ପ୍ରମୂଖ ଖବର

ସ୍ୱାମୀ ଆଗରେ ପତ୍ନୀଙ୍କୁ ଗଣଦୁଷ୍କର୍ମ: ଦୁଇ ଜଣଙ୍କୁ କାବୁ କଲେ ଗ୍ରାମବାସୀ, ଖସିଗଲେ ୩ ଜଣ

ନୀଳଗିରି,୦୬/୦୫: କାମ ସାରି ଅନ୍ଧାର ରାତିରେ ଘରକୁ ଫେରୁଥିଲେ ଦମ୍ପତି । ରାସ୍ତାରୁ ପତ୍ନୀଙ୍କୁ ଟେକି ନେଇ ସ୍ୱାମୀ ଆଗରେ କଲେ  ଗଣଦୁଷ୍କର୍ମ । ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଦେବାର ଧମକ ମଧ୍ୟ  ଦେଇଥିବା ଅଭିଯୋଗ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ କାବୁ କରି ଗ୍ରାମବାସୀମାନେ ମାଡ଼  ମାରିଥିବାବେଳେ ଅନ୍ୟ ୩ଜଣ ଫେରାର  ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା  ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଧୀନ  ନରଣପୁର ଅଞ୍ଚଳରେ ଘଟିଛି । 

ଉକ୍ତ ଦମ୍ପତି କାମ ସାରି ଘରକୁ ଫେରୁଥିବା ବେଳେ ନୀଳଗିରି ଥାନା ଅଧୀନ ନରଣପୁର ଅଞ୍ଚଳରେ ଥିବା ଧୂପ କାରଖାନା ପାଖରେ  ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଜଗି  ରହିଥିଲେ । ଯୁବକମାନେ ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇଥିଲେ । ପରେ ମହିଳାଙ୍କୁ  ଜଙ୍ଗଲ ମଧ୍ୟକୁ ଟେକିନେଇଥିଲେ । ସ୍ୱାମୀ  ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ।  ପାଞ୍ଚ ଜଣ ଯୁବକ ଦୁଷ୍କର୍ମ କରିଥିଲେ ।  ଏପରିକି ପତ୍ନୀ ସହ ସ୍ୱାମୀକୁ ମଧ୍ୟ ଉଲଗ୍ନ  କରି ଭିଡିଓ ରେକର୍ଡିଂ କରିଥିଲେ । ଏ କଥା  କାହାକୁ କହିଲେ ଭିଡିଓ ଭାଇରାଲ୍‌ କରିବେ  ବୋଲି ଧମକ ମଧ୍ୟ ଦେଇଥିଲେ ।  ସେଠାରୁ ଦମ୍ପତି ଆସି ଗାଁ ମୁଣ୍ଡରେ ସ୍ଥାନୀୟ  ଲୋକଙ୍କୁ କହିଥିଲେ । ପରେ ଗ୍ରାମବାସୀ ମିଳିତ  ଭାବେ ଜଙ୍ଗଲରେ ଖୋଜି ଦୁଇ ଯୁବକଙ୍କୁ କାବୁ  କରିଥିଲେ । ଅନ୍ୟ ୩ ଜଣ ଘଟଣା ସ୍ଥଳରୁ ଖସି  ପଳାଇ ଯାଇଥିବା ବେଳେ ଦୁଇ ଯୁବକଙ୍କୁ ଗାଁକୁ  ଆଣି ବାନ୍ଧି ମାଡ଼ ମାରିଥିଲେ ଲୋକେ । ସେମାନେ  ହେଲେ ନରଣପୁର ଅଞ୍ଚଳର ରମାକାନ୍ତ ପ୍ରଧାନ  ଓରଫ କଟିବାବୁ ଓ ଯଯାତି କେଶରୀ ବାଗ  ଓରଫ ବାପୁ। ତେବେ ଅନ୍ୟ ଯୁବକଙ୍କ ଭିତରୁ  ଧୂପ କାରଖାନାର ଜଣେ ନିରାପତ୍ତାରକ୍ଷୀ ସାମିଲ  ଥିବା ଜଣାପଡ଼ିଛି । ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା  ସ୍ଥଳରେ ଅଯୋଧ୍ୟା ଫାଣ୍ଡି ପୁଲିସ ପହଞ୍ଚି ଯୁବକ  ଦ୍ୱୟଙ୍କୁ ଉଦ୍ଧାର କରି ଅଟକ ରଖିଛି । ଅନ୍ୟପଟେ  ଦମ୍ପତି ଜଙ୍ଗଲରେ ସମ୍ଭୋଗ କରୁଥିବା ବେଳେ  ସେମାନେ ଭିଡିଓ କରିଥିବା ଅଟକ ଯୁବକମାନେ  କହିଛନ୍ତି । ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ  ଆସିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି ।  ତେବେ ସ୍ଥାନଟି ବରହମପୁର ଥାନା ଅଧୀନରେ  ଯାଉଥିବାରୁ ସେଠାରେ ଦମ୍ପତି ଅଭିଯୋଗ  କରିବେ ବୋଲି ଫାଣ୍ଡି ପୁଲିସ୍‌ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.