ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବଣଭୋଜିରେ ଚଢାଉକୁ ନେଇ ଥାନାରେ ଲଙ୍କାକାଣ୍ଡ , ଅମ୍ବାଭୋନା ଥାନାରେ ପଶି ଯୁବକଙ୍କ ଭଙ୍ଗାରୁଜା

 ବରଗଡ, ୫।୧୧ ବରଗଡ଼ ଅମ୍ବାଭୋନା ଥାନାରେ ବ୍ୟାପକ ଭଙ୍ଗାରୁଜା । ପ୍ରାୟ ୨୫ ରୁ ୩୦  ଜଣ ଯୁବକ ଅମ୍ବାଭୋନା ବ୍ଲକ ତାମଦେଇକୁ ବଣ ଭୋଜି ପାଇଁ ଯାଇଥିବା ସୋହେଲା ବ୍ଲକ ର କିଛି ଯୁବକ ଘଟାଇଛନ୍ତି ଏଭଳି ଘଟଣା ।

 ତାମଦେଇରେ ବଣ ଭୋଜି ଚାଲିଥିବା ବେଳେ ପୋଲିସ ସେହି ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।ତେବେ କାହିଁକି ପୋଲିସ ଭୋଜି ସ୍ଥଳକୁ ଯାଇ ଚଢ଼ାଉ କରିଥିଲା ଉତ୍ତ୍ୟକ୍ତ ଯୁବକ ମାନେ ଅମ୍ବାଭୋନା ଥାନାକୁ ଯାଇ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।ତେବେ ଥାନାର ସମସ୍ତ   କାଚ ,ଆସବାବପତ୍ର ,କମ୍ପ୍ୟୁଟର କୁ ଭାଙ୍ଗି ଫେରାର ହୋଇଯାଇଛନ୍ତି ।ଯାହାକୁ ନେଇ ଘଟଣା ସ୍ଥଳରେ ବରଗଡ଼ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.