥିଲା ଟି’ ଷ୍ଟଲ୍ । ବହୁ ବେକାରୀ ଯୁବକ ପାଇଥିଲେ ରୋଜଗାରର ମାଧ୍ୟମ । ମନ୍ତ୍ରୀ ହେବାର ପ୍ରଥମ ଇନିଂସରୁ ହିଁ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଦାନପୁରଠାରେ ସୁନୀଲ ନାହାକ ହତ୍ୟା ଘଟଣା, ଘଟଣାସ୍ଥଳରେ...