ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କେନ୍ଦ୍ରାପଡ଼ା ମୁହାଁ ଷ୍ଟାର୍‌ କ୍ୟାମ୍ପେନର୍‌: ୨୭ରେ ନବୀନ, ୨୯ରେ ମୋଦି, ଆସିବେ ପ୍ରିୟଙ୍କା ଗାନ୍ଧି, କହ୍ନେୟା କୁମାର

କେନ୍ଦ୍ରାପଡ଼ା,୨୪/୦୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୧ ତାରିଖରେ ହେବ । କିଛି ଦିନ ତଳେ ରାଜ୍ୟ ୫-ଟି ଅଧ୍ୟକ୍ଷ ତଥା ବରିଷ୍ଠ  ବିଜେଡି ନେତା ଭି.କେ. ପାଣ୍ଡିଆନ ଆଳି, ରାଜନଗର, ମହାକାଳପଡ଼ା ଓ ପାଟକୁରା  ବିଧାନସଭା କ୍ଷେତ୍ରରେ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ  ଜିତାଇବାକୁ ନିବେଦନ କରିଥିଲେ । ମେ’ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବାରୋରେ ଆୟୋଜିତ ହେବାକୁ ଥିବା ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ, ସାଂସଦ ପ୍ରାର୍ଥୀ ଓ ଲୋକସଭା  କ୍ଷେତ୍ର ଅଧୀନ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ । ବିଜେଡିର ଦୁଇ ଶୀର୍ଷ  ନେତା ତଥା ଷ୍ଟାର୍‌ ପ୍ରଚାରକଙ୍କ ଗସ୍ତ  ପାଇଁ ବିଜେଡି ଶିବିରରେ କସରତ୍‌  ଆରମ୍ଭ ହୋଇଗଲାଣି । ଆଖିଦୃଶିଆ  ଜନସମାଗମ ପାଇଁ ସ୍ଥାନୀୟ ସଂଗଠନ ନେତା ଲାଗିପଡ଼ିଛନ୍ତି । 

ବିଜେପି ମଧ୍ୟ ଷ୍ଟାର୍‌ ପ୍ରଚାରକଙ୍କୁ ଆଣି ଜୋରଦାର ପ୍ରଚାର କଲାଣି । ଗୁରୁବାର  ସଂସଦୀୟ କ୍ଷେତ୍ର ଅଧୀନ କୁଳିଆଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥ ପ୍ରଚାର କରିଛନ୍ତି । ୨୫ ତାରିଖରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଳି  ନିର୍ବାଚନମଣ୍ଡଳୀକୁ ଆସି ପ୍ରଚାର କରିବେ । ୨୭ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ ପାଟକୁରା ଓ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ସହର  ଉପକଣ୍ଠ ବାରୋରେ ଜନସଭାକୁ ସମ୍ବୋଧିତ କରିବେ । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ  ବିଶ୍ୱଶର୍ମା ଓ ଅନ୍ୟ ତୁଙ୍ଗ ନେତାମାନେ ମଧ୍ୟ କେନ୍ଦ୍ରାପଡ଼ାକୁ ଆସି ପ୍ରଚାର କରିବାର  କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ତରଫରୁ ପୂର୍ବରୁ ସାଂସଦ ରାହୁଲ ଗାନ୍ଧି କୁଳିଆଠାରେ  ଆସି ପ୍ରଚାର କରିଯାଇଛନ୍ତି । ତାଙ୍କ ପରେ ଆଗକୁ ପ୍ରିୟଙ୍କା ଗାନ୍ଧି, ତେଲେଙ୍ଗାନା  ମୁଖ୍ୟମନ୍ତ୍ରୀ ରେୱାନ୍ତ ରେଡ୍ଡୀ ଓ କହ୍ନେୟା କୁମାର ପ୍ରମୁଖ କେନ୍ଦ୍ରାପଡ଼ା ସଂସଦୀୟ  କ୍ଷେତ୍ର ଗସ୍ତରେ ଆସି ପ୍ରଚାର କରିବାର ଯୋଜନା ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.