ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନକୁ ‘ଭ୍ରମଣ ପାଇଁ ବିପଦଜନକ’ ଦେଶ ତାଲିକାରେ ସାମିଲ କଲା ବ୍ରିଟେନ୍‌

ଇସ୍ଲାମାବାଦ: ବ୍ରିଟେନର ଲୋକେ ଏବେ ପାକିସ୍ତାନ ବୁଲିବାକୁ ଆସିପାରିବେ ନାହିଁ । ଭ୍ରମଣ ଲାଗି ପାକିସ୍ତାନ ସବୁଠୁ ଭୟଙ୍କର ଦେଶ ବୋଲି  ବ୍ରିଟେନ୍‌ର ଫରେନ୍‌, କମନଓ୍ବେଲ୍ଥ ଆଣ୍ଡ ଡେଭେଲପମେଣ୍ଟ ଅଫିସ (ଏଫସିଡିଓ) ତାଲିକା ଜାରି କରିଛି । ଭ୍ରମଣ ଲାଗି ଅନୁପଯୁକ୍ତ ଦେଶ ତାଲିକାରେ ପାକିସ୍ତାନ ସମେତ ୮ଟି ଦେଶକୁ ସାମିଲ କରିଛି ବ୍ରିଟେନ୍‌ ।  ମୋଟ ୨୪ଟି ସ୍ଥାନକୁ ଭ୍ରମଣରେ ନଯିବା ଲାଗି ନିଜ ଦେଶର ଲୋକମାନଙ୍କୁ ସତର୍କ କରାଇଛି ବ୍ରିଟେନ୍ । 

ଏବେ ଏବେ ଏହି ତାଲିକାରେ ପାକିସ୍ତାନ, ଋଷିଆ, ୟୁକ୍ରେନ୍‌, ଇସ୍ରାଏଲ, ଇରାନ୍‌, ସୁଡାନ, ଲେବାନନ, ବେଲାରୁଷ ଏବଂ ପାଲେଷ୍ଟାଇନ୍‌ ରିଜିୟନ୍‌କୁ ସାମିଲ କରିଛି ଏଫସିଡିଓ । ଯୁଦ୍ଧ, ଅପରାଧ, ରୋଗ, ଆତଙ୍କବାଦ, ପାଣିପାଗର ସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହି ସବୁ ଦେଶକୁ ଭ୍ରମଣ ଲାଗି ବ୍ରିଟେନ ନିଜର ନାଗରିକଙ୍କୁ ବାରଣ କରିଥିବା ଜଣାପଡ଼ିଛି । 

ଏହା ପୂର୍ବରୁ ଏଫସିଡିଓ ବ୍ଲାକ ଲିଷ୍ଟ କରିଥିବା ଦେଶଗୁଡ଼ିକ- ଆଫଗାନିସ୍ତାନ, ବୁରକିନା ଫାସୋ, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିଜିୟନ୍‌, ଚାଦ, ହାଇତି, ଇରାକ, ଇସ୍ରାଏଲ, ଲେବାନନ୍‌, ଲିବ୍ୟା, ମାଲି, ନାଇଜର, ଉତ୍ତର କୋରିଆ, ସୋମାଲିଆ, ସୋମାଲିଲାଣ୍ଡ, ସାଉଥ ସୁଡାନ୍‌, ସିରିୟା, ଭେନେଜୁଏଲା ଏବଂ ୟେମେନ୍‌ । ଏହା ବ୍ୟତୀତ ଏଫସିଡିଓ ରେଡ୍‌ ଲିଷ୍ଟ ମଧ୍ୟ ଜାରି କରିଛି । ଏହାର ଅର୍ଥ ରେଡ୍‌ ଲିଷ୍ଟ ଜାରି ହୋଇଥିବା ଦେଶକୁ ଅତ୍ୟାବଶ୍ୟକ ନଥିଲେ ଭ୍ରମଣ କରିବାକୁ ନାଗରିକଙ୍କୁ ମନା କରିଛି ବ୍ରିଟେନ୍‌ । 

ସେପଟେ ୨୦୨୩ରେ ହିଂସାକାଣ୍ଡରେ ୧୫୨୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୪୬୩ ଆହତ ହୋଇଥିଲା । ସେଥିମଧ୍ୟରୁ ଆତଙ୍କବାଦୀ ଆକ୍ରମଣ ଯୋଗୁ ୭୮୯ ଜୀବନ ଯାଇଥିଲା । ଏନେଇ ପାକିସ୍ତାନୀ ଗଣମାଧ୍ୟମ ଡନ୍‌ରେ ରିପୋର୍ଟ ପ୍ରକାଶ ପାଇଛି । ୨୦୧୭ ପରେ ୨୦୨୩ରେ   ପାକିସ୍ତାନରେ ଅଧିକ ହିଂସାକାଣ୍ଡ ଘଟିଥିଲା । ଏପରିକି ୨୦୨୧ରୁ ଲଗାତାର ୩ ବର୍ଷ ଦେଶରେ ହିଂସାକାଣ୍ଡ ସଂଖ୍ୟା ବୃଦ୍ଧି ପାଇଛି ।  

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.