ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

‘ରାହୁଲ ଗାନ୍ଧୀ ସବୁଠୁ ବିପଦ ଜନକ ଓ ବିଷାକ୍ତ, ଦେଶକୁ ନଷ୍ଟ କରିବାକୁ ଚାହାନ୍ତି’, ଜାଣନ୍ତୁ କାହିଁକି ଏଭଳି କହିଲେ କଙ୍ଗନା ?

ନୂଆଦିଲ୍ଲୀ,୧୨।୮: ଅଭିନେତ୍ରୀରୁ ସାଂସଦ ପାଲଟିଥିବା କଙ୍ଗାନା ରାନାଓ୍ବତ ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ପୋଷ୍ଟ କରି କହିଛନ୍ତି, 'ରାହୁଲ ଗାନ୍ଧି ହେଉଛନ୍ତି ସବୁଠୁ ବିପଜ୍ଜନକ ବ୍ୟକ୍ତି। ସେ କଟୁ, ବିଷାକ୍ତ ଓ ବିଧ୍ୱଂସକାରୀ ବ୍ୟକ୍ତି। ରାହୁଲ ଯଦି ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ତେବେ ଏହି ଦେଶକୁ ନଷ୍ଟ କରିବା ହେଉଛି ତାଙ୍କର ଏଜେଣ୍ଡା। ଆମ ଷ୍ଟକ୍ ମାର୍କେଟକୁ ସିଧାସଳଖ ଟାର୍ଗେଟ କରୁଥିବା ହିଣ୍ଡେନବର୍ଗର ରିପୋର୍ଟ ଗତକାଲି ବେକର ପ୍ରମାଣିତ ହୋଇଛି। ଯାହାକୁ ରାହୁଲ ଗାନ୍ଧି ସମର୍ଥନ କରୁଥିଲେ। ତାଙ୍କ ସମର୍ଥନ ଏବେ ବେକାର ବୋଲି ପ୍ରମାଣିତ ହୋଇଛି ବୋଲି କହିଛନ୍ତି କଙ୍ଗନା। 

କେବଳ  କଙ୍ଗନା ସେତିକି କହିନାହାନ୍ତି। ସେ ନିଜ ପୋଷ୍ଟରେ ଆହୁରି ଲେଖିଛନ୍ତି, ଦେଶର ସୁରକ୍ଷା ଓ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଛନ୍ତି। ମିଷ୍ଟର ଗାନ୍ଧି, ଆପଣ ସାରା ଜୀବନ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ରୁହନ୍ତୁ, ଯେଉଁଭଳି ପୀଡାରେ ଅଛନ୍ତି, ସେଭଳି ଆପଣ ଦେଶର ଲୋକଙ୍କ ଗର୍ବ, ବିକାଶ ଏବଂ ଜାତୀୟତାବାଦକୁ ଦେଖି ଦୁଃଖି ହେଉଥିବେ। ଏପରିକି ଜନତା ମଧ୍ୟ କେବେ ବି ଆପଣଙ୍କୁ   ନେତା କରିବେ ନାହିଁ। ଆପଣ ଏକ କଳଙ୍କ।' 

ଉଲ୍ଲେଖନୀୟ ଯେ, ଗତକାଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସେବି ମୁଖ୍ୟଙ୍କ ବିରୋଧରେ ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗକୁ ନେଇ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଥିଲେ।। ସେ କହିଥିଲେ, ଛୋଟ ଖୁଚୁରା ନିବେଶକଙ୍କ ସମ୍ପତ୍ତି ସୁରକ୍ଷାର ଦାୟିତ୍ବ  ନେଉଥିବା ସେବି ଶୁଦ୍ଧତା ଓ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଗୁରୁତର ରହିଛି। ଦେଶର ସବୁ ବିଶ୍ବସ୍ଥ ନିବେଶକଙ୍କ ମନରେ ସରକାରଙ୍କ ପାଇଁ ବହୁ ପ୍ରଶ୍ନ ରହିଛି। ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ଏପର୍ଯ୍ୟନ୍ତ କାହିଁକି ଇସ୍ତଫା ଦେଇ ନାହାନ୍ତି ? ଯଦି ନିବେଶକଙ୍କ ସବୁ ଅର୍ଥ ବୁଡିଯାଏ, ତେବେ ଏଥିପାଇଁ ମୋଦି, ସେବି ଅଧ୍ୟକ୍ଷ ନାଁ ଗୌତମ ଆଦାନୀ ଦାୟୀ ରହିବେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.