ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତ୍ୟୁ, କମ୍ପାନୀ ଗେଟ୍ ଆଗରେ ସ୍ଥାନୀୟ ଲୋକଙ୍କ ଧାରଣା

ଆଠଗଡ,୧୪/୪ : ଖୁଣ୍ଟୁଣୀ ଘଣ୍ଟିଖାଲସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି କାର୍ଯ୍ୟରତ ଶ୍ରମିକ ମୃତ। ମୃତ ଶ୍ରମିକ ହେଲେ ଆଠଗଡ ଥାନା ଅନ୍ତର୍ଗତ ହରିଡ଼ାଗହିର ଗ୍ରାମର ସନାତନ ପାଢ଼ୀ(୫୨)। ଶନିବାର ରାତିରେ   କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ରୋଲିଂ ସେକ୍ସନରେ କ୍ରେନରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। 

କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ଚୌଦ୍ବାର ଏସଡିପିଓଙ୍କ ସହ ଖୁଣ୍ଟୁଣୀ ଥାନା ଅଧିକାରୀ ଓ ଗୋଟିଏ ସେକ୍ସନ ଫୋର୍ସ ମୃତୟନ କରାଯାଇଛି ।  ଆଠଗଡରେ ଥିବା ହିନ୍ଦୁ ମଜଦୁର ସଭା ୟୁନିୟନର କର୍ମଚାରୀ ଓ ଶ୍ରମିକମାନେ ଏହି ଧାରଣାରେ ସାମିଲ ହୋଇ ମୃତକଙ୍କ ପରିବାରକୁ ୫୦ଲକ୍ଷର କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି, ପରିବାରର ମାସିକ ଭରଣ ପୋଷଣ, ଅବିବାହିତ ଝିଅ ପୁଅଙ୍କ ବିବାହ ରାଶି ଦେବା ଦାବି କରିଛି ସଂଘ ।  ବାରମ୍ବାର ଏହି କଂପାନୀରେ ଏଭଳି ଦୁର୍ଘଟଣା ଘଟି ଶ୍ରମିକ ମୃତ୍ୟୁ ହେଉଥିଲେ ମଧ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଉନାହାନ୍ତି କଂପାନୀ କର୍ତ୍ତୃପକ୍ଷ ଯାହା ଫଳରେ ଶ୍ରମ ବିଭାଗ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି ଶ୍ରମିକ ସଙ୍ଗଠନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.