ମୁମ୍ବାଇ ୧୨/୦୮: ଗତ କିଛି ମାସ ହେବ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ରର ଗୁଜବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ତାଙ୍କର ସକ୍ରିୟ ରହିବା ଏବଂ ଜନସାଧାରଣଙ୍କ ଆଗରେ ଦୁହିଁଙ୍କ ଉପସ୍ଥିତି କଳ୍ପନା ଜଳ୍ପନାର କାରଣ ପାଲଟିଛି। ଯାହାକୁ କିଛି ଲୋକ ଷ୍ଟାର ଦମ୍ପତିଙ୍କ ମଧ୍ୟରେ ମତଭେଦର ସଙ୍କେତ ଭାବୁଛନ୍ତି। ହେଲେ ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି।
ନିକଟରେ ଅଭିଷେକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏହି ଗୁଜବକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ୨୦୨୪ ଅଲିମ୍ପିକ୍ସ ପାଇଁ ପ୍ୟାରିସରେ ଥିବା ଅଭିଷେକ ବଚ୍ଚନ ଗଣମାଧ୍ୟମ ସହ କଥା ହୋଇ ଛାଡପତ୍ର ଗୁଜବକୁ ଖଣ୍ଡନ କରିଛନ୍ତି। ତାଙ୍କର ଏହି ବୟାନ ଅନଲାଇନରେ ଏକ ଫେକ୍ ଭିଡିଓ ସାମ୍ନାକୁ ଆସିବାର ଗୋଟିଏ ଦିନ ପରେ ସେ କହିଛନ୍ତି ଯେଉଁଥିରେ ସେ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ରର ଘୋଷଣା କରିଛନ୍ତି।
ବଲିଉଡ୍ ୟୁକେ ମିଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା ତାଙ୍କ ମ୍ୟାରେଜ୍ ରିଙ୍ଗ ଦେଖାଇ ନିଶ୍ଚିତ କରିଛନ୍ତି ଯେ ସେ “ଏବେ ବି ବିବାହିତ”। ସେ କହିଛନ୍ତି "ଆପଣ ସମସ୍ତଙ୍କୁ ଏହି ବିଷୟରେ ମୋର କିଛି କହିବାର ନାହିଁ। ଦୁଃଖର ବିଷୟ କି ଆପଣ ସମସ୍ତେ ଏ କଥାକୁ ବଢେଇ ଚଢେଇ କହୁଛନ୍ତି। ମୁଁ ବୁଝିପାରୁଛି ଆପଣ ଏମିତି କାହିଁକି କରୁଛନ୍ତି। ଆପଣଙ୍କୁ କିଛି କାହାଣୀ ଦେଖେଇବାର ଅଛି। ଏହା ଠିକ୍ ଅଛି, ଆମେ ସେଲିବ୍ରିଟି, ଏହା ଆମକୁ ଗ୍ରହଣ କରିବାକୁ ପଡିବ।"
ତେବେ ଅଭିଷେକଙ୍କ ଭାଇରାଲ୍ ହେଉଥିବା ଫେକ୍ ଭିଡିଓରେ ଦେଖାଯାଇଛି ଯେ ଅଭିନେତା ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେବାର ଘୋଷଣା କରୁଛନ୍ତି। ଏଥିସହିତ ସେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଭିଡିଓରେ ସେ କହୁଛନ୍ତି, "ଏହି ଜୁଲାଇରେ ଐଶ୍ୱର୍ଯ୍ୟା ଏବଂ ମୁଁ ଛାଡପତ୍ର ମେବାକୁ ନିଷ୍ପତ୍ତି ନେଇଛୁ।" ତେବେ ଭିଡିଓର ସତ୍ୟତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଭିଡିଓ ଏଆଇ ଅପବ୍ୟବହାରକୁ ନେଇ ଚିନ୍ତା ବଢାଇଛି। କିଛି ୟୁଜର୍ସ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଭିଡିଓଟି ପୁରୁଣା, ମୂଳ ଭିଡିଓରେ ଅଭିନେତାଙ୍କୁ ଏକ ବିଦ୍ୟାଳୟ ବିଷୟରେ କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା, ଯେଉଁଥିରେ ପରେ ଏକ ନୂଆ ଭଏସ୍ ଓଭର ଯୋଡା ହୋଇଛି।