ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୃତ୍ୟୁର ମିଛ ନାଟକ ରଚିଥିଲେ ଅଭିନେତ୍ରୀ ପୁନମ୍, ଭିଡିଓ ସେୟାର କରି କହିଲେ 'ମୁଁ ବଞ୍ଚିଛି...'

ମୁମ୍ବାଇ, ୩।୦୨: ଜୀବିତ ଅଛନ୍ତି ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ, ଆଜି ସେ ଜୀବିତ ଥିବା ଜଣାପଡ଼ିଛି ।  ହଠାତ ପୁନମଙ୍କ ଏଭଳି ବୟାନ ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ  । ପୁନମ୍ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ ଜୀବିତ ଥିବା ନେଇ ସୂଚନା ଦେଇଛନ୍ତି । ଗତକାଲି ପୁନମଙ୍କ ଟିମ୍‌ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟରେ ପୁନମଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଥିଲେ  । କିନ୍ତୁ ଆଜି ନିଜେ ପୁନମ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି । 

ତେବେ କହିରଖୁ କି, ପୁନମ୍ ଜାଣିଶୁଣି ମୃତ୍ୟୁର ମିଛ ନାଟକ ରଚିଥିଲେ । ପୋଷ୍ଟରେ ସେ କହିଛନ୍ତି, ମୁଁ ବଞ୍ଚିଛି । ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସର୍ଭାଇକାଲ କ୍ୟାନସର ମୋ ଜୀବନ ନେଇନି । କିନ୍ତୁ ଏହି କ୍ୟାନସର ଯୋଗୁଁ ଅନେକ ମହିଳା ଜୀବନ ହରାଉଛନ୍ତି । ସଚେତନ ହୁଅନ୍ତୁ । ଗର୍ଭାଶୟ କ୍ୟାନ୍‌ସରକୁ ନେଇ ସଚେତନତା ସୃଷ୍ଟି କରିବାକୁ ଏହା କେବଳ ତାଙ୍କ ପବ୍ଲିସିଟି ପାଇଁ ଥିଲା ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.