ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଭାରତର ମଧ୍ୟସ୍ଥତା ଚାହାଁନ୍ତି ପୁଟିନ୍‌, ଭାରତରେ ଶାନ୍ତି ସମ୍ମିଳନୀ ପାଇଁ ଜେଲେନ୍‌ସ୍କିଙ୍କ ପ୍ରସ୍ତାବ

ମସ୍କୋ,୦୬/୦୯: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ ୟୁକ୍ରେନ୍‌ ସହ ଯୁଦ୍ଧ ରୋକିବା ଲାଗି ଆଲୋଚନା  ଲାଗି ପ୍ରସ୍ତୁତ ବୋଲି କହିଛନ୍ତି । ଏଥିପାଇଁ ଭାରତ, ଚୀନ୍‌,  ବ୍ରାଜିଲ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ରୁଷ୍‌ର ଭ୍ଲାଦିଭୋସ୍ତୋକ୍‌ ସହରରେ ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌ରେ  ଆଲୋଚନା ବେଳେ ପୁଟିନ୍‌ କହିଛନ୍ତି, ୨୦୨୨ରେ  ଯୁଦ୍ଧ ଆରମ୍ଭ ହେବାବେଳେ ତୁର୍କୀ ଦୁଇଦେଶ ମଧ୍ୟରେ ବୁଝାମଣା କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ରୁଷ୍‌ର ସର୍ତ୍ତକୁ ଲାଗୁ କରାଯାଇ ନ ଥିଲା । ଏବେ ନୂଆକରି  ଆଲୋଚନା ଆରମ୍ଭ କରିବା ପାଇଁ ପୂର୍ବର ଉଦ୍ୟମକୁ  ଆଧାର ବନାଯାଇପାରିବ । ଏଥିସହ ୟୁକ୍ରେନ୍‌ର ଡୋନବାସ୍‌ ଅଞ୍ଚଳକୁ କବ୍‌ଜା କରିବା ରୁଷ୍‌ର ପ୍ରମୁଖ ଉଦ୍ଦେଶ୍ୟ । ରୁଷ୍‌ ସେନା ଧୀରେ ଧୀରେ କୁର୍ସ୍କରୁ ୟୁକ୍ରେନ୍‌  ସେନାକୁ ପଛକୁ ହଟାଉଥିବା କଥା ମଧ୍ୟ ପୁଟିନ୍‌ କହିଛନ୍ତି । ପୂର୍ବରୁ ମଧ୍ୟ ପୁଟିନ୍‌ ଯୁଦ୍ଧ ରୋକିବା ପାଇଁ ୨ଟି ସର୍ତ୍ତ  ରଖିଥିଲେ । ତାହା ହେଲା ଡୋନେସ୍କ, ଲୁହାନ୍‌ସ୍କ,  ଖେରସୋନ ଏବଂ ଜାପୋରଜିଆରୁ ୟୁକ୍ରେନ୍‌ ନିଜ  ସୈନ୍ୟ ହଟାଇବ । ଏଥିସହ ୟୁକ୍ରେନ୍‌ କେବେ ବି  ନାଟୋର ସଦସ୍ୟ ହେବ ନାହିଁ । ତେବେ ୟୁକ୍ରେନ୍‌ ଏହି  ଦୁଇଟି ସର୍ତ୍ତ ମାନିବାକୁ ରାଜି ହୋଇ ନ ଥିଲା । 

ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ୟୁକ୍ରେନ୍‌ ଗସ୍ତ କରିଥିବାବେଳେ ୟୁକ୍ରେନ୍‌  ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଧ୍ୟ ଶାନ୍ତି  ଆଲୋଚନା ପାଇଁ ଭାରତ ମଧ୍ୟସ୍ଥତା କରିପାରିବ  ବୋଲି କହିଥିଲେ । ଏହି ଆଲୋଚନା ଭାରତରେ  ମଧ୍ୟ ହୋଇପାରିବା କଥା ସେ ଉଠାଇଥିଲେ । ଜେଲେନ୍‌ସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମୋଦି  ଭାରତର ଆଭିମୁଖ୍ୟ ଦୋହରାଇବା ସହ ଭାରତ  ସର୍ବଦା ଶାନ୍ତିର ପକ୍ଷରେ ରହିଥିବା କହିଥିଲେ । ଏହା ପୂର୍ବରୁ ମୋଦି ରୁଷ୍‌ ଗସ୍ତ କରି ସେଠାରେ  ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଯୁଦ୍ଧ  ଭୂମିରେ ଶାନ୍ତିର ରାସ୍ତା ବାହାରି ନ ଥାଏ ବୋଲି ମୋଦି  ସେଠାରେ ପୁଟିନ୍‌ଙ୍କୁ କହିଥିଲେ । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌  ଏବଂ ରୁଷ୍‌ରେ ମୋଦି ଉଭୟ ଜେଲେନ୍‌ସ୍କି ଏବଂ  ପୁଟିନ୍‌ଙ୍କୁ ଆଲିଙ୍ଗନ କରିବା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ  ହୋଇଥିଲା । 

ପ୍ରକାଶଥାଉ କି, ୨୦୨୨ ଫେବ୍ରୁଆରୀରୁ  ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଛି । ଯୁଦ୍ଧବେଳେ ରୁଷ୍‌  ୟୁକ୍ରେନ୍‌ର ଅନେକ ଅଞ୍ଚଳ କବ୍‌ଜା କରିଥିବାବେଳେ  ଏବେ ୟୁକ୍ରେନ୍‌ ରୁଷ୍‌ ଭିତରେ ପଶି ଆକ୍ରମଣ ଜାରି  ରଖିଛି । ୟୁକ୍ରେନ୍‌ ରୁଷ୍‌ର କୁର୍ସ୍କ ଅଞ୍ଚଳକୁ କବ୍‌ଜା ମଧ୍ୟ  କରିଛି । ରୁଷ୍‌ ସେଠାରୁ ୟୁକ୍ରେନ୍‌ ସୈନ୍ୟଙ୍କୁ ହଟାଇବା  ଲାଗି ଉଦ୍ୟମ ଜାରି ରଖିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.