ବାରିପଦା,୧୨/୧୧ : ବାରିପଦାରେ ଅଗ୍ନି ଦୁର୍ଘଟଣା । କାଳୀପୂଜାରେ ସ୍କାଏ ଲଣ୍ଠନରୁ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଲାଲବଜାରସ୍ଥିତ ସ୍ବର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ।
ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ସମସ୍ତେ ବାଣ ଫୁଟାଇଥାନ୍ତି । ଏହି ସମୟରେ ଏକ ସ୍କାଏ ଲଣ୍ଠନ ଆକାଶରେ ଅଧା ଜଳି ଲାଲବଜାରସ୍ଥିତ ଥିବା ସ୍ବର୍ଣ୍ଣଲକ୍ଷ୍ମୀ ଟେଣ୍ଟ୍ ହାଉସ ଭିତରେ ପଡ଼ି ଯାଇଥିଲା । ଫଳରେ ଟେଣ୍ଟହାଉସରେ ନିଆଁ ଲାଗିଯାଇଥିଲା । ସେଠାରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ଖବର ଲେଖା ହେବା ସୁଦ୍ଧା ଆଉ ଗୋଟିଏ ଗାଡ଼ି ଆସିବ ବୋଲି ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଟେଣ୍ଟ ହାଉସର ଅଧିକାଂଶ ଜିନିଷ ପୋଡ଼ି ଯାଇଥିବା ଜଣାପଡ଼ିଛି ।