ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ସରିଲା ଦେବ ନିମନ୍ତ୍ରଣ, ଆଜି ବାରାତ୍‌ରେ ବାହାରିବେ ମହାଦେବ

ସମ୍ବଲପୁର,୧୦/୦୬: ଦେବ ଦେବ  ମହାଦେବ ଏବଂ ମାତା ପାର୍ବତୀଙ୍କ ଲୌକିକ ବିବାହର ପର୍ବ ଶୀତଳଷଷ୍ଠୀ ପାଇଁ ସାରା ସମ୍ବଲପୁର  ଉତ୍ସବମୁଖର । ଗତକାଲି ସମସ୍ତ କମିଟିର  ପତରପେଣ୍ଡି ସମ୍ପନ୍ନ ହୋଇଥିବା ବେଳେ  ଦେବ ବିବାହରେ ସାମିଲ ହେବା ପାଇଁ ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି ମହାବୀର  ହନୁମାନ । ଦେବତା, ଦାନବ, ଗନ୍ଧର୍ବ, କିନ୍ନରଙ୍କ  ଆଗମନରେ ସମ୍ବଲପୁର ଦେବଭୂମିରେ ପରିଣତ  ହୋଇଛି । 

ଆଜି ରାତିରେ ସଂହାରକର୍ତ୍ତା ଶିବ ବରବେଶରେ ସଜ୍ଜିତ ହୋଇ ବାରାତ୍‌ରେ ବାହାରିବେ । ନନ୍ଦପଡ଼ାର ନୃସିଂହ ନିଉତା ଦିନକ  ପୂର୍ବରୁ ଶେଷ ହୋଇଥିବା ବେଳେ ରବିବାର ଅନ୍ୟ  ସମସ୍ତ କମିଟିର ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ  ହୋଇଛି । ଅନ୍ୟ ସମସ୍ତ କମିଟିରେ ଦେବ  ନିମନ୍ତ୍ରଣ ଦାୟିତ୍ୱ ପବନସୂତ ବୀର ହନୁମାନଙ୍କୁ  ନ୍ୟସ୍ତ କରାଯାଇଛି । ଦେବ ଦେବ ମହାଦେବଙ୍କ ବିବାହ ବରଯାତ୍ରୀରେ ସାମିଲ ହେବାକୁ ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ ଦାୟିତ୍ୱ ପ୍ରଭୁ ମହାବୀରଙ୍କୁ  ଦାୟିତ୍ୱ ଅର୍ପଣ କରାଯାଇଥାଏ । ଏଥିପାଇଁ ପ୍ରଭୁ  ହନୁମାନ ନିମନ୍ତ୍ରଣ ପତ୍ର ସହିତ ଗୁଆ, ମିଷ୍ଟାନ୍ନ  ଆଦି ନେଇ ସୁସଜ୍ଜିତ ରଥରେ ଯାଇ ସମସ୍ତ  ଦେବାଦେବୀଙ୍କୁ ନିଉତା ଦେଇଥାନ୍ତି । ଏହାକୁ  ଗୁଆଗୁଣ୍ଡା ବୋଲି କୁହାଯାଇଥାଏ । ଏହି କ୍ରମରେ  ଆଜି ପାରମ୍ପରିକ ବାଜାଗଜା, ଘଣ୍ଟ ଘଣ୍ଟା, ଶଙ୍ଖ  ଆଦି ବାଦ୍ୟ ସହିତ ଭବ୍ୟ ଶୋଭାଯାତ୍ରାରେ  ପ୍ରଭୁ ହନୁମାନଙ୍କ ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ  ହୋଇଛି ।  

ସେହିପରି ଝାଡୁଆପଡ଼ାର ଲୋକନାଥ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା ମନ୍ଦିର  ପରିସରରୁ ବାହାରିଥିଲା। ବ୍ରହ୍ମପୁରା ମନ୍ଦିର, ଯଜ୍ଞବରାହ ମନ୍ଦିର, ବଂ ବରାଡ ବାଲୁଙ୍କେଶ୍ୱର ବାବା  ମନ୍ଦିର, ଗୌର ମଠ, ଦଧିବାମନ ମନ୍ଦିର, ଟିମିନି  ଗୁଡ଼ି, ଭାଗବତ ମନ୍ଦିର ଓ ହୁତାପଡ଼ା ମନ୍ଦିରରେ  ନିମନ୍ତ୍ରଣ ନୀତି ଯଥାବିଧି ଅନୁଷ୍ଠିତ ହୋଇଥିଲା ।  ଅନୁରୂପ ଭାବେ ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର  ଗୁପ୍ତେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା,  ବୁଢ଼ାରଜାର ପାହାଡ଼େଶ୍ୱର ବାବା, ଦୁର୍ଗାପାଲିର  ଗୁଡ଼େଶ୍ୱର ବାବା, ସିନ୍ଦୁରପଙ୍କର ତାରକେଶ୍ୱର  ବାବାଙ୍କ ସମେତ ସମସ୍ତ ମନ୍ଦିରର ଗୁଆଗୁଣ୍ଡା ବିଧି ସମ୍ପନ୍ନ ହୋଇଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.