ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

‘ମୋୟେ ମୋୟେ’ ପ୍ରେମରେ ସୋସିଆଲ ମିଡିଆ, ସାରା ବିଶ୍ୱରେ ନମ୍ବର ୧ ଟ୍ରେଣ୍ଡିଂ ପାଲଟିଛି ଗୀତ

ନୂଆଦିଲ୍ଲୀ ୨୭/୧୧: ୟୁଟ୍ୟୁବରେ ୫୭ ମିଲିୟନ୍ ଭ୍ୟୁଜ୍ ପରେ ପୁରା ସୋସିଆଲ ମିଡିଆରେ ଛାଇ ଯାଇଛି ‘ଡଜାନମ’ ଗୀତର ‘ମୋୟେ ମୋୟେ’ ମ୍ୟୁଜିକ୍ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ନମ୍ବର ୧ ଟ୍ରେଣ୍ଡିଂ ଗୀତ ପାଲଟିଛି ‘ମୋୟେ ମୋୟେ’ । ଏହା ଏକ ସର୍ବିଆନ୍ ମ୍ୟୁଜିକ୍ ଭିଡିଓ ଯାହାର ନାଁ ‘ଡଜାନମ’ । ବିଶ୍ୱବ୍ୟାପୀ ଲୋକ ଏହି ମ୍ୟୁଜିକ୍ ଉପଭୋଗ କରୁଛନ୍ତି । ବିଶେଷକରି ରିଲ୍ସ, ଟିକ୍ ଟକ୍, ଫେସବୁକ୍ ଭିଡିଓ, ୟୁଟ୍ୟୁବ୍ ଶର୍ଟସ୍, ସ୍ନିପେଟ୍ ତଥା ଶର୍ଟ ଭିଡିଓ ସାରା ଏବେ ‘ମୋୟେ ମୋୟେ’ । ସଭିଙ୍କ ମୁହଁରେ ଏହି ଗୀତର ‘ମୋୟେ ମୋୟେ’ ଅଂଶ ଶୁଣିବାକୁ ମିଳୁଛି । କଂଗ୍ରେସ ସମେତ ଭାରତରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସେମାନଙ୍କ ଇନଷ୍ଟାଗ୍ରାମ୍ ରିଲ୍ସରେ ଏହି ଗୀତକୁ ବ୍ୟବହାର କରୁଛନ୍ତି । ଏପରିକି ଦିଲ୍ଲୀ ପୁଲିସ ମଧ୍ୟ ଏହି ଗୀତକୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବାରେ ବ୍ୟବହାର କରିଛି । 

ଗୀତର ବହୁଳ ପ୍ରସାର ହେବା ଦେଖି ଏହାର ଗାୟିକା ଟେୟା ଡୋରା ସୋସିଆଲ ମିଡିଆରେ ସଭିଁଙ୍କୁ ଧନ୍ୟବାଦ ଦେଇଛନ୍ତି । ମଜା କଥା ହେଉଛି ଏହାର ଉଚ୍ଚାରଣ ବାସ୍ତବରେ ‘ମୋୟେ ମୋର’ । ଏହାର ଟ୍ୟୁନ୍ ଅତି ଆକର୍ଷଣୀୟ ହୋଇଥିବାରୁ ଏବେ ଅଧିକାଂଶ ଦେଶରେ ସୋସିଆଲ ମିଡିଆ ୟୁଜର୍ସଙ୍କ ନିକଟରେ ଏହା ପହଞ୍ଚିପାରିଛି । ଏହାର ଜବରଦସ୍ତ ମ୍ୟୁଜିକ୍କୁ ବହୁସଂଖ୍ୟାରେ ଲୋକ ପସନ୍ଦ କରୁଛନ୍ତି । ଭାରତୀୟ ମଧ୍ୟ ଏହି ମ୍ୟୁଜିକ୍ ପ୍ରେମରେ ପଡ଼ିଛନ୍ତି । ବିଭିନ୍ନ ମଜାଦାର ଭିଡିଓ ତଥା ରିଲ୍ସରେ ଏହାର ଟ୍ୟୁନ୍କୁ ଲୋକେ ବ୍ୟବହାର କରୁଛନ୍ତି ।

ପ୍ରକୃତରେ ‘ଡଜାନମ୍’ ଏକ ଦୁଃଖଭରା ଗୀତ । ଏହାକୁ ଟେୟା ଡୋରା ଗାଇବା ସହ ଏଥିରେ ଅଭିନୟ ମଧ୍ୟ କରିଛନ୍ତି । ସର୍ବିୟ ରାପର ସ୍ଲୋବୋଦାନ୍ ଭେଲ୍କୋଭିକ୍ କୋବି ଗାୟିକା ଡୋରାଙ୍କ ସହ ମିଶି ଏହି ଗୀତକୁ ଲେଖିଛନ୍ତି । ଗୀତକୁ ଅଧିକାଂଶ ବୁଝି ପାରୁ ନ ଥିଲେ ମଧ୍ୟ ଏହାର ଟ୍ୟୁନ୍ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି । ସର୍ବିଆ ଭାଷାରେ ‘ମୋରେ’ ଶବ୍ଦର ଅର୍ଥ ଦୁଃସ୍ୱପ୍ନ । ହେଲେ ଗୀତର ଅର୍ଥ ତୁଳନାରେ ଏହାର ମ୍ୟୁଜିକ୍ ତଥା ଟ୍ୟୁନ୍ ଲୋକଙ୍କ ମନକୁ ଛୁଇଁଛି ଏବଂ ଏହା ମାଧ୍ୟମରେ ସଙ୍ଗୀତ ପ୍ରେମୀ ଏକ ନିଆରା ଅନୁଭୂତି ପାଇଛନ୍ତି । ନିକଟରେ ଦିଲ୍ଲୀ ପୁଲିସ ଏକ୍ସରେ ଏହି ଗୀତକୁ ବ୍ୟବହାର କରି ଏକ ପୋଷ୍ଟ କରିଛି । ଭିଡିଓରେ ଜଣେ ବାଇକ୍ ଚାଳକ ଷ୍ଟଣ୍ଟ୍ କରୁଥିବାବେଳେ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । କ୍ୟାପ୍ସନରେ ଦିଲ୍ଲୀ ପୁଲିସ ଲେଖିଛି, ଗାଡ଼ି ଉପରୁ ନିୟନ୍ତ୍ରଣ ହରାନ୍ତୁ ନାହିଁ, ନ ହେଲେ ଆପଣଙ୍କ ‘ମୋୟେ ମୋୟେ’ ହୋଇଯିବ । ପୁଲିସର ଏହି ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରାୟ ୧୦ ଲକ୍ଷ ଲୋକ ଏହି ପୋଷ୍ଟକୁ ଦେଖିଥିବାବେଳେ ଅନେକେ ମଜାଳିଆ କମେଣ୍ଟ ଦେଇଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.