ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଟଙ୍କାଏ ବଢ଼ିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଚଳିତ ଶିକ୍ଷାବର୍ଷରୁ ହୋଇପାରେ ଲାଗୁ

ଭୁବନେଶ୍ୱର, ୨୧।୮: ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ କରାଯିବ ବୃଦ୍ଧି । ସର୍ବନିମ୍ନ ୧ ଟଙ୍କା ବୃଦ୍ଧି କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ସୁପାରିଶ କରାଯାଇଛି । ଚଳିତବର୍ଷ ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରାଯାଇପାରେ । ଯେଉଁ ସ୍କୁଲରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାର ବ୍ୟବସ୍ଥା ଥିବ ସେଠାରେ ଏହାକୁ ଲାଗୁ କରାଯିବ । ବଜାରରେ ଦରଦାମ୍‌ ବୃଦ୍ଧିକୁ ଲକ୍ଷ୍ୟ କରି କମିଟି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିବାକୁ ସୁପାରିଶ କରିଛି । ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ ୧୦୦ ଗ୍ରାମ ଚାଉଳ ସହ ୫ ଟଙ୍କା ୯୦ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ ୮ ଟଙ୍କା ୮୨ ପଇସା ଆର୍ଥିକ ସହାୟତା ସରକାର ଦେଉଛନ୍ତି । ଦିନକୁ ଦିନ ଦରଦାମ ବୃଦ୍ଧି ପାଉଥିବା ବେଳେ ଏତିକି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷେ ଅସମ୍ଭବ । ଏତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହେଉଛି ବୋଲି ବାରମ୍ବାର ଅଭିଯୋଗ କରୁଥିଲେ ସ୍କୁଲ କର୍ତ୍ତୃପକ୍ଷ । 

ତେବେ ବଜାର ଦରଦାମକୁ ଦୃଷ୍ଟିରେ ରଖି ବିଧାନସଭା ଷ୍ଟାଣ୍ଡିଂ କମିଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା କରି ଅର୍ଥରାଶି ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି । ଷ୍ଟେଟ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌ (ଏସ୍‌ପିଏମ୍‌ୟୁ) ମଧ୍ୟାହ୍ନ ଭୋଜନ ପାଇଁ କରିଥିବା ଚାର୍ଟ ଅନୁସାରେ, ଜଣେ ପ୍ରାଥମିକ ସ୍କୁଲର ଜଣେ ପିଲାର ଡାଲି ଖର୍ଚ୍ଚ ବାବଦକୁ ୫ଟଙ୍କା ୫୦ ପଇସା ଧାର୍ଯ୍ୟ କରିଛନ୍ତି । ଏଥିରେ ୨୫ ଗ୍ରାମ ଡାଲି ପାଇଁ ୨ଟଙ୍କା ୫୦ ପଇସା, ୫ ଗ୍ରାମ ତେଲ ପାଇଁ ୮୦ ପଇସା ଓ ୬୦ଗ୍ରାମର ପରିବା ଓ ମସଲା ପାଇଁ ୧ଟଙ୍କା ୭୦ ପଇସା ଏବଂ ଜାଳେଣି ଖର୍ଚ୍ଚ ପାଇଁ ୫୦ ପଇସା ଧାର୍ଯ୍ୟ କରିଛନ୍ତି । ସୋୟାବଡ଼ି ତରକାରୀ ବାବଦକୁ ୪ଟଙ୍କା ୨୦ ପଇସା ଧାର୍ଯ୍ୟ କରିଛନ୍ତି । ଏଥିରେ ୧୨ ଗ୍ରାମ ସୋୟା ବଡ଼ି ବାବଦକୁ ୧ଟଙ୍କା ୨୦ପଇସା, ୫ଗ୍ରାମ ତେଲ ପାଇଁ ୮୦ ପଇସା, ୬୦ ଗ୍ରାମ ପରିବା ପାଇଁ ୧ଟଙ୍କା ୭୦ ପଇସା ଓ ଜାଳେଣି ବାବଦକୁ ୫୦ ପଇସା ହିସାବ କରିଛନ୍ତି । ସେହିପର ଅଣ୍ଡା ତରକାରୀ ପାଇଁ ୮ଟଙ୍କା ଧାର୍ଯ୍ୟ କରିଛନ୍ତି । ଅଣ୍ଡା ଗୋଟା ୫ଟଙ୍କା, ତେଲ, ପରିବା, ଜାଳେଣି ପାଇଁ ୩ ଟଙ୍କା ରଖିଛନ୍ତି । 

ସୂଚନା ଅନୁଯାୟୀ, ୨୦୨୦ରେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ୍‌ ପିଲା ପିଛା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ପିଲା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ଅର୍ଥ ରାଶି ପ୍ରଦାନ କରୁଥିଲେ । ମାତ୍ର ଗ୍ୟାସ, ରାସନ ସାମଗ୍ରୀ ଦର ବୃଦ୍ଧି ପରେ ଶେଷ ଥର ୨୦୨୨ ଅକ୍ଟୋବର ୧ରେ ଏମ୍‌ଡିଏମ୍‌ ଅନୁଦାନ ରାଶି ବୃଦ୍ଧି କରିଥିଲେ । ଯେଉଁଥିରେ ପ୍ରାଥମିକ ସ୍କୁଲ୍‌ ପିଲାଙ୍କ ମୁଣ୍ଡ ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ମୁଣ୍ଡ ପିଛା ୮ ଟଙ୍କା ୮୨ ପଇସା ଦେଉଛନ୍ତି । ତେବେ ଏବେ ଯଦି ୧ ଟଙ୍କା ଲେଖାଏଁ ମଧ୍ୟାହ୍ନ ଭୋଜନ ରାଶିରେ ବୃଦ୍ଧି କରାଯାଏ ତେବେ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୬ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାଶି ୯ ଟଙ୍କା ୮୨ ପଇସା ପ୍ରଦାନ କରିପାରନ୍ତି ସରକାର ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.