ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୁର୍କୀରେ ଦରଦାମ ସ୍ଥିତି ଅସମ୍ଭାଳ, କ୍ରେଡିଟ୍ କାର୍ଡରେ ଚାଲୁଛି ଘରଖର୍ଚ୍ଚ

ନୂଆଦିଲ୍ଲୀ, ୧।୫: ତୁର୍କୀରେ ଦରଦାମ ସ୍ଥିତି ଅସମ୍ଭାଳ । ମାର୍ଚ୍ଚରେ ଏଠାରେ ବାର୍ଷିକ ଭିତ୍ତିରେ ମୁଦ୍ରାସ୍ଫୀତି ହାର ୬୮.୫% ଛୁଇଁଛି । ଦରଦାମ ସ୍ଥିତି ଏଭଳି ଉତ୍କଟ ହୋଇଛି ଯେ ଲୋକଙ୍କ ପାଇଁ ଦୈନଦିନ ସାମଗ୍ରୀ କିଣିବା କଷ୍ଟକର ହୋଇ ପଡୁଛି । ରହିବା ଖାଇବା ଭଳି ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ ମଧ୍ୟ ଲୋକେ କ୍ରେଡିଟ କାର୍ଡ ଉପରେ ନିର୍ଭର କରୁଛନ୍ତି । ଦରଦାମ ବଢ଼ିବା ଯୋଗୁ ଲୋକଙ୍କ ହାତକୁ ଆସୁଥିବା ପଇସା ଅଣ୍ଟୁନି । ଅତି ସାଧାରଣ ଜିନିଷ କିଣିବା ବେଳେ ମଧ୍ୟ ଲୋକେ ଅନେକ ଥର ଚିନ୍ତା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତୁର୍କୀରେ ସର୍ବନିମ୍ନ ବେତନ ୧୭ ହଜାର ଲିରା (୫୨୪ ଡଲାର) ହୋଇଥିବା ବେଳେ ଦାରିଦ୍ର‌୍ୟ ରେଖା ୨୫ ହଜାର ଲିରା (୭୬୮ ଡଲାର) ଉପରେ ରହିଛି । ଖାଦ୍ୟ ସାମଗ୍ରୀ ଦର ଲଗାତର ବୃଦ୍ଧି ହେଉଛି । 

ଆର୍ଥିକ ସହଯୋଗ ଏବଂ ବିକାଶ ସଙ୍ଗଠନ ବା ଆଇଇସିଡି ସହ ଜଡ଼ିତ ରାଷ୍ଟ୍ରସମୂହଙ୍କ ମଧ୍ୟରେ ତୁର୍କୀରେ ଦରଦାମ ଚାପ ସବୁଠୁ ଅଧିକ ରହିଛି । ଏପଟେ ମୁଦ୍ରାସ୍ଫୀତି ଚାପରେ ଘରଭଡ଼ା ମଧ୍ୟ ବୃଦ୍ଧି ହେଉଛି । ପୂର୍ବ ତୁଳନାରେ ଘରଭଡ଼ା ୨ ଗୁଣ ବଢ଼ିଗଲାଣି । ଫଳରେ ସେଠାରେ ଘରଭଡ଼ାରେ ରହୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ପରିବହନ, ଖାଦ୍ୟ ସାମଗ୍ରୀ ଏବଂ ହାଉସିଂ କ୍ଷେତ୍ରରେ ମୁଦ୍ରାସ୍ଫୀତି ଚାପ ସବୁଠୁ ଅଧିକ । ୨୦୨୨ରେ ତର୍କୀରେ ଦରଦାମ ସ୍ଥିତି ୨୪ ବର୍ଷର ଉଚ୍ଚତମ ସ୍ତର ୮୬% ଛୁଇଁଥିଲା । ସେଠାକାର ରାଷ୍ଟ୍ରପତି ସୁଧହାରକୁ କମ୍‌ ରଖିବା ଉପରେ ଜୋର ଦେଇଥିଲେ । ଫଳରେ ଲୋକମାନେ ଋଣ ନେବା ଏବଂ କ୍ରେଡିଟ କାର୍ଡ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.