ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଚାକିରିରୁ ଛଟେଇ ପରେ ଦୁର୍ବିସହ ଜୀବନ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଫୁ, ୨୭ ବର୍ଷ ପରେ ବି ମିଳିନି ନ୍ୟାୟ

ଗୋପ,୦୫/୦୮: ମତ୍ସ୍ୟ ଓ ପଶୁସଂପଦ  ବିଭାଗ ଅଧୀନରେ ୧୯୯୫ ମସିହାରେ ୪ର୍ଥ  ଶ୍ରେଣୀ କର୍ମଚାରୀ ଭାବେ ଚାକିରି କରିଥିଲେ । ହେଲେ କୌଣସି କାରଣ ନ ଦର୍ଶାଇ ବିଭାଗୀୟ  କର୍ତ୍ତୃପକ୍ଷ ତାଙ୍କୁ ୧୯୯୭ ମସିହାରେ ଚାକିରିରୁ ବାହାର କରି ଦେଇଥିଲେ । ଏ ନେଇ ବିଭାଗୀୟ  ଅଧିକାରୀଙ୍କଠାରୁ ଆରମ୍ଭ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା  ନାହିଁ । ଚାକିରିରୁ ଛଟେଇ ପରେ ବର୍ତ୍ତମାନ ଜୀବନ  ଦୁର୍ବିସହ ହୋଇପଡିଛି । ଦୀର୍ଘ ୨୭ ବର୍ଷ ଧରି  ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି ଗୋପ ବ୍ଲକ  ଅଧିନ ଗଣେଶ୍ୱରପୁର ପଞ୍ଚାୟତ ହାଟସାହି ଗ୍ରାମର  ଭଗବାନ ସାହୁ (୫୨) ।   

ସୂଚନାଯୋଗ୍ୟ, ମତ୍ସ୍ୟ ଓ ପଶୁସଂପଦ ବିଭାଗ  ଅଧୀନରେ ନିମାପଡ଼ା ବ୍ଲକ ତମ୍ପାଳଠାରେ ଭଗବାନ  ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ ଆରମ୍ଭ  କରିଥିଲେ । ହେଲେ କୌଣସି କାରଣ ନ ଦର୍ଶାଇ  କର୍ତ୍ତୃପକ୍ଷ ତାଙ୍କୁ ସେତେବେଳେ ଚାକିରିରୁ ବାହାର  କରିଦେଇଥିଲେ । ଏ ନେଇ ୧୯୮୯ ମସିହାରେ  ଭଗବାନ ହାଇକାର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ଘଟଣାର ତର୍ଜମା କରି ତୁରନ୍ତ ଭଗବାନଙ୍କୁ ନିଯୁକ୍ତି  ଦେବା ଲାଗି ହାଇକୋର୍ଟ ମତ୍ସ୍ୟ ଓ ପଶୁସଂପଦ  ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୀର୍ଘବର୍ଷ  ବିତିଯାଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ  ପଶୁ ସଂପଦ ବିଭାଗ ଫୁ କରି ଦେଇଛି । ଫଳରେ  ଭଗବାନଙ୍କ ସ୍ତ୍ରୀ ସବିତା ସାହୁ ଏବଂ ତାଙ୍କ  ଦୁଇ ସନ୍ତାନ ଏବେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରହିବା ପାଇଁ ଆବଶ୍ୟକ  ଘର ନ ଥିବାରୁ ଭଙ୍ଗା ଘରେ ଜରି ପାଲ ପକାଇ  ଦୁଃଖ କଷ୍ଟରେ ରହୁଛନ୍ତି । 

ସେହିପରି ଦୁଇ ଓଳି  ଗଣ୍ଡେ ଖାଇବା ପାଇଁ ପର ଦୁଆରେ ମୁଲ ମଜୁରି  ଲାଗିବାକୁ ପଡୁଛି । ଏସବୁ ଭିତରେ ୨ ପିଲାଙ୍କ  ପାଠପଢା ସାଙ୍ଗକୁ ପରିବାର ଭରଣପୋଷଣ  କରିବା କଷ୍ଟକର ହୋଇପଡୁଥିବା ଭଗବାନ ପ୍ରକାଶ  କରିଛନ୍ତି । ବର୍ତ୍ତମାନ ବି ସେ ନ୍ୟାୟ ପାଇବା ପାଇଁ  ଦୈନିକ କୋର୍ଟ କଚେରୀ ସହ ମତ୍ସ୍ୟ ଓ ପଶୁ  ସଂପଦ ବିଭାଗକୁ ଦୌଡୁ ଥିବା ଜଣାପଡ଼ିଛି । ନୂଆ  ମୁଖ୍ୟମନ୍ତ୍ରୀ ହୋଇଥିହା ମୋହନ ଚରଣ ମାଝୀଙ୍କ  ଉପରେ ଭରଷା ରହିଛି । ନ୍ୟାୟ ମିଳିବ ବୋଲି  ଆଶା ରହିଥିବା ଭଗବାନ ପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.