ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥମିଲା ନିର୍ବାଚନ ପ୍ରଚାର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୭୨ ଓ ରାହୁଲଙ୍କ ୧୦୭ ରାଲି, ଜାଣନ୍ତୁ ୭୫ ଦିନରେ କିଏ କେତେ କରିଛନ୍ତି କସରତ ?

ନୂଆଦିଲ୍ଲୀ,୩୦।୫: ୭୫ ଦିନ ହେବ ଚାଲିଥିବା ଲୋକସଭା ନିର୍ବାଚନର ପ୍ରଚାର ଅଭିଯାନ ଗୁରୁବାର ଥମି ଯାଇଛି। ବଡ ବଡ ରାଲି, ନିର୍ବାଚନୀ ସଭା ଓ ରୋଡ ଶୋ’ ଶେଷ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀ ରାଲି କରିଛନ୍ତି। ସେପେଟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ୮ କିଲୋମିଟର ଲମ୍ବା ପଦଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ପଞ୍ଜାବର ହୋସିୟାରପୁରରେ ନିଜର ଶେଷ ରାଲି କରିଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କରିବେ।

କନ୍ୟାକୁମାରୀରେ ମୋଦି ୪୫ ଘଣ୍ଟା ପର୍ଯ୍ୟନ୍ତ ଧ୍ୟାନରେ ବସିବେ। ୧ଜୁନ୍ ମଧ୍ୟାହ୍ନ ୩ଟା ବେଳେ ସେଠାରୁ ପ୍ରଧାନମନ୍ତ୍ରୀ ବାହାରିବେ।ସେ ଦିନ ତାଙ୍କ ଆସନ ବାରଣାସୀ ସହିତ ୮ ରାଜ୍ୟ ଓ ଚଣ୍ଡୀଗଡର ୫୭ଟି ଆସନରେ ଭୋଟିଂହେବ। ଏହି କାରଣରୁ ବିରୋଧି ତାଙ୍କ ଧ୍ୟାନକୁ ଆଚାର ସଂହିତାର ଉଲଂଘନ ବୋଲି କରି ବିରୋଧ କରିଛନ୍ତି।

୭ଟି ପର୍ଯ୍ୟାୟର ନିର୍ବାଚନୀ କାର୍ଯ୍ୟକ୍ରମ ବେଳେ ସବୁ ଦଳର ବଡ ବଡ ନେତାମାନେ ନିଜର ଜୋର ଲଗାଇ ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ୧୭୨ଟି ରାଲି ଓ ରୋଡ ଶୋ’ କରିଛନ୍ତି। ଅମିତ ଶାହ ୧୧୫ ରାଲି ଓ ୧୮ଟି ରୋଡ୍ ଶୋ’ କରିଚନ୍ତି। ସେଭଳି ବିରୋଧି ଦଳର କଥା ଯଦି ହେବା ତେବେ ରାହୁଲ ଗାନ୍ଧୀ ୧୦୭ ଟି ରାଲି ଓ ରୋଡ୍‌ ଶୋ’ କରିଛନ୍ତ। ଅଖିଳେଶ ଯାଦବ ୬୯ ରାଲି ଓ ୪ଟି ପଦଯାତ୍ରା କରିଛନ୍ତି, ସେଭଳି ମମତା ବାନାର୍ଜୀ ୬୧ଟି ରାଲି ଓ ବହୁ ରୋଡ ଶୋ’ କରିଛନ୍ତି।

କଂଗ୍ରେସରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ମାଲିକାର୍ଜୁନ ଖଡଗେଙ୍କ ଭିତରୁ ପ୍ରିୟଙ୍କା ସବୁଠାରୁ ଅଧିକ ରାଲି, ରୋଡ୍‌ ଶୋ’ ଓ ମିଡିଆ ସହ କଥା ହୋଇଛନ୍ତି। ପ୍ରିୟଙ୍କା ୧୪୦ ରୁ ଅଧିକ ରାଲି ଓ ରୋଡ୍ ଶୋ’ କରିଛନ୍ତି। ୧୦୦ ମିଡିଆ ବାଇଟ୍‌ ଓ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହା ସହିତ ୫ଟି ଫୁଲ ପ୍ରିଣ୍ଟ ଇଣ୍ଟରଭ୍ୟୁ ଦେଇଛନ୍ତି। ସେଭଳି ଖଡଗେ ୧୦୦ରୁ ଅଧିକ ରାଲି ୨୦ରୁ ଅଧିକ ପ୍ରେସ୍ କନଫ୍ରେନ୍ସ ଓ ୫୦ରୁ ଅଧିକ ଇଣ୍ଟରଭ୍ୟୁ କରିଛନ୍ତି।

 

  • prameyanews
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.