ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟ ରାଜନୀତିରେ ହଇଚଇ, ନବୀନ ନିବାସରେ ଅରୁଣ ପଟ୍ଟନାୟକ

ଭୁବନେଶ୍ୱର ୦୮/୦୬: ନବୀନ ନିବାସରେ ଅରୁଣ ପଟ୍ଟନାୟକ । ଏହି ଖବର ଗତକାଲି ସନ୍ଧ୍ୟାରେ ରାଜ୍ୟ ରାଜନୀତିରେ ହଟଚମଟ ଖେଳାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।

ସୂତ୍ର ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଅରୁଣ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେ ସିଧା ନବୀନ ନିବାସ ଯାଇଥିଲେ । ଏହି ସମୟରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । କିଛି ସମୟ ପରେ ନବୀନ ନିବାସରୁ ଫେରିଥିଲେ ପାଣ୍ଡିଆନ ଓ ପ୍ରଣବ । ହେଲେ ଅରୁଣ ନବୀନ ନିବାସରେ ରହିଥିବା ଜଣାପଡ଼ିଛି । ନିର୍ବାଚନରେ ବିଜେଡିର ପରାଜୟ ପରେ ଅରୁଣଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.