ପ୍ରମୂଖ ଖବର

‘ବିଶ୍ୱଯୁଦ୍ଧ’ରେ ପରିଣତ ହୋଇଯିବ କି ରୁଷ୍‌-ୟୁକ୍ରେନ୍‌ ୱାର୍‌ , ଫ୍ରାନ୍ସ ସେନା ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ

ପ୍ୟାରିସ୍‌ - ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧକୁ ଦୁଇ ବର୍ଷ ବିତି ସାରିଛି। ହେଲେ ଏହି ଯୁଦ୍ଧର କୌଣସି ସମାଧାନ ବାହାରିବାର ନଜର ଆସୁ ନାହିଁ। ଏହି ମଧ୍ୟରେ ପ୍ୟାରିସ୍‌ରେ ଫ୍ରାନ୍ସର ୨୦ ଜଣ ୟୁରୋପୀୟ ନେତାଙ୍କ ଭିଡ଼ ଲାଗିଛି,ଯେଉଁଥିରେ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଂ ସ୍ପଷ୍ଟ ଭାବେ କହି ଦେଇଛନ୍ତି , ସେ ୟୁକ୍ରେନ୍‌ରେ ନିଜର ସୈନିକଙ୍କୁ ମୁତୟନ ପାଇଁ ମନା କରି ପାରିବେ ନାହିଁ। ସେ କହିଛନ୍ତି ଭବିଷ୍ୟତରେ ୟୁକ୍ରେନକୁ ରକ୍ଷା କରିବା ପାଇଁ ନିଜର ସୈନିକ ପଠାଇବା ଜରୁରୀ ହୋଇ ଯାଇଛି। 

ମେକ୍ରୋ କହିଛନ୍ତି କି , ଏବେସୁଦ୍ଧା ୟୁକ୍ରେନରେ ସୈନିକଙ୍କୁ ପଠାଇବାରେ କୌଣସି ସହମତି ହୋଇ ନାହିଁ। ହେଲେ ରୁଷ୍‌ର ଆକ୍ରମଣକୁ ଦେଖି ଏମିତି ପଦକ୍ଷେପ ଉଠାଇବାକୁ ମଧ୍ୟ ପଡ଼ିପାରେ। ୟୁକ୍ରେନ୍‌ର ଅନେକ ଅଞ୍ଚଳରେ ରୁଷ୍‌ କବଜାକୁ ନେଇ ଥିବାକୁ ନେଇ ଉକ୍ତ ବୈଠକରେ ସେ ଚିନ୍ତା ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଯଦି ଏମିତି ହିଁ ଚାଲେ ତ ରୁଷ୍‌ ୟୁକ୍ରେନ୍‌ ଉପରେ ସଂପୂର୍ଣ୍ଣ ରୂପେ ଭାରି ପଡ଼ିଯିବ। ଏହାପରେ ଆହୁରି ଅନେକ ଦେଶ ପାଇଁ ମଧ୍ୟ ଚ୍ୟାଲେଞ୍ଜର ମାହୋଲ ହୋଇପାରେ। 

ସେ କହିଛନ୍ତି ରୁଷ୍‌ର ମନୋବୃତ୍ତିରେ ବଡ଼ ପରିବର୍ତ୍ତନ ରହିଛି। ସେ ୟୁକ୍ରେନ୍‌ର ଅଧିକରୁ ଅଧିକ ପ୍ରାନ୍ତକୁ କବଜା କରିବାକୁ ଚାହୁଁଛି। ଏହା ବ୍ୟତୀତ ଏହାର ନଜର କେବଳ ୟୁକ୍ରେନ ଉପରେ ପଡ଼ି ନାହିଁ ,ଏହାସହ ଆହୁରି ଅନେକ ଦେଶ ଉପରେ ଅଛି। ଏଥିପାଇଁ ରୁଷ୍‌ ଦୁନିଆରେ ଏକ ବଡ଼ ବିପଦକୁ ନିମନ୍ତ୍ରଣ କରୁଛି। ଉକ୍ତ ବୈଠକରେ ଜର୍ମାନ ଚାନ୍ସଲର ଓଲାଫ ଶୋଲଜ , ୟୁକେର ବିଦେଶ ସଚିବ ଲର୍ଡ କ୍ୟାମରନ୍‌ , ପୋଲିସ ପ୍ରେସିଡେଣ୍ଟ ଡଚ୍‌ ପ୍ରାଇମ୍‌ ମିନିଷ୍ଟର ସାମିଲ ଥିଲେ। ଏହା ବ୍ୟତୀତ ଆମେରିକା ଓ କାନାଡର ପ୍ରତିନିଧିମାନେ ମଧ୍ୟ ବୈଠକରେ ଭାଗ ନେଇଥିଲେ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.