ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିବାହ ପର୍ଯ୍ୟନ୍ତ ଝିଅଙ୍କୁ ମିଳିବନି ଭରଣପୋଷଣ

ବେଙ୍ଗାଲୁରୁ,୦୫/୦୯: ଘରୋଇ ହିଂସା ଆଇନ ୨୦୦୫ ଅନୁସାରେ ବିବାହ କରିବା ପର୍ଯ୍ୟନ୍ତ ଜଣେ ଝିଅକୁ ଭରଣପୋଷଣ ଦିଆଯିବାର ପ୍ରାବଧାନ ନାହିଁ । ତେଣୁ ସେହି ସମୟ ପର୍ଯ୍ୟନ୍ତ ଝିଅକୁ ଭରଣପୋଷଣ ମିଳିବ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି । ହାଇକୋର୍ଟର ବିଚାରପତି ରାଜେନ୍ଦ୍ର ବାଦାମିକରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କହିଛନ୍ତି ଘରୋଇ ହିଂସା ଆଇନ ଅନୁସାରେ ଝିଅମାନଙ୍କୁ ପ୍ରାପ୍ତ ବୟସ୍କ ହେବା ପର୍ଯ୍ୟନ୍ତ ଭରଣପୋଷଣ ବାବଦରେ ଆର୍ଥିକ ସହାୟତା ମିଳିପାରିବ । କିନ୍ତୁ ସେମାନେ ବିବାହ କରିବା ପର୍ଯ୍ୟନ୍ତ ସହାୟତା ମିଳିପାରିବ ନାହିଁ । 

ମାଜିଷ୍ଟ୍ରେଟ ଓ ସେସନ୍ସ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଜଣେ ପିତାଙ୍କ ପକ୍ଷରୁ ଆଗତ ଆବେଦନକୁ ଗ୍ରହଣ କରିବା ଅବସରରେ ବିଚାରପତି ବାଦାମିକର ଏହା କହିଛନ୍ତି । ପୂର୍ବରୁ ମାଜିଷ୍ଟ୍ରେଟଙ୍କ କୋର୍ଟ ଏବଂ ପରେ ସେସନ୍ସ କୋର୍ଟ ଜଣେ ପିତାଙ୍କୁ ତାଙ୍କର ଦୁଇ ଝିଅ ବିବାହ କରିବା ପର୍ଯ୍ୟନ୍ତ ଭରଣପୋଷଣ ଦେବାକୁ ରାୟ ଶୁଣାଇଥିଲେ । ହାଇକୋର୍ଟ କହିଛନ୍ତି ଘରୋଇ ହିଂସା ଆଇନର ଧାରା ୨୦(୧)(ଘ) ଅନୁସାରେ ପତ୍ନୀ ଓ ପିଲାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ତେବେ ପିଲାଙ୍କ ସଂଜ୍ଞା ସମ୍ପର୍କରେ ଧାରା ୨ (ଘ)ରେ ସ୍ପଷ୍ଟ କରାଯାଇଛି କି ପିଲା (ଜନ୍ମିତ, ପାଳିତ, ସାବତ କିମ୍ବା ପୋଷ୍ୟ ସନ୍ତାନ)ଙ୍କୁ ୧୮ ବର୍ଷରୁ କମ୍‌ ବୟସ ହୋଇଥିବା ଆବଶ୍ୟକ । ଏ କ୍ଷେତ୍ରରେ ପ୍ରାପ୍ତ ବୟସ୍କ ଝିଅମାନଙ୍କୁ ଭରଣପୋଷଣ ମିଳିବ ନାହିଁ । କିନ୍ତୁ ହିନ୍ଦୁ ବିବାହ ଆଇନ କିମ୍ବା ଫୌଜଦାରୀ ଆଇନର ଧାରା ୧୨୫ ଅନୁସାରେ ଯଦି ଝିଅମାନେ ଚଳିବା ଲାଗି ଅକ୍ଷମ ହୋଇଥାନ୍ତି ତେବେ ସେମାନେ ଭରଣପୋଷଣ ଦାବି କରିବାର ପ୍ରାବଧାନ ରହିଛି ।

ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ପିଲାମାନଙ୍କୁ ମାସିକ ୫ ହଜାରରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣପୋଷଣ ମିଳିବ । ମାଜିଷ୍ଟ୍ରେଟ କୋର୍ଟ ଯେଉଁ ୫ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି ତାହା ସାମାନ୍ୟ ଅଧିକ । ହେଲେ ସେସନ୍ସ କୋର୍ଟ ତାକୁ ହ୍ରାସ କରି ୪ ହଜାର ଟଙ୍କା ଧାର୍ଯ୍ୟ କରିଥିବା ଯଥାର୍ଥ । ସେହିଭଳି ପିଲାମାନଙ୍କୁ ଭରଣପୋଷଣ ଦେବା କେବଳ ପିତାଙ୍କର ଦାୟିତ୍ୱ ନୁହେଁ, ମା ମଧ୍ୟ ସମାନ ପରିମାଣର ଭରଣପୋଷଣ ବହନ କରିପାରିବେ । କାରଣ ପିତାଙ୍କ ଭଳି ମା ମଧ୍ୟ ଜଣେ ଶିକ୍ଷକ । ଘରୋଇ ହିଂସା ଆଇନ ଅନୁସାରେ ପତ୍ନୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ମାଜିଷ୍ଟ୍ରେଟ କୋର୍ଟ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ ସେସନ୍ସ କୋର୍ଟ ତାକୁ ୧ ଲକ୍ଷ ଟଙ୍କାକୁ ହ୍ରାସ କରିଥିଲେ । ଏହାକୁ ହାଇକୋର୍ଟ ଉପଯୁକ୍ତ ବୋଲି ଦର୍ଶାଇଛନ୍ତି । ଉଭୟ ପତିପତ୍ନୀ ସରକାରୀ ସ୍କୁଲରେ ଶିକ୍ଷକତା କରନ୍ତି । ୧୯୯୮ ମାର୍ଚ୍ଚ ୧୫ରେ ସେମାନଙ୍କ ବିବାହ ହୋଇଥିଲା । ଉଭୟଙ୍କର ଦୁଇଜଣ ଝିଅ ଅଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ବିରୋଧରେ ପତ୍ନୀ ଘରୋଇ ହିଂସା ମାମଲା ଦାୟର କରିବା ସହ ୧୦ ଲକ୍ଷଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଏଥିସହ ସେ ସ୍ୱାମୀଙ୍କ ବିରୋଧରେ ପୃଥକ ଯୌତୁକ ନିର୍ଯାତନା ମାମଲା  କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.