ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାର୍ଟନରଙ୍କୁ ବାରମ୍ବାର ମେସେଜ୍‌ କଲେ ବିଗିଡ଼ିପାରେ ସଂପର୍କ, କରନ୍ତୁନି ଏସବୁ ଭୁଲ୍‌

Image Courtesy: indiafilings

ଭୁବନେଶ୍ବର:  ପୁଅ-ଝିଅ ନୂଆ ନୂଆ ପ୍ରେମରେ ପଡ଼ିଲେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବହୁତ ବଢ଼ିଯାଏ । ମେସେଜ୍‌ କରିବା ସହ ପରଷ୍ପରର ହାଲଚାଲ ବୁଝିବା ପାଇଁ ଉଭୟ ପୁଅ ଓ ଝିଅ ତତ୍ପରତା ପ୍ରକାଶ କରନ୍ତି । କିନ୍ତୁ ରିଲେଶନସିପ୍‌ ଆରମ୍ଭରୁ କେତେକ ଦିଗ ଉପରେ ଧ୍ୟାନ ଦେବା ଜରୁରି। ପ୍ରଥମରୁ ଅତ୍ୟଧିକ ମେସେଜ୍‌ କରିବା ଦ୍ବାରା ସଂପର୍କ ବିଗିଡ଼ିବାର ମଧ୍ୟ ସମ୍ଭାବନା ରହିଛି ।

ପ୍ରେମ ଖୋଜୁଥିବା ଏବଂ ପ୍ରମେକୁ ଦୀର୍ଘସ୍ଥାୟୀ କରିବା ଲାଗି ଚେଷ୍ଟା କରୁଥିବା ପ୍ରେମୀଯୁଗଳଙ୍କ ଲାଗି ସାବଧାନତା ଅବଲମ୍ବନ କରିବା ଜରୁରି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଡେଟିଂ କରିବାର ଅର୍ଥ ଏହା ନୁହେଁ ଯେ, ସାମ୍ନା ବାଲା ସବୁବେଳେ ଆପଣଙ୍କ ପାଇଁ ଉପଲବ୍ଧ ରହିବେ। ଦୁହେଁ ଦୁହିଁଙ୍କ ଇଚ୍ଛା ଯୋଗୁଁ ସାଥିରେ ରହିବାକୁ ନିଷ୍ପତ୍ତି ନେଇଥାନ୍ତି । ତେବେ ଏଭଳି ସମୟରେ ନିଜର ଖୁସି ପାଇଁ ଅନ୍ୟ ଜଣଙ୍କୁ ବାରମ୍ବାର ଟେକ୍ସଟ୍‌ କରି ହଇରାଣ କରିବା ଉଚିତ ନୁହେଁ । ପ୍ରେମିକ ହୁଅନ୍ତୁ ବା ପ୍ରେମିକା ପରଷ୍ପରକୁ ଭାବିଚିନ୍ତି ମେସେଜ୍‌ କରିବା ଦରକାର। 

 ବାରମ୍ବାର ମେସେଜ୍‌ କଲେ କ’ଣ ହେବ ?

୧. ପାର୍ଟନରକୁ ବାରମ୍ବାର ମେସେଜ କରିବାରୁ ବିରତ ରୁହନ୍ତୁ । କାରଣ ଏଭଳି କଲେ ପ୍ରତିପକ୍ଷଙ୍କୁ ଆପଣ ନିୟନ୍ତ୍ରଣ କରୁଛନ୍ତି ବୋଲି ମନେ ହେବ । କୌଣସି କ୍ଷେତ୍ରରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବାକୁ ଯାଇ ବାରମ୍ବାର ମେସେଜ୍‌ କରିବା ଉଚିତ ନୁହେଁ ।

୨.  ଯଦିଓ ସାଥିଙ୍କ କଥା ମନେ ପଡ଼ୁଛି ବା ସେ କଣ କରୁଛନ୍ତି ତାହା ଜାଣିବାକୁ ଇଚ୍ଛୁା ଥାଏ କିନ୍ତୁ ଏହାର ଅର୍ଥ ନୁହେଁ ବାରମ୍ବାର ମେସେଜ କରି ବିରକ୍ତ କରିବେ । ପ୍ରେମ ଏବଂ ଚିନ୍ତାକୁ ଭାବିଚିନ୍ତି ପ୍ରକାଶ କରନ୍ତୁ ।

୩. ଯଦି ଆପଣଙ୍କ ପାର୍ଟନର ଦୀର୍ଘ ସମୟ ଧରି ଆପଣଙ୍କ ମେସେଜର ରିପ୍ଲାଏ ଦେଇନାହାନ୍ତି ତେବେ ଏନେଇ ତୁରନ୍ତ କୌଣସ ଭାବନା ମନ ଭିତରକୁ ଆଣନ୍ତୁ ନାହିଁ । ଅନେକ ଲୋକ ଟେକ୍ସଟ୍‌ କରିବାକୁ ପସନ୍ଦ କରୁନଥିବା ବେଳେ କେହି କେହି ବିଳମ୍ବରେ ମେସେଜର ରିପ୍ଲାଏ କରନ୍ତି । ଏଭଳି ସ୍ଥିତିରେ ବାରମ୍ବାର ମେସେଜ କରିବା ପରିବର୍ତ୍ତେ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ । 

୪. ଏଭଳି ହୋଇପାରେ ଯେ, ଆପଣଙ୍କ ପାର୍ଟନର କୌଣସି କାର୍ଯ୍ୟରେ ବ୍ୟସ୍ଥ ଥିବା ଯୋଗୁଁ ଆପଣଙ୍କ ମେସେଜ୍‌ର ରିପ୍ଲାଏ କରିପାରି ନାହାନ୍ତି । ତେଣୁ ପାର୍ଟନରଙ୍କ କାର୍ଯ୍ୟ ସଂପର୍କରେ ଆପଣଙ୍କୁ ଧ୍ୟାନ ଦେବା ଜରୁରି ।

୫. ଯଦି ଆପଣଙ୍କ ମେସେଜ ସତରେ ଗୁରୁତ୍ବପୂର୍ଣ୍ଣ ତେବେ ଏଭଳି ସ୍ଥିତିରେ ଆପଣ କଲ୍‌ କରିଦେବା ଉଚିତ ହେବ । କଲ କରିବା ଦ୍ବାରା ଆପଣଙ୍କ ପାର୍ଟନର ଆପଣଙ୍କ ମେସେଜର ଗୁରୁତ୍ବ ବୁଝିପାରିବେ ଏବଂ ହୁଏତ ତୁରନ୍ତ ରିପ୍ଲାଏ ଦେଇପାରନ୍ତି ।

  • lifestyle
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.