ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରିରେ ବିଜେଡି ୨ ଫାଳ, ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ଅଲଗା ଅଲଗା ପାଳିଲେ ସନ୍ତୋଷ ଓ ସୁକାନ୍ତ

ନୀଳଗିରି, ୧୭/୪ : ନୀଳଗିରିରେ ବିଜେଡି ୨ ଫାଳ। ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ଅଲଗା ଅଲଗା ପାଳିଲେ ୨ ବିଜେଡି ଆଶାୟୀ। ବିଧାୟକ ସୁକାନ୍ତ ନାୟକ ତାଙ୍କ ସମର୍ଥକଙ୍କ ସହ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି। ତାଙ୍କ ସମର୍ଥଙ୍କ ସହ ଆସି ବାଇପାସ୍ ରୋଡ଼ରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପୋଡାଶୂଳ ନିକଟରେ ପୂଜ୍ୟପୂଜା କମିଟି ତରଫରୁ ଏକ ସମାବେଶ ଆୟୋଜିତ ହୋଇଥିଲା। ହଜାର ହଜାର ବିଜୁପ୍ରେମୀ ଓ ସୁକାନ୍ତଙ୍କ ସମର୍ଥକ ଉପସ୍ଥିତ ଥିଲେ।

ଅନୁରୂପ ଭାବେ ବିଜେଡି ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ତାଙ୍କ ସମର୍ଥକଙ୍କୁ ଧରି ଅଲଗା ପାଳନ କରିଛନ୍ତି। ସେ ସକାଳୁ ତିଳତର୍ପଣ କରି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏନଏସି କଲ୍ୟାଣ ମଣ୍ଡପରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡିର ବିଭିନ୍ନ ଜନ ପ୍ରତିନିଧି ବରିଷ୍ଠ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ। ବିଜେଡିର ବିଧାୟକ ଆଶାୟୀ ପ୍ରାର୍ଥୀ ଭାବେ ଉଭୟ ସନ୍ତୋଷ ଓ ସୁକାନ୍ତ ଆଜିର ଉତ୍ସବକୁ ମହାସମାରୋହରେ ପାଳନ କରିବା ନେଇ ସାଧାରଣରେ ବେଶ ଚର୍ଚ୍ଚା ପାଲଟିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.