ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଜିଆଇ ମାନ୍ୟତା ଲାଗି ଉଦ୍ୟମ ବେଳେ ତାରକସି ହବ୍‌ ଫାଇଲ୍‌ ବନ୍ଦ ! ଚିହ୍ନଟ ହୋଇପାରୁନି ଜାଗା

Published By : Prameya | January 29, 2024 3:08 PM

କଟକ,୨୯/୦୧: ପ୍ରଥମେ ବାଦାମ୍‌ବାଡିରେ । ପରେ ତୁଳସୀପୁର ଠାରେ । ପରିଶେଷରେ ଏହି ଦୁଇଟି ଜାଗାକୁ ବାଦ୍‌ ଦିଆଯାଇ ମାତାମଠରେ ତାରକସି ହବ୍‌ ପାଇଁ ଜାଗା ଚିହ୍ନଟ ହେଲା । ନିର୍ମାଣ ଖର୍ଚ୍ଚ ପାଇଁ ମଧ୍ୟ ବ୍ୟୟବରାଦ କରାଗଲା । କିନ୍ତୁ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ପାଇଁ ପୁଣି ଥରେ ଅଟକିଗଲା ତାରକସି ହବ୍‌ । ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ କରି ଶିକ୍ଷା ପାଇଥିବା ଜିଲ୍ଲା ପ୍ରଶାସନ ମାତାମଠରେ ତାରକସି ହବ୍‌ କରିବାରୁ ମୁହଁ ଫେରାଇ ନେଲା । ଇତିମଧ୍ୟରେ ଜାଗା ଚିହ୍ନଟ ପ୍ରକ୍ରିୟା ଭିତରେ ତାରକସି ହବ୍‌ ଫାଇଲ୍‌ ଇତିମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ତେବେ ଯେତେବେଳେ କଟକ ତାରକସିକୁ ଜିଆଇ ମାନ୍ୟତା ଦେବାକୁ ଉଦ୍ୟମ ହେଉଛି, ସେତିକିବେଳେ ତାରକସି ହବ୍‌ର ସ୍ୱପ୍ନ ପୂରଣ ନ ହେବା ଏହି ଉଦ୍ୟମକୁ ଦୁର୍ବଳ କରିଦେଉଛି । 

ତାରକସି କଟକକୁ ଦେଇଛି ନିଆରା ପରିଚୟ । କାହିଁ କେଉଁ କାଳରୁ ତାରକସି ସହ ଜଡିତ ରହିଛନ୍ତି ଏଠାକାର ଶିଳ୍ପୀକୁଳ । ସୃଜନଶୀଳତାର ଯୋଗୁଁ ଉତ୍କର୍ଷ ତାରକସି କଳା ଆଖି ଝଲସେଇଦିଏ । ସୂକ୍ଷ୍ମ ନିହାଣର ସ୍ପର୍ଶ ସହ ବେଶ୍‌ ଯତ୍ନ ସହକାରେ କାରିଗର ତୋଳିଦିଏ ମନଲୋଭା କୃତି, ଯାହା ଇତିହାସକୁ କରିଦିଏ ଆହୁରି ରୁଦ୍ଧିମନ୍ତ । କିନ୍ତୁ କାଳକ୍ରମେ କଟକ ସହରରୁ ତାରକସିର ଉତ୍କର୍ଷତା କମିବାକୁ ଲାଗିଲାଣି । ଆଗଭଳି ଚମକ ବି ଆଉ ନାହିଁ । ଆଧୁନିକତାର ଛାପରେ, ମେସିନ୍‌ ଯୁଗରେ ହାତତିଆରି ଏହି ସୂକ୍ଷ୍ମ କାରିଗରୀ ଲୋପ ପାଇବାକୁ ବସିଲାଣି । କଟକର ଏହି ଲୁପ୍ତ ପ୍ରାୟ କଳାକୁ ପୁଣି ଜନମାନସକୁ ଫେରାଇ ଆଣିବା ଏବଂ ପ୍ରସିଦ୍ଧ କରାଇବାକୁ ପ୍ରଶାସନ ପକ୍ଷରୁ ଏକ ନିଆରା ଯୋଜନା ହୋଇଥିଲା । 

ସହର ଛାତିରେ ତାରକସି ହବ୍‌ କରି କଳା ଓ କାରିଗରଙ୍କୁ ପୁନଃସକ୍ରିୟ କରିବାକୁ ଯୋଜନା କରାଯାଇଥିଲା । ତେବେ ଯୋଜନାକୁ ପ୍ରାୟ ୧୦ ବର୍ଷ ପୂରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜାଗା ଖଣ୍ଡେ ଚିହ୍ନଟ ହୋଇପାରିଲା ନାହିଁ । ବାରମ୍ବାର ଜାଗା ଚିହ୍ନଟ କରାଯାଉଥିଲେ ମଧ୍ୟ କୌଣସି ନା କୌଣସି କାରଣ ଯୋଗୁଁ ଜାଗା ଚୂଡ଼ାନ୍ତ ହୋଇପାରୁନାହିଁ । ଯୋଜନାରେ ଅହେତୁକ ବିଳମ୍ୱ ହେବା ଦ୍ୱାରା ତାରକସି ହବ୍‌ ଏକପ୍ରକାର ଅନିଶ୍ଚିତତାରେ ରହିଯାଇଛି । 

କଟକରେ ତାରକସିକୁ ପ୍ରୋତ୍ସାହନ ଦେବାକୁ ଯାଇ ବାଦାମ୍‌ବାଡିରେ ହବ୍‌ ପ୍ରତିଷ୍ଠା କରିବାକୁ ତତ୍‌କାଳୀନ ହସ୍ତତନ୍ତ ଓ ହସ୍ତକଳା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଘୋଷଣା କରିଥିଲେ । ଏହା ପୂର୍ବରୁ ତୁଳସୀପୁର ରେଭିନ୍ୟୁ କଲୋନୀ ପାଖରେ ମଧ୍ୟ ହବ୍‌ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଥିଲା । ଏ ନେଇ ୧କୋଟି ଟଙ୍କା ବଜେଟ୍‌ ମଧ୍ୟ କରାଯାଇଥିଲା । କିନ୍ତୁ ଜାଗା ନେଇ କିଛି ସମସ୍ୟା ଥିବାରୁ କାର୍ଯ୍ୟ ଆଗେଇ ପାରିଲା ନାହିଁ । ପରିଶେଷରେ ମାତାମଠ ମହାନଦୀ କୂଳରେ ତାରକସି ହବ୍‌ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଥିଲା । ଏ ନେଇ ଜିଲ୍ଳା ପ୍ରଶାସନ ତରଫରୁ ୩ ଏକର ପରିମିତ ଜମି ମଧ୍ୟ ଯୋଗାଇ ଦିଆଯାଇଥିଲା । ଜାଗାର ସ୍ଥିତି ଯୋଗୁଁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିିବ ବୋଲି ଆଶା କରାଯାଉଥିଲା । ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ମଧ୍ୟ କରାଯାଇଥାନ୍ତା । କିଓସ୍କୋ ଭଳି ଛୋଟ ଛୋଟ ଘର ନିର୍ମାଣ କରାଯାଇ କାରିଗରମାନଙ୍କୁ ସେଠାରେ ବସିବାକୁ ସୁଯୋଗ ଦିଆ ଯାଇଥାନ୍ତା । କାରିଗର ସେମାନଙ୍କ ହାତହତିଆର ସହ ସେଠାରେ ବସି ତାରକସି କାର୍ଯ୍ୟ କରିଥାନ୍ତେ । 

ଯାହାଫଳରେ ପର୍ଯ୍ୟଟକ ସିଧାସଳଖ ତାରକସି କାର୍ଯ୍ୟଶୈଳୀ ଦେଖିବାକୁ ସୁଯୋଗ ପାଇଥାନ୍ତେ । କେବଳ ଏତିକି ନୁହେଁ କିଣାବିକା ମଧ୍ୟ ହୋଇଥାନ୍ତା । ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପାର୍କିଂ ବ୍ୟବସ୍ଥା ସହ କାଫେଟେରିଆ, ବିଶ୍ରାମ ଗୃହ, ଟଏଲେଟ୍‌ ବ୍ୟବସ୍ଥା ହେବାର ଥିଲା । କିନ୍ତୁ ଏତେ ସବୁ ଯୋଜନାରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । 

ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ଡ଼ରରେ ମାତାମଠରେ ତାରକସି ହବ୍‌ ପ୍ରତିଷ୍ଠା ଯୋଜନା ବାଟବଣା ହୋଇଯାଇଛି । ଏବେ ଏ ଫାଇଲ୍‌ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ପ୍ରଶାସନିକ ସ୍ତରରେ ଚିନ୍ତା କରାଯାଉଛି । ଯଦିଓ ଏ ସମ୍ପର୍କରେ କେହି ପାଟି ଖୋଲିବାକୁ ପ୍ରସ୍ତୁତ ନୁହନ୍ତି । ତେବେ ଏ ଯୋଜନା କାର୍ଯ୍ୟକାରୀ କରିବାକୁ ଆଗ୍ରହୀ ଥିବା ଅଧିକାରୀମାନଙ୍କର ଇତିମଧ୍ୟରେ ବଦଳି ହୋଇଯାଇଥିବାବେଳେ ଏବର ଅଧିକାରୀମାନେ ଏ ସମ୍ପର୍କରେ ଆଦୌ ଜାଣିନଥିବା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.