ଇସଲାମାବାଦ, ୦୧/୦୯: ପୁଣି ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆତଙ୍କବାଦୀଙ୍କ ଆକ୍ରମଣରେ ୯ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଜଣପଡ଼ିଛି । ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀ ତେହରିକ୍-ଏ ତାଲିବାନ ପାକିସ୍ତାନ (ଟିଟିପି) ଆତ୍ମଘାତୀ ବିସ୍ଫୋରଣ ଘଟାଇଛି । ଏହି ବିସ୍ଫୋରଣ ଖୈବର ପଖତନୁଖ୍ବାରେ ଘଟିଛି ।
ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦରର ନୂଆ ରେକର୍ଡ, ପ୍ରଥମଥର ପାଇଁ ୩୦୦ ଟପିଲା
ସେନାଙ୍କ କାରକେଡ ଉପରେ ଆତ୍କଘାତୀ ବିସ୍ଫୋରଣ ଘଟାଇ ସେନାଗାଡ଼ିକୁ ଉଡ଼ାଇଦେଇଛନ୍ତି ଆତଙ୍କବାଦୀ । ବିସ୍ଫୋରଣରେ ୯ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଥିବା ଜଣାପଡ଼ିଛି । ସେନାର କାରକେଡକୁ ଟାର୍ଗେଟ କରିଥିଲା ଜଣେ ବାଇକ ଚାଳକ । ଦେହରେ ବୋମା ଖଞ୍ଜି ସେନାର କାରକେଡ୍ ଭିତରକୁ ମାଡ଼ିଯାଇଥିଲା ବାଇକ ଚାଳକ । ତାପରେ ଘଟିଥିବା ଜୋରଦାର ବିସ୍ଫୋରଣରେ ସେନାର ଏକ ଗାଡ଼ି ଧ୍ବଂସ ହୋଇଯାଇଥିଲା। ଆଉ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଟିଟିପି ଆତଙ୍କବାଦୀ ସଂଗଠନ ।
ଘଟଣାସ୍ଥଳରେ ସୁରକ୍ଷାବଳଙ୍କ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛି । ଆତଙ୍କବାଦୀଙ୍କୁ କାବୁ କରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍ । ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ ଜୀବନ ହରାଇଥିବା ଯାବନମାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଅନଓ୍ବାଲ ଉଲହକ୍ । ଗତ କିଛି ମାସ ହେଲା ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି ।
ବିଶେଷ କରି ଟିଟିପି ଆତଙ୍କବାଦୀ ସଂଗଠନ ପାକିସ୍ତାନର ସେନା ଏବଂ ପୋଲିସଙ୍କୁ ଟାର୍ଗେଟ କରୁଛି । ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ନେଇ ଗଠିତ ହୋଇଛି ଟିଟିପି । ୨୦୦୭ରେ ଟିଟିପିର ସ୍ଥାପନା ହୋଇଛି । ଆଫଗାନିସ୍ତାନ ସୀମାକୁ ଲାଗି ଖୈବର ପଖତନୁଖ୍ବାରେ ଏହି ସଂଗଠନ ଅଧିକ ସକ୍ରିୟ ରହିଛି। ତେବେ ବିଭିନ୍ନ ସମୟରେ ପାକିସ୍ତାନରେ ଆକ୍ରମଣ କରିଆସିଛି ଟିଟିପି ଆତଙ୍କବାଦୀ ସଂଗଠନ ।
You can also read: G20 ସମ୍ମିଳନୀ ବେଳେ ପାକିସ୍ତାନ-ଚୀନ ସୀମାରେ ଗର୍ଜିବ ରାଫେଲ୍ ଓ ମିରାଜ