ପୁରୁଷୋତ୍ତମପୁର, ୨୫।୨: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମରେ ବାଇକକୁ ଧକ୍କା ଦେଲା ହାଇୱା । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା । ସ୍ଥାନୀୟ ଲୋକ ବାଇକ ଚାଳକକୁ ଉଦ୍ଧାର କରି ଭାଟ କୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି । ସେଠାରେ ଚିକିତ୍ସା କରାଯାଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ତାଙ୍କର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାରୁ ଓ ରକ୍ତସ୍ରାବ ହେଉଥିବାରୁ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ତେବେ ବାଇକ ଚଲାଉଥିବା ବ୍ୟକ୍ତିଙ୍କ ଠିକଣା ଏଯାବତ୍ କିଛି ଜଣାପଡ଼ିନାହିଁ ।