ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଋଷ ପାଖରେ ଗୋଳା ବାରୁଦର ଅଭାବ; କାହିଁକି ଏପର୍ଯ୍ୟନ୍ତ ୟୁକ୍ରେନକୁ ଜବାବ ଦେଇପାରିନି ଋଷ ସେନା

Image source: LiveHindustan

ନୂଆଦିଲ୍ଲୀ,୧୯/୦୮: ପଶ୍ଚିମ କୁର୍ସ୍କ ଅଞ୍ଚଳର କିଛି ସ୍ଥାନକୁ ଦଖଲ କରି ୟୁକ୍ରେନ ଋଷକୁ ଏକ ବଡ଼ ଝଟ୍‌କା ଦେଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ କାହିଁକି ଏହାର ଜବାବ ଦେଇପାରି ନାହିଁ ସେନେଇ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି। ବିଶେଷଜ୍ଞମାନେ ଏଥିପାଇଁ ଅନେକ କାରଣ ଦର୍ଶାଇଛନ୍ତି। ତେବେ ଆହୁରି ମଧ୍ୟ ଖବର ରହିଛି ଯେ ଋଷ ଧୀରେ ଧୀରେ ୟୁକ୍ରେନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିକ୍ରିୟା ଆରମ୍ଭ କରିଛି। ବିଶେଷ କଥା ହେଉଛି ଫେବୃଆରୀ ୨୦୨୨ ରେ ହୋଇଥିବା ଆକ୍ରମଣ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶାସନକୁ ଏହା ଚତୁର୍ଥ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଗତ ସପ୍ତାହରେ, ୟୁକ୍ରେନ ସେନା କିଭ୍‌ ଉତ୍ତର-ପୂର୍ବ ଉପରେ ଆକ୍ରମଣ କରିଥିଲା, ଏହା ପରେ ସେନା ସେଠାକାର ଅନେକ ଗାଁକୁ କାବୁ କରି ଋଷର ସୈନିକମାନଙ୍କୁ ବନ୍ଦି କରିଥିଲା। ଆଜି ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଏହି ଆକ୍ରମଣ ବିଷୟରେ ହ୍ବାଇଟ ହାଉସ କିମ୍ବା ପେଣ୍ଟାଗନକୁ ସୂଚନା ଦେଇ ନାହିଁ। ଏଠାରେ ପୁଟିନ ଏହି ଆକ୍ରମଣ ପାଇଁ ୟୁକ୍ରେନର ସହଯୋଗୀଙ୍କୁ ମଧ୍ୟ ଦାୟୀ କରିଛନ୍ତି।

କାରଣ କ'?

ରିପୋର୍ଟ ଅନୁଯାୟୀ, ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ, ଋଷର ସେନାରେ କ୍ବିକ୍‌ ରିଆକ୍ସନ୍‌ ଫୋର୍ସର ଅଭାବ ରହିଛି, ଯେଉଁମାନେ କି ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇପାରିବେ। ଦୁଇ ଅଧିକାରୀ କହିଛନ୍ତି ଯେ ଆକ୍ରମଣ ସମୟରେ ଋଷର ସୈନ୍ୟମାନେ ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନକୁ ଲକ୍ଷ ଲକ୍ଷ ତୋପ ଚଳାଇଥିଲେ, କିନ୍ତୁ ମସ୍କୋ ଭାରୀ ତୋପ ବ୍ୟବହାର କରିବାକୁ ନାରାଜ।

ଏକ ଆମେରିକୀୟ ଖବରକାଗଜ ସହ ସାକ୍ଷାତକାର କରି ଅଧିକାରୀମାନେ କହିଛନ୍ତି ଯେ ଗୋଟିଏ କାରଣ ହୋଇପାରେ ଯେ, ଋଷୀୟ ମାନେ ନିଜ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ଚାହୁଁନାହାଁନ୍ତି। ଖବର ଅନୁଯାୟୀ, ପୂର୍ବ ୟୁକ୍ରେନରେ ଲଗାତାର ଯୁଦ୍ଧ ପରେ ରୁଷ ମଧ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ହୋଇପାରେ। ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ କୁର୍ସ୍କରେ ୟୁକ୍ରେନ ସୈନ୍ୟବାହିନୀର ମୁକାବିଲା ପାଇଁ ଋଷ ଶକ୍ତି ବୃଦ୍ଧି କରିବା ଆରମ୍ଭ କରିଛି। ଆହୁରି ମଧ୍ୟ, ଋଷର ମନ୍ଥର ପ୍ରତିକ୍ରିୟାର ଗୋଟିଏ କାରଣ ହେଉଛି ଯେ ୟୁକ୍ରେନ କଣ କରିବାକୁ ଚେଷ୍ଟା କରୁଛି ସେ ବିଷୟରେ ସେମାନଙ୍କର ସ୍ପଷ୍ଟ ଧାରଣା ନାହିଁ। ଆମେରିକାର ଜଣେ ଅଧିକାରୀ ଖବରକାଗଜକୁ କହିଛନ୍ତି ଯେ ୟୁକ୍ରେନ ଆକ୍ରମଣର ଗୋଟିଏ କାରଣ ହେଉଛି ଋଷର ସୈନିକମାନଙ୍କୁ ଧରିବା, ଯାହାକୁ ବନ୍ଦୀମାନଙ୍କ ବଦଳରେ ବ୍ୟବହାର କରାଯାଇପାରିବ। ତମାମ ପ୍ରତିକ୍ରିୟା ଓ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଋଷର ଜବାବକୁ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.