ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଳୁନି ଆବାସ, ଜରିପାଲ ତଳେ ବିତୁଛି ଜୀବନ

ଫିରିଙ୍ଗିଆ -୨୬/୫  : ସରକାର ଙ୍କ ତରଫରୁ ଗରିବ ଓ ଜନ ସାଧାରଣ ଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରାଯାଉଛି। କିନ୍ତୁ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଘର ଖଣ୍ଡେ ନ ଥିବାରୁ ଜରି ପାଲ ତଳେ ରହିବାକୁ ପଡୁଛି। ଏପରି ଘଟଣା ଦେଖିବାକୁ ମଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ କେଳା ପଡା ଗାଁରେ । 

ଏହି ଗାଁର ଫକିର ବିଶୋଇ । ରହିବାକୁ ଘର ଖଣ୍ଡେ ନାହିଁ। ବର୍ଷ ବର୍ଷ ଧରି ଜରିପାଲ ତଳେ ରହୁଛନ୍ତି । କିନ୍ତୁ ବର୍ଷା ଦିନରେ ଘର ଭିତରେ ପାଣି ଜମା ହୋଇ ରହି ଘରେ ରହିବା କଷ୍ଟକର ସାଧ୍ୟ ହୋଇ ପଡ଼ିଛି । ଖରାଦିନରେ ଯେଣେ ତେଣେ ପ୍ରକାର ରେ ଚଳୁଥିବା ବେଳେ ଶୀତ ଦିନେ ଓ ବର୍ଷାଦିନେ ବହୁ ସମସ୍ୟାରେ ପରିବାର ଲୋକେ ଚଳୁଛନ୍ତି।  ପରିବାର କୁ ପ୍ରଶାସନ ତରଫରୁ ସୁବିଧା ଯେତିକି ମିଳୁଛି ସେତିକି ରେ ପରିବାର ଚଳାଇବା କଷ୍ଟ । ଦିନ ମଞ୍ଜୁରୀ କରି  ଯେତିକି ମିଳୁଛି ସେତିକି ରେ ପରିବାର ଚଳିବା ଅସମ୍ଭବ । ସେପଟେ ଭଲ ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ଫକିର ବିଶ୍ଵୋଇ । ଏହି ଜରି ପାଲ ତଳେ ୫ ଜଣ ସଦସ୍ୟ ବସବାସ କରୁଥାନ୍ତି କିନ୍ତୁ ଦୁଃଖ ବିଷୟ ପରିବାର କୁ ଏଯାଏଁ ମିଳିପାରିନାହିଁ ଆବାସ ଗୃହ । ବାରମ୍ବାର ଆବାସ ଗୃହ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପ୍ରଶାସନିକ ଅଧିକାରୀ ଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା  କହିଛନ୍ତି ପରିବାର ଲୋକେ । ତୁରନ୍ତ ପରିବାର କୁ ଆବାସ ଗୃହ ଯୋଗାଇ ଦେବା ନିମନ୍ତେ ଗ୍ରାମ ବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଙ୍କୁ ପଚାରିବାରୁ କିଭଳି ଘର ଖଣ୍ଡିଏ ପାଇ ପାରିବେ ସେ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.