ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଶ୍ୱର ସବୁଠୁ ଛୋଟ ଜେଲ୍‌, ରହିପାରିବେ ମାତ୍ର ୨ ଜଣ କଏଦୀ

ନୂଆଦିଲ୍ଲୀ ୨୭/୦୫: ବ୍ରିଟେନ୍‌ର ସାର୍କ ଦ୍ୱୀପରେ ରହିଛି ବିଶ୍ୱର ସବୁଠୁ ଛୋଟ ଜେଲ୍‌ । ଏହା ଏତେ ଛୋଟ ଯେ ଏଥିରେ କେବଳ ମାତ୍ର ୨ ଜଣ କଏଦୀ ରହିପାରିବା ଭଳି ସ୍ଥାନ ରହିଛି । ଜେଲ୍‌କୁ ୧୬୮ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା । ରିପୋର୍ଟ ଅନୁସାରେ, ସାର୍କ ଦ୍ୱୀପ ୫.୪ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ । ୨୦୨୩ରେ କରାଯାଇଥିବା ଜନଗଣନା ଅନୁସାରେ ସେହି ଦ୍ୱୀପରେ ମୋଟ ୫୬୨ ଜଣ ଲୋକ ରହନ୍ତି । ୧୮୩୨ ମସିହାରେ ଏହି ଜେଲ୍‌ ନିର୍ମାଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅର୍ଥାଭାବରୁ ତାହା ପୂରା ହେବାକୁ ୨୪ ବର୍ଷ ସମୟ ଲାଗିଥିଲା । ଜେଲ୍‌ର ନିର୍ମାଣ ହେବା ପରଠାରୁ ଅଦ୍ୟାବଧି ସେଠାରେ ସେମିତି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇନାହିଁ । ଅବଶ୍ୟ ଜେଲ୍‌ ଭିତରର ସୁବିଧାରେ ଟିକେ ଉନ୍ନତି ହୋଇଛି । ପାଣି, ଟୟଲେଟ୍‌ ସହିତ ବିଜୁଳିର ବ୍ୟବସ୍ଥା କରାଯାଇଛି । 

ଜେଲ୍‌ ଭିତର ଅଂଶକୁ ଦୁଇ ଭାଗରେ ବିଭକ୍ତ କରି ଦୁଇଟି କୋଠରୀ କରାଯାଇଛି । ଦୁଇଟି ଯାକ କୋଠରୀରେ କଏଦୀଙ୍କ ଲାଗି କାଠର ଖଟ ଥିବାବେଳେ ତା’ ଉପରେ ପତଳା ମ୍ୟାଟ୍ରେସ୍‌ ବିଛାଯାଇଛି । ଏହି ଦ୍ୱୀପରେ କୌଣସି ବଡ଼ ଧରଣର ଅପରାଧ ହୋଇନଥାଏ । ତେଣୁ ଏଠାରେ ମାତ୍ର ୨ ଜଣ ପୁଲିସକର୍ମୀ ଅଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ଦ୍ୱୀପର କିଛି ଲୋକଙ୍କ ବିରୋଧରେ ନିଶାସକ୍ତ ହୋଇ ଗାଡ଼ି ଚଳାଇବା କିମ୍ବା ଅନ୍ୟ ଅପରାଧରେ ମାମଲା ରହିଛି । କିନ୍ତୁ ସଂଶାଧନର ଅଭାବ ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ । ସେଥିଯୋଗୁ ଦ୍ୱୀପରେ ଜେଲ୍‌ ଥିଲେ ମଧ୍ୟ ତାର ସେତେ ଅଧିକ ବ୍ୟବହାର ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.