ନୀଳଗିରି, ୧୩/୮ : ବାଲେଶ୍ଵର ଜିଲ୍ଲା ନୀଳଗିରିରେ ୩୫୦ ଫୁଟର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଏହି ଶୋଭଯାତ୍ରା ବାହାରି ଡାକବଙ୍ଗଳା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ସମେତ ଶତାଧିକ ଯୁବଗୋଷ୍ଠୀ,କଲେଜ ଛାତ୍ରଛାତ୍ରୀ,ବିଜେପି କର୍ମୀମାନେ ସାମିଲ ହୋଇଥିଲେ। ପରେ ଡାକ ବଙ୍ଗଳା ପରିସରରେ ଏକ ସଭା ଆୟୋଜନ ହୋଇଥିଲା।
କାଶ୍ମୀର ଯିବାକୁ ଭୟ ଲାଗୁଥିଲା କହିଲେ ପୂର୍ବତନ କେନ୍ଦ...