ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ

ମୁମ୍ବାଇ, ୦୩/୧୧: ଦିନିକିଆ ବିଶ୍ୱକପର ୩୩ ମ୍ୟାଚରେ ଭାରତ ସର୍ବବୃହତ୍ତ ବିଜୟ ହାସଲ କରିଛି । ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କା ଠାରୁ ୩୦୨ ରନରେ ଜିତିଛି । ଭାରତର ବ୍ୟାଟ୍ସମ୍ୟାନଙ୍କ ସହ ବୋଲର୍ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଦଳର ଖେଳାଳି ଶୁବମନ ଗିଲ୍ ମ୍ୟାଚ୍ ପରେ ପ୍ରତିକ୍ରିୟା ଦେଇଛନ୍ତି । ଗିଲ୍ କହିଛନ୍ତି, ଡେଙ୍ଗୁ ପାଇଁ ତାଙ୍କ ଓଜନ ହ୍ରାସ୍ ପାଇଥିଲା ।

ଭାରତୀୟ ଦଳ ଜିତିବା ପରେ ଗିଲ୍ କହିଛନ୍ତି, ମୁଁ ନର୍ଭସ୍ ହୁଏ ନାହିଁ । ମୁଁ ଆରମ୍ଭ ମୋ ହିସାବରେ କରିଥାଏ । ଡେଙ୍ଗୁ ପାଇଁ ମୋ ଓଜନ ୪ କେଜି ହ୍ରାସ୍ ପାଇଥିଲା । ମୁଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇନାହିଁ । ସେ ତାଙ୍କ ଇନିଂସକୁ ମନେ ପକାଇ କହିଛନ୍ତି, ମୁଁ ବୋଲରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲି । ଯଦି ଶେଷ ମ୍ୟାଚକୁ ଛାଡ଼ି ଦେବେ ତାହେଲେ ଅନ୍ୟ ସମସ୍ତ ମ୍ୟାଚରେ ଆରମ୍ଭ ଭଲ ହୋଇଥିଲା । ଆଜି କିଛି ବଲ୍ ସିମ୍ କରୁଥିଲା, ତାକୁ ମୁଁ ହିଟ୍ କରିଛି । ଫଳରେ ଆମେ ଭଲ ପ୍ରଦର୍ଶନ କରି ୩୫୦ ରନ୍ କରି ପାରିଥିଲୁ ।

ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଲଜ୍ଜା, ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଉଲଗ୍ନ କରି ଅସଦାରଣ ଅଭିଯୋଗ

ଶ୍ରୀଲଙ୍କା ବିପକ୍ଷରେ ଭାରତ ୮ ୱିକେଟ୍ ହରାଇ ୩୫୭ ରନ୍ କରିଥିଲା । ଏହି ମ୍ୟାଚରେ ଶୁବମନ ଗିଲ୍ ୯୨ ରନର ପାଳି ଖେଳିଥିଲେ । ୯୨ ବଲରେ ୨ ଛକା ଓ ୧୧ ଚଉକା ମାରିଥିଲେ ଗିଲ୍ । ବିରାଟ କୋହଲି ୯୪ ବଲରେ ୮୮ ରନ୍ କରିଥିଲେ । ଶ୍ରେୟସ ଆୟର ମଧ୍ୟ ୮୨ ରନ୍ କରିଥିଲେ । ୫୬ ବଲର ସାମ୍ନା କରି ଶ୍ରେୟସ ୬ ଛକା ଓ ୩ ଚଉକା ମାରିଥିଲେ । ଦଳୀୟ ସ୍କୋରରେ ୩୫ ରନ୍ ଯୋଡ଼ିଥିଲେ ରବୀନ୍ଦ୍ର ଜାଡ଼େଜା ।

ଭାରତ ଦେଇଥିବା ୩୫୮ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ତିଷ୍ଠି ପାରି ନଥିଲା । ୧୯.୪ ଓଭରରେ ମାତ୍ର ୫୫ ରନରେ ଶ୍ରୀଲଙ୍କା ଅଲଆଉଟ୍ ହୋଇ ଯାଇଥିଲା । ଭାରତ ପକ୍ଷରୁ ମୋହମ୍ମଦ ଶାମି ୫ଟି ୱିକେଟ୍ ନେଇଥିଲେ । ୫ ଓଭରରେ ଶାମି ଦେଇଥିଲେ ମାତ୍ର ୧୮ ରନ୍ । ସେହିଭଳି ମୋହମ୍ମଦ ସିରାଜ ୭ ଓଭରରେ ୧୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଜସପ୍ରୀତ୍ ବୁମରା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସାମୀ-ସିରାଜଙ୍କ ଘାତକ ବୋଲିଂରେ ମାତ୍ର ୫୫ରନ୍‌ରେ ରହିଗଲା ଶ୍ରୀଲଙ୍କା : ରୋହିତ ବିଗ୍ରେଡଙ୍କ ସେମିଫାଇନାଲରେ ଏଣ୍ଟ୍ରି

Copyright © 2022 - Summa Real Media Private Limited. All Rights Reserved.