ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସରିଲା ପ୍ୟାରିସ ଅଲିମ୍ପିକ୍ସ: ପଦକ ତାଲିକାରେ ୪୦ ସ୍ୱର୍ଣ୍ଣ ସହ ଆମେରିକା ଚାମ୍ପିଅନ୍‌, ଭାରତକୁ ମିଳିଛି ୬ ପଦକ

ପ୍ୟାରିସ୍‌,୧୨/୦୮: ଦୀର୍ଘ ୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ୩୨୯ଟି ପଦକ ଇଭେଣ୍ଟ ପାଇଁ ୧୦,୭୧୪ ପ୍ରତିଯୋଗୀ ଗତ ୩ ସପ୍ତାହ ଧରି ଫ୍ରାନ୍ସର ବିଭିନ୍ନ ସହରରେ ଲଢ଼େଇ କରିଥିଲେ । ଶେଷରେ ୨୦୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ୟୁଏସ୍‌ଏ ପୁନର୍ବାର ସର୍ବାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି । ମୋଟ୍‌ ୩୩ଟି ସଂସ୍କରଣ ମଧ୍ୟରୁ ୟୁଏସ୍‌ଏ ୧୯ ଥର ପଦକ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରୁ ୟୁଏସ୍‌ଏ କ୍ରମାନ୍ୱୟରେ ଚତୁର୍ଥ ଧର ପାଇଁ ଟେବୁଲ୍‌ ଟପ୍ପର ହୋଇଛି । 

ରବିବାର ମହିଳା ବର୍ଗ ବାସ୍କେଟବଲ୍‌ ମ୍ୟାଚ୍‌ ସହ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଶେଷ ହୋଇଥିଲା । ଅପରାହ୍ଣରେ ଆୟୋଜିତ ହୋଇଥିଲା ଉଦ୍‌ଯାପନୀ ଉତ୍ସବ ।  ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ରଖ୍ୟାତ ହଲିଉଡ ତାରକା ଟମ କ୍ରୁଜ୍‌ । ସୁପରହିଟ୍‌ ସିନେମା ‘ମିସନ ଇମ୍ପସେବୁଲ’ର ଭଳି ସେ ଅବିଶ୍ୱସନୀୟ ଷ୍ଟଣ୍ଟ ଦେଖାଇ ଉପସ୍ଥିତ ଦର୍ଶକ ଓ କ୍ରୀଡ଼ାବିତ୍‌ଙ୍କୁ ସ୍ତବ୍ଧ କରିଦେଇଥିଲେ । ସେହିପରି  ରେନ୍‌ ମ୍ୟାନ୍‌ ବ୍ୟାଣ୍ଡ ଗ୍ରୁପ୍‌ଙ୍କ ସମେତ ରାପର ସ୍ନୁପ ଡଗ୍‌ ଓ କଣ୍ଠଶିଳ୍ପୀ ବିଲ୍ଲି ଏଲିସ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲେ । ଶେଷରେ ପ୍ୟାରିସ୍‌ ଆୟୋଜକ ଅଲିମ୍ପିକ୍‌ ପତାକାକୁ ପରବର୍ତ୍ତୀ ଲସ୍‌ ଏଞ୍ଜଲସ୍‌ ଅଲିମ୍ପିକ୍‌ ଆୟୋଜକଙ୍କୁ ହସ୍ତାନ୍ତର କରିଥିଲେ । 

ଗତ ମାସ ୨୬ ତାରିଖରୁ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା । ଆଥ୍‌ଲେଟିକ୍ସ ସମେତ ସୁଟିଂ, ତୀରନ୍ଦାଜୀ, ସର୍ଫିଂ ଓ ସ୍କେଟ୍‌ ବୋର୍ଡିଂ ଆଦି କ୍ରୀଡ଼ା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ବିଶେଷ କରି ରଗ୍‌ବୀ ଓ ଆଥ୍‌ଲେଟିକ୍ସ ସମୟରେ ଐତିହାସିକ ଷ୍ଟେଡ ଡି ଫ୍ରାନ୍ସ ହାଉସ୍‌ଫୁଲ ରହୁଥିଲା । ନିୟମିତ ଭାବେ ୮୦,୦୦୦ରୁ ଊଦ୍ଧ୍ୱର୍ ଦର୍ଶକ ଷ୍ଟାଡ଼ିୟମ୍‌ରେ ବସି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରୁଥିଲେ । 

ପ୍ୟାରିସ୍‌ରେ ଛୋଟ ମୋଟ କିଛି ବିବାଦକୁ ଛାଡ଼ିଦେଲେ ବାକି ସମସ୍ତ କ୍ରୀଡ଼ାରେ ଦର୍ଶକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା । ‘ସିଟି ଅଫ୍‌ ଲଭ୍‌’ରେ ଦର୍ଶକ ଖେଳର ମଜା ନେବା ସହ ଆଇଫିଲ ଟାୱାର ସହ ସେଲ୍ଫି ନେଇ ପ୍ୟାରିସ୍‌ ଭ୍ରମଣକୁ ସ୍ମରଣୀୟ କରିଥିଲେ ।

ପୂର୍ବ ଭଳି ୟଏସ୍‌ଏ ଓ ଚୀନ୍‌ ମଧ୍ୟରେ ପଦକ ପାଇଁ ଜୋରଦାର ଲଢେଇ ହୋଇଥିଲା । ଉଭୟ ଦେଶ ୪୦ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ହେଁ ମୋଟ୍‌ ପଦକରେ ୟୁଏସଏ ବହୁ ଆଗକୁ ଚାଲି ଯାଇଥିଲା । ୟୁଏସଏ ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ଜିତିଥିଲା । ସେହି ତୁଳନାରେ ଚୀନ୍‌ ଜିତିଥିଲା ୨୭ଟି ରୌପ୍ୟ ଓ ୨୪ଟି ବ୍ରୋଞ୍ଜ ପଦକ । 

ବ୍ୟକ୍ତିଗତ ବର୍ଗରେ ଫ୍ରାନ୍ସର ଯୁବ ସ୍ୱିମର ଲିୟନ ମର୍ଚ୍ଚାଣ୍ଡ ସର୍ବାଧିକ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ  ହାସଲ କରିଥିଲେ । ଚୀନ୍‌ ସ୍ୱିମର ୟୁଫେଇ ଝାଙ୍ଗ ସର୍ବାଧିକ ୬ଟି ପଦକ ଜିତିଥିଲେ ହେଁ ଏହି ତାଲିକାରେ ଗୋଟିଏ ହେଲେ ସ୍ୱର୍ଣ୍ଣ ସ୍ଥାନ ପାଇ ନଥିଲା । 

ଆଥ୍‌ଲେଟିକ୍ସରେ ୟୁଏସ୍‌ଏ ୧୪ଟି ସ୍ୱର୍ଣ୍ଣ ସହ ମୋଟ୍‌ ୩୪ଟି ପଦକ ଜିତିଥିଲା । ଏଥିରେ ୧୧ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ରହିଥିଲା । ଚୀନ୍‌ ଟେବୁଲ୍‌ ଟେନିସ୍‌ ଓ ଡାଇଭିଂରେ ରାଜୁତି କରିବା ସହ ସୁଟିଂ ଓ ଭାରୋତ୍ତୋଳନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ଡାଇଭିଂରେ ଚୀନ୍‌ ୮ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହା ବ୍ୟତୀତ ସୁଟିଂରେ ୫ଟି, ଟେବୁଲ ଟେନିସ୍‌ରେ ୫, ଭାରୋତ୍ତୋଳନରେ ୫ ଓ ବକ୍ସିଂରେ ୩ଟି ସ୍ୱର୍ଣ୍ଣ ପଦକ ମିଳିଥିଲା । ଭାରତ ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ସହ ମୋଟ ୬ଟି ପଦକ ଜିତିଛି । ପଦକ ତାଲିକାରେ ୭୧ତମ ସ୍ଥାନରେ ରହିଛି।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.