ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୃଦ୍ଧଙ୍କ ଚିକିତ୍ସାରେ ସାଜିଛି ଅର୍ଥ ବାଧକ

ଚନ୍ଦାହାଣ୍ଡି , ୬।୫ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ଅନକାବେଡା  ସଦର ଗ୍ରାମର  ବୃଦ୍ଧ ଘନଶ୍ୟାମ ମରକାମଙ୍କ (୬୩)   ଚିକିତ୍ସାରେ ସାଜିଛି ଅର୍ଥ ବାଧକ l   ଦୁର୍ଘଟଣା ଗ୍ରସ୍ତ ହୋଇ ସେ ସବୁ ଦିନ ପାଇଁ  ଶଯ୍ୟାଶାୟୀ ହୋଇ ପଡିଛନ୍ତି l    

ଘନଶ୍ୟାମ ମରକାମ  ନିଜ ସ୍ତ୍ରୀ ଭକ୍ତି ମରକାମ ଏବଂ ଏକ ମାତ୍ର ଝିଅ ତୁଳସୀ ମରକାମ ଙ୍କ ସହ ହସ ଖୁସି ରେ ଦିନ କାଟୁ ଥିଲେ l  ଝିଅ ତୁଳସୀ କୁ ବାହା ଦେଇ କି ଝିଅ ଜ୍ୱାଇଁ କୁ ପାଖରେ ରଖି ଥିଲେ l  ଏହାରି ଭିତର ସ୍ତ୍ରୀ   ଭକ୍ତି ମରକାମ ରୁଗୁଣା ହୋଇ ପଡିଲେ l ଅର୍ଥ ଅଭାରୁ ସେ ମଧ୍ୟ ଜରାଜୀର୍ଣ ହୋଇ ପଡ଼ିଥିଲେ l  ଘନଶ୍ୟାମ ୩ ମାସ ତଳେ କୌଣସି କାମ ରେ ଘରୁ  ବାହାର କୁ ଯାଉଥିବା ସମୟ ରେ ହଠାତ ମୁଣ୍ଡ ବୁଲାଇ ତଳେ ପଡି ଯାଇ ଥିଲେ l ଏଥିରେ ତାଙ୍କ ଅଣ୍ଟା ରେ ଗଭୀର ଆଘାତ ଲାଗି ଥିଲା l  ପରିବାର ଲୋକେ ଘରେ ଯାହା ଥିଲା   ବିକି ଭାଙ୍ଗି ଧର୍ମଗଡ଼ ହସ୍ପିଟାଲ, ନେଇ ଚିକିତ୍ସା କରି ଥିଲେ l ଡାକ୍ତର ବଡ଼ ଡାକ୍ତରଖାନା ନେଇ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ବଡ଼ ଡାକ୍ତର ଖାନା ନେବା କୁ ପାଖରେ ଅର୍ଥ  ନ ଥିବାରୁ  ଦେଶୀ ଚିକିତ୍ସା ଉପରେ ଭରସା କରି ରହିଥିଲେ l ଘନଶ୍ୟାମ ବିନା ସାହାରା ରେ ନିଜର ଦୈନନ୍ଦିନ କାମ କରି ପାରୁ ନାହାନ୍ତି l  ସମସ୍ତ ବୋଝ ପଡିଛି   ଝିଅ ତୁଳସୀ ଏବଂ ଜ୍ୱାଇଁ ଭୁବନେ ଉପରେ l ଜ୍ୱାଇଁ କୁଳି ମଜୁରୀ କରି ପରିବାର ଚଳାଉ ଥିବା ବେଲେ ଝିଅ ତୁଳସୀ ବାପା ଙ୍କ ସେବା ଶ୍ରୁଶୁଷା ରେ ଲାଗି ପଡିଛି l ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ କି ମଧ୍ୟ କିଛି କାମ ରେ ଲାଗୁନି l  ସରକାରୀ ସାହାଯ୍ୟ କହିଲେ   ମାସିକ ୧୫ କେ ଜି ଚାଉଳ ଏବଂ ସ୍ୱାମୀ ସ୍ତ୍ରୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ୨ ହଜାର ଟଙ୍କା ମିଳୁଛି  l  ଏ ବାବଦ ରେ ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାୟକ ଙ୍କୁ ପଚାରିବାରୁ  ଖୁବ ଶୀଘ୍ର ଦୃଷ୍ଟି ଦେଇ ଏହାର ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ଦାବୀ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.